ଜୀବନଚର୍ଯ୍ୟାସ୍ୱାସ୍ଥ୍ୟ

ନିଜକୁ ସୁସ୍ଥ ରଖିବା ପାଇଁ ସେବନ କରନ୍ତୁ ମୁଗଡାଲି

ଏମିତିରେ ତ ଦେଖିବାକୁ ଗଲେ ସମସ୍ତ ଡାଲି ପ୍ରୋଟିନରେ ଭରପୁର ଅଟେ ଓ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ହିତକର ହୋଇଥାଏ l କିନ୍ତୁ ସବୁ ଡ଼ାଲିଙ୍କ ମଧ୍ୟରୁ ମୁଗ ଡାଲିକୁ ସର୍ବଶ୍ରେଷ୍ଠ ଡାଲି ଭାବରେ ଗଣାଯାଇଥାଏ l କାରଣ ଏଥିରେ ଭିଟାମିନ-ଏ ,ବି ,ସି ଓ ଇ ଭରପୁର ମାତ୍ରାରେ ମିଳିଥାଏ

ମୁଗଡାଲିରେ ପୋଟାସିୟମ ,ଆଇରନ ,କ୍ୟାଲସିୟମ ,ମ୍ୟାଗନେସିୟମ ,କପର ,ଫୋଲେଟ ଓ ଫାଇବର ପ୍ରଚୁର ମାତ୍ରାରେ ରହିଥାଏ l କିନ୍ତୁ କ୍ୟାଲୋରୀର ମାତ୍ର ମୁଗ ଡାଲିରେ କମ ଥାଏ l ଏହି ଡାଲି ଶରୀରକୁ ଅନେକ ରୋଗରୁ ରକ୍ଷା କରିବା ସହିତ ଓଜନକୁ ସନ୍ତୁଳିତ ରଖିବାରେ ସାହାଯ୍ୟ କରିଥାଏ l ଏମିତିରେ ଯେଉଁ ଲୋକ ମାନେ ନିଜର ଓଜନକୁ ନେଇ ଅଧିକ ଚିନ୍ତିତ ସେମାନେ ନିଜର ଖାଦ୍ୟରେ ମୁଗଡାଲିକୁ ସାମିଲ କରିପାରିବେ l ଆସନ୍ତୁ ଜାଣିବା ଏହାର ଅନ୍ୟ ଫାଇଦା ଗୁଡିକ କଣ l

* ରକ୍ତ ଚାପକୁ ନିୟନ୍ତ୍ରଣ କରିଥାଏ -ମୁଗ ଡାଲି ସେବନ କଲେ ରକ୍ତ ଚାପ ନିୟନ୍ତ୍ରିତ ରହିଥାଏ l ଏହି ଡାଲିର ଭରପୁର ମାତ୍ରାରେ ଫାଇବର ,ପୋଟାସିୟମ ଓ ମ୍ୟାଗନେସିୟମ ରହିଛି l ଫାଇବର ଅନ୍ତନଳୀକୁ ସଫା ରଖିବାରେ ସାହାଯ୍ୟ କରିଥାଏ l

* ଇମ୍ୟୁନିଟି କୁ ବଢାଏ -ମୁଗ ଡାଲିରେ ଇମ୍ୟୁନିଟି ମଧ୍ୟ ବଢିଥାଏ ତା ସହିତ ମେଟାବୋଲିଯିମ ମଧ୍ୟ ବଢିଥାଏ l ଏମିତିରେ ମୁଗଡାଲି ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭ ଦାୟକ ହୋଇଥାଏ l ମେଟାବୋଲିଯିମ ବଢିବା ଦ୍ୱାରା ଏସିଡ଼ିଟି ,କୋଷ୍ଠକାଠିନ୍ୟ ଓ ବଦହଜମି ସମସ୍ୟା ଦୂର ହୋଇଥାଏ l ମୁଗ ଡାଲି ପ୍ରତେକ ଦିନ ନିଜ ଖାଦ୍ୟରେ ସାମିଲ କରିବା ଦ୍ୱାରା ଏଥିରେ ଥିବା ଭିଟାମିନ-ସି ଇମ୍ୟୁନିଟିକୁ ବଢାଇବାରେ ସହାୟକ ହୋଇଥାଏ l

* ମଧୁମେହ ପାଇଁ ଲାଭ ଦାୟକ- ଯଦି ଆପଣ ମଧୁମେହ ରୋଗରେ ଆକ୍ରାନ୍ତ ଅଛନ୍ତି ତେବେ ନିୟମିତ ମୁଗଡାଲି ସେବନ କରନ୍ତୁ l ଏହା ଏକ ଲୋ-ଗ୍ଲିସେମିକ ଖାଦ୍ୟ ଅଟେ l ମୁଗଡାଲି ଖାଇବା ଦ୍ୱାରା ଶରୀରରେ ଇନ୍ସୁଲିନ ଓ ରକ୍ତ ଶର୍କରା ନିୟନ୍ତ୍ରିତ ରହିଥାଏ ,ତେଣୁ ମୁଗଡାଲି ଖାଇବା ମଧୁମେହ ରୋଗୀଙ୍କ ପାଇଁ ହିତକର l

* ଓଜନ କମାଇବାରେ ସାହାଯ୍ୟ କରେ- ମୁଗଡାଲି ଗାଁ ଠାରୁ ନେଇ ସହର ପର୍ଯ୍ୟନ୍ତ ସମସ୍ତ ସ୍ଥାନରେ ମିଳିଥାଏ l ଏହା ଆମ ଶରୀରର ଓଜନ କମାଇବାରେ ମଧ୍ୟ ସାହାଯ୍ୟ କରିଥାଏ l ଓଜନ କମାଇବା ପାଇଁ ନିଜ ଖାଦ୍ୟରେ ହାଇପ୍ରୋଟିନ ଯୁକ୍ତ ଖାଦ୍ୟ ସାମିଲ କରିବା ଆବଶ୍ୟକ l ସମସ୍ତ ଡାଲି ଅପେକ୍ଷା ମୁଗ ଡ଼ାଲିରେ ପ୍ରୋଟିନର ମାତ୍ରା ସାମାନ୍ୟ ଅଧିକ ଥାଏ ତେଣୁ ମୁଗଡାଲିକୁ ନିଜ ଖାଦ୍ୟରେ ପ୍ରତେକ ଦିନ ବ୍ୟବହାର କରିବା ଉଚିତ l

Show More

Related Articles

Back to top button