ଜୀବନଚର୍ଯ୍ୟାସ୍ୱାସ୍ଥ୍ୟ

ସୁସ୍ଥ ରହିବ ପାଇଁ ଜୀବନର ୨୦ସୂତ୍ର ରହସ୍ୟ

ନିଜର ଦୈନଦିନ କାର୍ଯ୍ୟ ପ୍ରଣାଳୀରେ କିଛିଟା ପରିବର୍ତନ କରି ଆପଣ ସୁସ୍ଥ ଓ ଦୀର୍ଘାୟୁ ହୋଇପାରିବେ l କେବଳ ଏତିକି କରିବାକୁ ପଡିବ କିଛିଟା ଜିନିଷକୁ ସାରା ଜୀବନ ପାଇଁ ଆପଣାଇ ନେବେ l ସେଥିପାଇଁ ଆପଣଙ୍କୁ ଏହି ୨୦ ଟି ସୂତ୍ର ମାନେ ରଖିବାକୁ ପଡିବ

* ପ୍ରତିଦିନ ସୂର୍ଯ୍ୟଦୟ ପୂର୍ବରୁ ୫ଟା ବେଳକୁ ଉଠି ୩ କିଲୋମିଟର ଚାଲିବାକୁ ଜନ୍ତୁ l ସୂର୍ଯ୍ୟଙ୍କ ଆରାଧନାରେ ଦିନ ଆରମ୍ଭ କରନ୍ତୁ କାରଣ ସୂର୍ଯ୍ୟଙ୍କ ପାଖରୁ ସକାରାତ୍ମକ ଶକ୍ତି ଜାଗ୍ରତ ହୋଇଥାଏ l

* ଶରୀରକୁ ସର୍ବଦା ସିଧା ରଖି ବସାନ୍ତୁ ,ଚାଲିଲା ବେଳେ ମଧ୍ୟ ସିଧା ରଖି ଚାଲନ୍ତୁ ,ଯେଉଁ ସମୟରେ ଠିଆ ହେଉଛନ୍ତି ସେତେବେଳେ ମଧ୍ୟ ସିଧା ହୋଇ ଠିଆ ହୁଅନ୍ତୁ l ଏହା ଦ୍ୱାରା ଶରୀର ଫୁର୍ତ୍ତି ଲାଗିବ l

* ଭୋଜନରେ ସର୍ବଦା ନିଜକୁ ପ୍ରୟାସ କରନ୍ତୁ ସୁସ୍ଥ ରଖିବା ପାଇଁ l ଏହାର ସବୁଠାରୁ ଉଚିତ ପ୍ରଣାଳୀ ହେଲା ଭୋଜନକୁ ସବୁବେଳେ ଚୋବାଇକରି ଖାନ୍ତୁ ଏବଂ ଆନନ୍ଦର ସହିତ ଖାଇବା ଉଚିତ ,କାରଣ ଏହା ଦ୍ୱାରା ପଚାନା କ୍ରିୟା ଠିକରେ ହୋଇଥାଏ l

* ମୋଟାପଣର ମୁଖ୍ୟ କାରଣ ହେଲା ଆଳସ୍ୟ ପରିତ୍ୟାଗ କରି ସକାଳ ଭ୍ରମଣରେ ଯାଆନ୍ତୁ ଓ ଯୋଗ ଇତ୍ୟାଦି କରନ୍ତୁ l

* ଗରିଷ୍ଠ ଓ ଭାରି ଭୋଜନ ହଜମ ହୋଇନଥାଏ ,ତେଣୁ ଏହି ପ୍ରକାର ଖାଦ୍ୟକୁ ତ୍ୟାଗ କରନ୍ତୁ l ଯଦି ଏପରି କରିବାକୁ ପଡୁଛି ତେବେ ଫଳ ମଧ୍ୟ ନିଜ ଖାଦ୍ୟରେ ସାମିଲ କରି ପାରିବେ l

 

* ଯାନବାହାନର ବ୍ୟବହାର କମ କରିବାର ଅଭ୍ୟାସ ପକାନ୍ତୁ l ଯଦି ଅଳ୍ପ ବାଟ ଯିବାକୁ ପଡୁଛି ତେବେ ପାଦରେ ଚାଲି ଚାଲି ଯାନ୍ତୁ l ଏହା ଦ୍ୱାରା ମାଂସପେଶୀର ମଧ୍ୟ ବ୍ୟାୟାମ ହେବ ଓ ଆପଣ ନିରୋଗୀ ରହିବେ l ତାସାହିତ ଆମ ପର୍ଯାବରଣ ରକ୍ଷା ପାଇବ l

* ଭୋଜନରେ ଅଧିକରୁ ଅଧିକ ମାତ୍ରାରେ ଫଳ ଓ ପାନିପରିବାର ପ୍ରୟୋଗ କରନ୍ତୁ l ସେଥିରୁ ଆବଶକ୍ୟ ତୈଳ ପଦାର୍ଥ ପ୍ରାପ୍ତ କରନ୍ତୁ ଶରୀରରେ ଯେତିକି ଆବଶ୍ୟକ ତେଲ ତାହା ପ୍ରାକୃତିକ ଭାବରେ ଭୋଜନରୁ ଆମକୁ ମିଳିଥାଏ l

* ମସ୍ତିଷ୍କକୁ ଅଳସୁଆ କରିବାକୁ ଚେଷ୍ଟା କରନ୍ତୁ ନାହିଁ ,ସବୁବେଳେ ମସ୍ତିଷ୍କକୁ କାର୍ଯ୍ୟ କରିବାରେ ତତ୍ପର ରଖିଥାନ୍ତୁ l

* ଘରର କାର୍ଯ୍ୟରେ ଅନ୍ୟମାନଙ୍କୁ ସାହାଯ୍ୟ କରନ୍ତୁ ଏହା ମଧ୍ୟ ଏକ ପ୍ରକାରର ବ୍ୟାୟାମ ଅଟେ l

* ନିଜକୁ ସବୁବେଳେ ବ୍ୟସ୍ତତା ମଧ୍ୟରେ ରଖନ୍ତୁ l କାରଣ ଏହା ଦୀର୍ଘାୟୁ ହେବାର ମାଗଣା ଔଷଧ ଅଟେ l
* ନିଜର ପିନ୍ଧିବା ଶୈଳୀକୁ ମଧ୍ୟ ନିଜ ବ୍ୟକ୍ତିତ୍ୱକୁ ନେଇ ପିନ୍ଧନ୍ତୁ l

* ଜୀବନର ଅର୍ଥ ହେଲା ଗତି ଶିଳତା ,ତେଣୁ ନିଜ ଭିତରେ ସକାରତ୍ମକ ଭାବନା ଆଣି ପର ଚର୍ଚା କରନ୍ତୁ ନାହିଁ l

* ନିଜ ଜୀବନର ଲକ୍ଷ ,ଉଦେଶ୍ୟ ଓ କାର୍ଯ୍ୟ ପ୍ରତି ସମର୍ପଣ ଭାବ ରଖନ୍ତୁ l

Show More

Related Articles

Back to top button