ପାଣିପାଗ

ରାଜ୍ୟରେ ଅନୁଭୁତ ହେଲାଣି ଶୀତ

 ଖସୁଛି ପାରଦ ଆଉ ବଢୁଛି ଶୀତ । ରାଜ୍ୟର ଅଧିକାଂଶ ଜିଲ୍ଲାରେ ଏବେ ହାଲୁକା ଥଣ୍ତା ଅନୁଭୂତ ହେଉଛି । ତେବେ ଆଗକୁ ଶୀତ ଆହୁରି ବଢିବା ନେଇ ସମ୍ଭାବନା ରହିଛି । ସୂଚନା ଅନୁଯାୟୀ, ରାଜ୍ୟରେ ସାମାନ୍ୟ ଥଣ୍ତା ଅନୁଭୂତ ହୋଇଥିବା ବେଳେ ଶୁକ୍ରବାର ଦିନ ୫ଟି ସହରର ତାପମାତ୍ରା ୧୫ ଡ଼ିଗ୍ରୀ ରହିଥିଲା ।

ତେବେ ୧୩ ଡ଼ିଗ୍ରୀ ତାପମାତ୍ରା ସହ ଜି. ଉଦୟଗିରି ସବୁଠୁ ଥଣ୍ତା ସହର ହୋଇଥିବା ବେଳେ କୋରାପୁଟରେ ୧୩. ୮ ଡି଼ଗ୍ରୀ, କିରେଇରେ ୧୪ ଡିଗ୍ରୀ, ଦାରିଙ୍ଗବାଡ଼ିରେ ୧୪.୫ ଡିଗ୍ରୀ, ଫୁଲବାଣୀରେ ୧୫ ଡ଼ିଗ୍ରୀ ତାପମାତ୍ରା ରେକର୍ଡ଼ ହୋଇଛି ।ସେହିପରି ସୋନପୁର, ଝାରସୁଗୁଡ଼ା, ହୀରକୁଦ, ଅନୁଗୁଳ, ନବରଙ୍ଗପୁର ଓ ଭବାନୀପାଟଣାରେ ତାପମାତ୍ରା ୧୭ରୁ ୧୭.୭ ଡିଗ୍ରୀ ମଧ୍ଯରେ ରହିଛି । ପ୍ରକାଶ ଥାଉ କି, ରାଜ୍ୟରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ। ତାପମାତ୍ରାରେ ମଧ୍ୟ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ।

Show More

Related Articles

Back to top button