Breaking PLUSଓଡ଼ିଶା

ଦିନକରେ ୧୦ ମୁଣ୍ଡ ନେଲା କରୋନା

ରାଜ୍ଯରେ ୧୩୦ ଛୁଇଁଲା କରୋନା ମୃତ୍ଯୁ ସଂଖ୍ଯା, ଆଜି ଆଉ ୧୩୨୦ ନୂଆ ପଜିଟିଭ ଚିହ୍ନଟ

 

ରାଜ୍ୟରେ ଆଜି ସର୍ବାଧିକ ୧୦ ଜଣ କରୋନାରେ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ଯରେ ଗଞ୍ଜାମରୁ ୩, ସୁନ୍ଦରଗଡ଼ରୁ ୨ ଜଣ  ଓ ବାଲେଶ୍ଵରରୁ ୨    ଏବଂ ଗଜପତି, ରାୟଗଡ଼ା ଓ ଝାରସୁଗୁଡ଼ାରୁ ଜଣେ ଲେଖାଏଁ ରହିଛନ୍ତି। ଫଳରେ ମୋଟ ମୃତ୍ୟୁ ସଂଖ୍ୟା ୧୩୦କୁ ବୃଦ୍ଧି ପାଇଛି।

ଅନ୍ୟପଟେ ରାଜ୍ୟରେ ଆଉ ୧୩୨୦ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । କ୍ୱାରେନଟିନ ସେଂଟରରୁ ୮୮୭ ଜଣ ଓ ଲୋକାଲ କଂଟାକ୍ଟ ୪୩୩ ଚିହ୍ନଟ ହୋଇଛନ୍ତି । ୧୩୨୦ ନୂଆ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ମୋଟ ୨୪ ହଜାର ୧୩କୁ ଛୁଇଁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସେମାନଙ୍କ ମଧ୍ୟରୁ ୧୫ ହଜାର ୨ଶହ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଏବେ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୮ହଜାର ୬୫୦ ରହିଛି । ୨୪ ଜିଲ୍ଲାରୁ ଚିହ୍ନଟ ୧୩୨୦ ନୂଆ ପଜିଟିଭ ମଧ୍ୟରୁ ଗଂଜାମ ଜିଲ୍ଲାରୁ ସର୍ବାଧିକ ୫୬୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଖୋର୍ଦ୍ଧା ଜିଲ୍ଲାରୁ ୧୭୪, ଗଜପତି ଓ ପୁରୀରୁ ୯୦ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି ।

ଆସନ୍ତୁ ଦେଖିବା କେଉଁ ଜିଲ୍ଲାରୁ କେତେ ପଜିଟିଭ ଚିହ୍ନଟ

Show More

Related Articles

Back to top button