Breaking PLUSଦେଶ

ଉତ୍ତରକାଶୀର ମିଶନ ୪୧; ଟନେଲ ଭିତରରେ ପଶିଲେ NDRF ଅଧିକାରୀ

ଉତ୍ତରକାଶୀ ସୁଡ଼ଙ୍ଗ ଭିତରେ ଆଜିକୁ ୧୧ ଦିନ ହେଲାଣି ଫସି ରହିଛନ୍ତି ୪୧ ଜଣ ଶ୍ରମିକ। କାଳର ଅନ୍ଧାର କୋଠରୀରୁ କେବେ ପଦାକୁ ଆସିବେ ସେଥିପାଇଁ ସମସ୍ତ ଶ୍ରମିକ ମାନେ ଦିନ ଗଣିବାରେ ଲାଗିଛନ୍ତି । ତେବେ ଆସନ୍ତା କାଲି ସେହି ଅନ୍ଧାର କୋଠରୀରୁ ସମସ୍ତେ ପଦାକୁ ଭାରି ନୂଆ ସୂର୍ଯ୍ୟୋଦୋୟ ଦେଖିବେ ବୋଲି ଆଶଙ୍କା କରାଯାଉଛି। ସମସ୍ତ ଶ୍ରମିକଙ୍କୁ କିପରି ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ପାରିବ ସେଥିପାଇଁ ସମସ୍ତ ପ୍ରକାରର କଳବଳ ଲଗାଇ ଦେଇଛନ୍ତି ଉଦ୍ଧାରକାରୀ ଦଳ। ଆସନ୍ତାକାଲି ସକାଳର ପୂର୍ବରୁ ଶ୍ରମିକମାନଙ୍କୁ ଉଦ୍ଧାର କରାଯାଇପାରେ ବୋଲି ଉଦ୍ଧାରକାରୀ ଦଳ ପକ୍ଷରୁ ସୂଚନା ଦିଆଯାଉଛି। ସୂଚନା ଅନୁଯାୟୀ, ଟନେଲର ପ୍ରବେଶ ପଥରୁ ଆମେରିକୀୟ ଅଗର ମେସିନ୍ ମାଧ୍ୟମରେ ପ୍ରାୟ ୪୨ ମିଟର ପର୍ୟ୍ୟନ୍ତ ୮୦୦ ମିଲିମିଟର (ପ୍ରାୟ ୩୨ ଇଞ୍ଚ) ପାଇପ୍ ଖୋଳାଯାଇଛି। ଏହିପରି ଆହୁରି ଆଗକୁ ପ୍ରାୟ ୧୨ ମିଟର ଖନନ କରାଯିବ। ଅବଶିଷ୍ଟ ଖନନ ଗୁରୁବାର ସକାଳ ସୁଦ୍ଧା ଶେଷ ହେବ ବୋଲି ଉଦ୍ଧାରକାରୀ ଦଳ ଅନୁମାନ କରୁଛନ୍ତି। ଖନନ କାର୍ୟ୍ୟ ଶେଷ ହେବା ପରେ ଟନେଲ ଭିତରକୁ ୩୨ ଇଞ୍ଚର ପାଇପ୍ ପ୍ରବେଶ କରାଯିବ। ଆଉ ଏହି ପାଇପ ମଧ୍ୟ ଦେଇ ଶ୍ରମିକମାନେ ବାହାରକୁ ଆସିବେ। ତେବେ ଏହି ପାଇପ ଭିତର ଦେଇ ସହଜରେ ଆସିବାକୁ ଏକ ଚକ ଲାଗିଥିବା ଷ୍ଟ୍ରେଚର ପଠାଯିବ ଓ ଶ୍ରମିକମାନଙ୍କୁ ବାହାରୁ ରସି ମାଧ୍ୟମରେ ଟାଣି ଅଣାଯିବ ବୋଲି ଯୋଜନା ପ୍ରସ୍ତୁତ କରାଯାଇଛି। ଅନ୍ୟପଟେ ଶ୍ରମିକମାନେ ବାହାରକୁ ଆସିବା ମାତ୍ରେ ସେମାନଙ୍କ ପାଇଁ ତୁରନ୍ତ ଡାକ୍ତରୀ ଚିକିତ୍ସା ଲାଗି ଘଟଣାସ୍ଥଳରେ ୩୦ଟି ଆମ୍ବୁଲାନ୍ସ ମହଜୁଦ ରଖାଯାଇଛି।

Show More

Related Articles

Back to top button