ଜୀବନଚର୍ଯ୍ୟାସ୍ୱାସ୍ଥ୍ୟ

କରୋନା ସଙ୍କଟରେ ସୁସ୍ଥ ରହିବାକୁ ଚାହୁଁଛନ୍ତି କି ?

ନିତିଦିନିଆ ଖାଦ୍ୟରେ ସାମିଲ କରନ୍ତୁ ଏହି ୫ଟି ଜିନିଷ

ଭୁବନେଶ୍ୱର : ସୁସ୍ଥ ରହିବା ପାଇଁ ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ରଖିବାକୁ ପଡ଼ିଥାଏ। ଶରୀର ଅସୁସ୍ଥ ରହିଲେ କାହାକୁ ବି କାମ କରିବାକୁ ମନ ହୁଏ ନାହିଁ। ଆଜିକାଲି ପରିବର୍ତ୍ତିତ ଜୀବନଶୈଳୀ ଏବଂ ଖରାପ ଖାଦ୍ୟପେୟ ଅଭ୍ୟାସ ଯୋଗୁଁ ବିଭିନ୍ନ ପ୍ରକାର ରୋଗର ଆଶଙ୍କା ରହିଥାଏ। ଖାସ କରି ଏହି କରୋନା ସମୟରେ ଆମର ନିତିଦିନିଆ ଖାଦ୍ଯପେୟରେ କିଛି ସାମିଲ କଲେ ଆମେ ସୁସ୍ଥ ରହିପାରିବା.   ଆଜି ଆମେ କେତେକ ଜିନିଷ ବିଷୟରେ କହିବୁ ଯେଉଁଗୁଡ଼ିକୁ ଡାଏଟ୍ ପ୍ଲାନରେ ସାମିଲ କରିବା ଆବଶ୍ୟକ। ଏହି ଜିନିଷଗୁଡ଼ିକ ଡାଏଟ୍ ପ୍ଲାନରେ ସାମିଲ କରିବା ଦ୍ବାରା ରୋଗରୁ ବର୍ତ୍ତି ହେବ। ଆସନ୍ତୁ ଜାଣିବା ସୁସ୍ଥ ରହିବା ପାଇଁ କେଉଁ ଜିନିଷକୁ ଡାଏଟ୍ ପ୍ଲାନରେ ସାମିଲ କରିବା ଉଚିତ୍…

ଲେମ୍ବୁ: ଲେମ୍ବୁ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ। ଲେମ୍ବୁରେ ଭିଟାମିନ୍ ସି ମଧ୍ୟ ପ୍ରଚୁର ମାତ୍ରାରେ ଥାଏ,ଯାହା ରୋଗ ପ୍ରତିରୋଧକ ଶକ୍ତିକୁ ମଜବୁତ କରିବାରେ ସହାୟକ ହୋଇଥାଏ। ଲେମ୍ବୁ ସେବନ କରିବା ଦ୍ବାରା ଦୁର୍ବଳତା ମଧ୍ୟ ଦୂର ହୋଇଥାଏ। ସୁସ୍ଥ ରହିବା ପାଇଁ ଲେମ୍ବୁକୁ ନଖ ଉଷୁମ ପାଣିରେ ଚିନି କିମ୍ବା ଲୁଣ ମିଶାଇ ପିଅନ୍ତୁ. ଏଥିସହ ପ୍ରତ୍ଯକ ଦିନ ସକାଳେ ନଖ ଉଷୁମ ପାଣି ସହ ୧ ଚାମଚ ଲେମ୍ବୁ ରସ, ୧ ଚାମଚ ମହୁ ମିଶାଇ ପିଅନ୍ତୁ ଦେଖିବେ ନିଜ ଚେହେରା ଚମକିବା ସହ ୧୫ ଦିନ ମଧ୍ଯରେ ନିଜ ବଡି ଫିଟନେସରେ ମଧ୍ଯ ପରିବର୍ତ୍ତନ ଆସିବ।

କଦଳୀ : କଦଳୀ ଶରୀରକୁ ସୁସ୍ଥ କରିବାରେ ସହାୟକ ହୋଇଥାଏ। ପ୍ରତିଦିନ କଦଳୀ ସେବନ କରିବା ଦ୍ବାରା ରୋଗରୁ ବର୍ତ୍ତି ହେବ। କଦଳୀରେ ପ୍ରଚୁର ମାତ୍ରାରେ ଫାଇବର ସହ ଆଇରନ୍ ମଧ୍ୟ ପ୍ରଚୁର ମାତ୍ରାରେ ଥାଏ   ଯାହା ପାଚନ କ୍ରିୟାକୁ ଠିକ୍ କରିଥାଏ। ଚେହାରର ଚମକ ମଧ୍ଯ ବଢିଥାଏ

ଅଁଳା : ଅଁଳା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ। ଅଁଳାରେ ଭିଟାମିନ୍ ସି ପ୍ରଚୁର ମାତ୍ରାରେ ଥାଏ ଯାହା ରୋଗ ପ୍ରତିରୋଧକ ଶକ୍ତିକୁ ମଜବୁତ କରିବାରେ ସହାୟକ ହୋଇଥାଏ। ଅଁଳାରେ ଆକ୍ସି ଅକ୍ସିଡାଣ୍ଟ ଗୁଣ ମଧ୍ୟ ଥାଏ ଯାହା କ୍ୟାନସର ସେଲ୍ସକୁ ବଢ଼ିବାରୁ ରୋକିଥାଏ।

ଘିଅ: ଘିଅ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ। ପ୍ରତିଦିନ ଘିଅ ସେବନ କରିବା ଦ୍ବାରା ହୃଦୟ ସୁସ୍ଥ ରହିଥାଏ। ଓଜନ ବଢ଼ାଇବା ପାଇଁ ପ୍ରତିଦିନ ଘିଅ ସେବନ କରିବା ଉଚିତ୍। ଘିଅରେ ଭିଟାମିନ୍ କେ୨ ପ୍ରଚୁର ମାତ୍ରାରେ ଥାଏ ଯାହା ହାଡ଼ ଯାଏଁ କ୍ୟାଲସିୟମକୁ ପହଞ୍ଚାଇବାରେ ସହାୟକ ହୋଇଥାଏ।

ତୁଳସୀ : ତୁଳସୀ ଔଷଧୀୟ ଗୁଣରେ ଭରପୂର ରହିଥାଏ। ତୁଳସୀ ସର୍ଦ୍ଦି,କାଶ,ଜ୍ବରର ରାମବାଣ ଚିକିତ୍ସା। ପ୍ରତ୍ଯେହ ତୁଳସୀର ସେବନ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ।

Show More

Related Articles

Back to top button