Breaking PLUSଦେଶ ବିଦେଶ

ସେନା ଗୁଳିରେ ୨ ଆତଙ୍କୀ ସଫା

ଶ୍ରୀନଗରରେ ଯବାନ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର , ୨ ଆତଙ୍କୀ ନିହତ, ଜଣେ ଯବାନ ଆହତ

ଜାମ୍ମୁ-କାଶ୍ମୀର: ଶ୍ରୀନଗରରେ ଯବାନ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର  । ଏଥିରେ ୨ ଜଣ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଜଣେ ଯବାନ ଆହତ ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଶ୍ରୀନଗରର ପାରିମ୍ପୋରାରେ କିଛି ଆତଙ୍କବାଦୀ ଲୁଚି ରହିଥିବା ନେଇ ସେନାକୁ ସୂଚନା ମିଳିଥିଲା।   ଶ୍ରୀନଗର ପୁଲିସ, ସେନାର ୨୯ ରାଷ୍ଟ୍ରୀୟ ରାଇଫଲ୍ସ ଏବଂ ସିଆରପିଏଫର ମିଳିତ ଟିମ୍‌ ସମ୍ପୃକ୍ତ ଅଞ୍ଚଳକୁ ସିଲ୍‌ କରି ସର୍ଚ୍ଚ ଅପରେଶନ ଆରମ୍ଭ କରିଥିଲେ।   ଆତଙ୍କବାଦୀଙ୍କ ସହିତ ଯବାନଙ୍କ ଗୁଳିବିନିମୟ ହୋଇଥିଲା. ଏଥିରେ ୨ ଆତଙ୍କବାଦୀ ସଫା ହୋଇଥିଲେ।  ସେପଟେ ଏବେବି ମଧ୍ୟ ସେନା ପକ୍ଷରୁ ସର୍ଚ୍ଚ ଅପରେସନକୁ ଜୋରସୋର କରାଯାଇଛି।

Show More

Related Articles

Back to top button