
ଆଜି ରିଲିଜ ହେବ ବଲିଉଡ ଚକଲେଟ ହିରୋ ସୁଶାନ୍ତ ସିଂହଙ୍କ ଶେଷ ଅଭିନୀତ ଫିଲ୍ମ ଦିଲ ବେଚାରା. ଡିଜିଟାଲ ପ୍ଲାଟଫର୍ମ ଡିସନି ହଟଷ୍ଟାରରେ ସଂନ୍ଧ୍ଯା ସାଢେ 7ଟାରେ ଏହି ଫିଲ୍ମ ରିଲିଜ ହେବ। ମୁକେଶ ଛାବ୍ରାଙ୍କ ନିର୍ଦେଶନାରେ ନିର୍ମିତ ଏହି ଫିଲ୍ମରେ ସୁଶାନ୍ତଙ୍କ ସହ ଅଛନ୍ତି ସଂଜନା ସାଙ୍ଗୀ। ଫିଲ୍ମରେ ଉଭୟଙ୍କ କେମିଷ୍ଟ୍ରିକୁ ଖୁବ ସୁନ୍ଦର ଭାବେ ଉପସ୍ଥାପନା କରାଯାଇଛି। ସୁଶାନ୍ତଙ୍କ ଏହି ଶେଷ ଫିଲ୍ମ ବ୍ଲକବଷ୍ଟର ହେବ ବୋଲି ସିନେ ସମୀକ୍ଷକ ମତ ଦେଇଛନ୍ତି। ସେପଟେ ଦିଲ ବେଚାରା ରିଲିଜ୍କୁ ନେଇ ନିର୍ଦେଶକ ମୁକେଶ ଛାବ୍ରାଙ୍କ ପୋଷ୍ଟ ପରେ ସାରା ଅଲ୍ଲିଖାନ, ବରୁଣ ଧୱନ, କାର୍ତିକ ଆରିୟନଙ୍କ ଭଳି ବିଲିଉଡ ଷ୍ଟାର ଦିବଗଂତ ସୁଶାନ୍ତଙ୍କ ଏହି ପ୍ରିମିୟର ସୋକୁ ନିଜ ନିକ ଘରେ ଦେଖିବାକୁ ଅନୁରୋଧ କରିଛନ୍ତି। ଫ୍ଯାନମାନେ ମଧ୍ଯ ସୁଶାନ୍ତ ଏହି ଫିଲ୍ମକୁ ଦେଖିବା ପାଇଁ ଉତ୍ସାହର ସହ ଚାହିଁ ବସିଛନ୍ତି।
Chalo sab saath mein dekhte hain! #DilBechara Premiere ❤️❤️
24th July on Disney+ Hotstar 7:30 PM pic.twitter.com/pH8ytxbIT0— Kartik Aaryan (@TheAaryanKartik) July 22, 2020
ବଲିଉଡ୍ ନାୟକ ସୁଶାନ୍ତ ସିଂ ରାଜପୁତ ଆଉ ଏ ଦୁନିଆରେ ନାହାଁନ୍ତି ସତ କିନ୍ତୁ ତାଙ୍କ ଫ୍ୟାନ୍ଙ୍କ ହୃଦୟରେ ଆଜି ବି ବଞ୍ଚି ରହିଛନ୍ତି । ଏବେବି ତାଙ୍କ ପ୍ରତି ଦର୍ଶକଙ୍କର ଭଲ ପାଇବା ଦେଖିବାକୁ ମିଳିଛି। ଗତ କିଛିଦିନ ପୂର୍ବେ ସୁଶାନ୍ତଙ୍କ ଶେଷ ଅଭିନୀତ ଫିଲ୍ମ ‘ଦିଲ ବେଚାରା’ ର ଟ୍ରେଲର ରିଲିଜ୍ ହୋଇଥିଲା ଯାହା ଇତିହାସ ରଚିଥିଲା ।