ଓଡ଼ିଶାଭକ୍ତି

ଆଜିଠାରୁ ଆରମ୍ଭ ହେଲା ଗଜଲକ୍ଷ୍ମୀ ପୂଜା

ଆଜିଠୁ ଆରମ୍ଭ ହେଉଛି ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା। ରାଜ୍ୟର କୋଣ ଅନୁକୋଣରେ ମା’ଙ୍କ ପୂଜାବେଶ୍‌ ଜାକଜମକରେ ଅନୁଷ୍ଠିତ ହେଉଛି। ଏଥିସହ ଗଜଲକ୍ଷ୍ମୀ ପୂଜା ପାଇଁ ପ୍ରସିଦ୍ଧି ଲାଭ କରିଥିବା ଢେଙ୍କାନାଳ ଓ କେନ୍ଦ୍ରାପଡ଼ାରେ ଶେଷ ହୋଇଛି ସମସ୍ତ ପ୍ରସ୍ତୁତି। ତେବେ ଢେଙ୍କାନାଳର ବିଭିନ୍ନ ମଣ୍ଡପରେ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ସୁସଜ୍ଜିତ ହୋଇଥିବା ବେଳେ ତୋରଣ କାମ ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଚଳିତବର୍ଷ ଢେଙ୍କାନାଳରେ ୩୮ଟି ପୂଜା ମଣ୍ଡପରେ ପୂଜା ପାଇବେ ମା’ ଗଜଲକ୍ଷ୍ମୀ। ବିଭିନ୍ନ ମଣ୍ଡପରେ ଚାନ୍ଦିମେଢ ସହିତ ସୁଉଚ୍ଚ ତୋରଣ ସାଙ୍ଗକୁ ୧୦ କିଲୋମିଟର ବ୍ୟାପୀ ଆଲୋକ ସଜ୍ଜା ହେଉଛି। ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପୁଲିସ ଓ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଢେଙ୍କାନାଳରେ ୧୧ ଦିନ ଧରି ଚାଲିବ ଗଜଲକ୍ଷ୍ମୀ ପୂଜା। ସେହିପରି ତୁଳସୀକ୍ଷେତ୍ର କେନ୍ଦ୍ରପଡା ଗଜଲକ୍ଷ୍ମୀ ପୂଜା ପାଇଁ ଚଳଚଞ୍ଚଳ ହେବା ସହ ବିଭିନ୍ନ ପୂଜା ମଣ୍ଡପରେ ଚମକିବାକୁ ଯାଉଛି ଚାନ୍ଦିମେଢ଼ । ମଢିଆଳ, ଗଙ୍ଗା ଭଗିରଥ ପୂଜା କମିଟ, କାକଟ ମଙ୍ଗଳା ବିମ୍ବଳାଇ, ଖଡିଅଙ୍ଗ ଓ ଗରାପୂର ଆଦି ମେଢ଼ ଚାନ୍ଦିରେ ଝଟକିବେ ମା’। ଗଙ୍ଗା ଭାଗିରଥ ମଢିଆଳ ପୁଜା କମିଟି ଦ୍ୱାରା ୨ କୁଇଣ୍ଟାଲରୁ ଅଧିକ ଆଭୂଷଣରେ ପୁଜା ପାଇବେ ମା’ ଲକ୍ଷ୍ମୀ। ସହରରେ ୬୮ ଟି ପୁଜା ମଣ୍ଡପ ହୋଇଥିଲା ବେଳେ ସହର ଉପକଣ୍ଠ ରେ ଶହେରୁ ଅଧିକ ମଣ୍ଡପରେ ମା’ ଲକ୍ଷ୍ମୀ ପୂଜା ପାଇବେ। ଏଥି ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

Show More

Related Articles

Back to top button