ସ୍ୱତନ୍ତ୍ର

ଆକାଉଣ୍ଟ ଖୋଲିବା ପାଇଁ ପୋଷ୍ଟ ଅଫିସ ଆଣିଲା ନୂଆ ସ୍କିମ

ପୋଷ୍ଟ ଅଫିସରେ ଡିପୋଜିଟ କରିବା ଏବଂ ଆକାଉଣ୍ଟ ଖୋଲିବା ଆପଣଙ୍କ ପାଇଁ ସୁରକ୍ଷିତ । ଏବେ ପୋଷ୍ଟ ଅଫିସ ଆଣିଛି “ପୋଷ୍ଟ ଅଫିସ ଟାଇମ ଡିପୋଜିଟ ସ୍କିମ”। ଏଥିରେ ଆପଣ କମ ନିବେଶ କରିବା ସହିତ ଭଲ ସୁଦ୍ଧ ମଧ୍ୟ ପାଇ ପାରିବେ । ଏଥିରେ ଆପଣ ଫିକ୍ସ ଡିପୋଜିଟ ମଧ୍ୟ କରିପାରିବେ । ଏହା ଛଡା ଆପଣଙ୍କୁ ଟ୍ୟାକ୍ସରୁ ମଧ୍ୟ ମୁକ୍ତି ମିଳିବ ।
ଯେକୌଣସି ଭାରତୀୟ ଲୋକ ପୋଷ୍ଟ ଅଫିସରେ ଡିପୋଜିଟ ଆକାଉଣ୍ଟ ଖୋଲି ପାରିବେ । ଏହାକୁ ଜଣେ ବ୍ୟକ୍ତି , ଦୁଇଜଣ ବ୍ୟକ୍ତି କିମ୍ବା ୩ ଜଣ ମିଶି ମଧ୍ୟ ଖୋଲି ପାରିବେ । ଯଦି ଛୋଟ ପିଲାଙ୍କ ନାରେ ଏହି ଆକାଉଣ୍ଟ ଖୋଲିବାକୁ ଚାହୁଛନ୍ତି ତେବେ ତାଙ୍କର ଅଭିଭାବକ ଏଥିରେ ନିବେଶ କରିପାରିବେ । ୧୦ ବର୍ଷରୁ ଅଧିକ ବୟସର ନାବାଳକ ଏହି ଆକାଉଣ୍ଟକୁ ପରିଚାଳନା କରିପାରିବେ । ପୋଷ୍ଟ ଅଫିସର ୱେସାଇଟରେ ଦିଆଯାଇଥିବା ସୂଚନା ଅନୁସାରେ ଏଥିରେ ଆପଣ ଅନଲିମିଟେଡ ଆକାଉଣ୍ଟ ମଧ୍ୟ ଖୋଲିପାରିବେ ।
ଏହି ସ୍କିମ୍ ଅନୁଯାଇ କଷ୍ଟମରକୁ ୧,୨,୩, ଏବଂ ୫ ବର୍ଷ ପାଇଁ ନିବେଶ କରିବା ପାଇଁ ଅପସନ ଅଛି । ଏବଂ ନିବେଶ କରିବା ପାଇଁ ସର୍ବନିମ୍ନ ଏକ ହଜାର ଟଙ୍କାରୁ ଆରମ୍ଭ କରିବାକୁ ପଡିବ । ତେବେ ଗୋଟିଏ ବର୍ଷ ନିବେଶ ବା ଡିପୋଜିଟ ପରେ ୬.୯% , ଦୁଇ ଏବଂ ୩ ବର୍ଷ ପାଇଁ ୭.୦% ଏବଂ ୫ ବର୍ଷ ନିବେଶ କରିବା ପରେ ୭.୫ % ସୁଦ୍ଧ ଅଫର କରାଯାଉଛି । ଏଥିରେ ଆପଣ ଆପଣଙ୍କ ଇଚ୍ଛା ଅନୁସାରେ ଡିପୋଜିଟ କରିପାରିବେ । ତେବେ ପୋଷ୍ଟ ଅଫିସ ଟାଇମ ଡିପୋଜିଟ ଆକାଉଣ୍ଟ ଆରମ୍ଭ କରିବା ୬ ମାସ ପରେ ଆପଣ ଟଙ୍କା ଉଠାଇ ପାରିବେ ନାହିଁ । ଯଦି ଆପଣ ଏହି ଆକାଉଣ୍ଟକୁ ବନ୍ଦ କରିବାକୁ ଚାହାନ୍ତି ତେବେ ଆପଣ ଏଥିରୁ ମିଳୁଥିବା ଲାଭ ପାଇପାରିବେ ନାହିଁ । ଏଥିରେ କେବଳ ପୋଷ୍ଟ ଅଫିସରେ ମିଳୁଥିବା ଲାଭ ହିଁ ପାଇବେ । ଏହା ଛଡା ଆପଣଙ୍କ ଆକାଉଣ୍ଟର ମ୍ୟାଚୋରିଟି ପରେ ଏକ ଆପ୍ଲିକେଶନ ଫର୍ମ ପୂରଣ କରିବା ପରେ ଏହାକୁ ଆପଣ ଆଗକୁ ମଧ୍ୟ ଜାରି ରଖି ପାରିବେ ।

Show More

Related Articles

Back to top button