ସ୍ୱାସ୍ଥ୍ୟ

ଆପଣଙ୍କର ଛୋଟିଆ ପଦକ୍ଷେପ : ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ହୋଇପାରେ ବରଦାନ

ଆସନ୍ତୁ ଜାଣିବା

ଆମେ ନିଜକୁ ସୁସ୍ଥ ରଖିବା ପାଇଁ ବିଭିନ୍ନ ପ୍ରକାରର ଉପାୟ ଅବଲମ୍ବନ କରିଥାଉ l ଏହି ଉପାୟ ମାନଙ୍କ ମଧ୍ୟରୁ ଗୋଟିଏ ହେଲା ତମ୍ବା ପାତ୍ରରେ ପାଣି ପିଇବା l ଆଜିର ଆଧୁନିକ ଯୁଗରେ ପ୍ରାୟ ସମସ୍ତେ ନିଜର ସ୍ୱାସ୍ଥ୍ୟ ପାଇଁ ବେଶେଷ ସଚେତନ ଥିବା ହେତୁ ତମ୍ବା ପାତ୍ରରେ ଖାଦ୍ୟ ପ୍ରସ୍ତୁତ ଅରିବା ସହିତ ଖାଦ୍ୟ ମଧ୍ୟ ଖାଉଛନ୍ତି l ଯଦି ଆମେ ସକାଳୁ ଉଠି ତମ୍ବା ପାତ୍ରରେ ପାଣି ପିଇ ଥାଉ ତେବେ ଆମ ଶରୀରରୁ ବିଷାକ୍ତ ପଦାର୍ଥ ସହଜରେ ବାହାରି ଯାଇଥାଏ l ଆଜି ଆସନ୍ତୁ ଜାଣିବା ତମ୍ବା ପାତ୍ରରେ ପାଣି ରଖି ପିଇବାର ଲାଭ ବିଷୟରେ l

* କୁହାଯାଏ ଯେ ତମ୍ବା ପାତ୍ରରେ ଯେଉଁ ପାଣି ରଖାଯାଏ ସମ୍ପୂଣ୍ଣ ସୁଦ୍ଧ ଅଟେ l ଏହି ପାଣି ଦ୍ୱାରା ଡାଇରିଆ ,ଜଣ୍ଡିସ ଓ ଝାଡା ବାନ୍ତିଭଳି ରୋଗ ବ୍ୟାପି ନଥାଏ l ଏବଂ ଆମର ଶରୀରକୁ ଜୀବାଣୁ ମୁକ୍ତ କରିଥାଏ l କିନ୍ତୁ ତମ୍ବା ପାତ୍ରରେ ପାଣି ଅତି କମରେ ୮ ଘଣ୍ଟା ରହିବ ଆବଶ୍ୟକ l

* ଆପଣଙ୍କ ପେଟର ସମସ୍ତ ପ୍ରକାରର ସମସ୍ୟାକୁ ଦୂର କରିବା ପାଇଁ ତମ୍ବା ପାତ୍ରରେ ରଖ ଯାଉଥିବା ପାଣି ଅତ୍ୟନ୍ତ ହିତକର l ଏହି ପାଣିକୁ ପିବା ଦ୍ୱାରା ଗ୍ୟାସ ଓ ଏସିଡ଼ିଟି ଭଳି ସମସ୍ୟାରୁ ଆରାମ ମିଳିଥାଏ l କୁହାଯାଏ ଯେ ତମ୍ବା ପାତ୍ରରେ ପାଣି ରଖି ପିଇବା ଦ୍ୱାରା ଓଜନ ମଧ୍ୟ ନିୟନ୍ତ୍ରଣ ହୋଇଥାଏ l

* ତମ୍ବା ପାତ୍ରରେ ପାଣି ରଖି ପିଇଲେ ଆପଣଙ୍କ ଶରୀରର ଅନ୍ତରୀଣ ଅଙ୍ଗ ଲିଭର ଓ କିଡ୍ନୀ ପ୍ରଭୃତି ସୁସ୍ଥ ରହିଥାଏ l ଏହା ବ୍ୟତୀତ ଆପଣଙ୍କ ଶରୀରରୁ ହେଉଥିବା ଯେକୌଣସି ସଂକ୍ରମଣକୁ ଦୂର କରିବା ପାଇଁ ସାହାଯ୍ୟ କରିଥାଏ l

* କୁହାଯାଏ ଯେ ତମ୍ବା ପାତ୍ରରେ ଥିବା ଆଣ୍ଟିଇନ୍ଫ୍ଲମେଟୋରି ଗୁଣ ଆଣ୍ଠୁଗଣ୍ଠି ଯନ୍ତ୍ରଣାରୁ ଆରାମ ଦେଇଥାଏ ଓ ଆର୍ଥ୍ରାଇଟିସ ରୋଗ ପାଇଁ ତମ୍ବା ପାତ୍ରର ପାଣି ଅତ୍ୟନ୍ତ ଲାଭ ଦାୟକ l

* ତମ୍ବା ଆପଣଙ୍କର ରକ୍ତ ଶୁଦ୍ଧିର କାମ କରିଥାଏ l ଏହି କାରଣରୁ ଆପଣଙ୍କର ତ୍ୱଚା ସମ୍ବଧୀୟ କାରଣ ମଧ୍ୟ ଠିକ ହୋଇଥାଏ l ତା ସହିତ କୋଲେଷ୍ଟ୍ରଲ କମିବା ଓ ରକ୍ତଚାପ ନିୟନ୍ତ୍ରଣ ମଧ୍ୟ ତମ୍ବା ପାତ୍ର ପାଣି ଦ୍ୱାରା ସମ୍ଭବ ହୁଏ l

Show More

Related Articles

Back to top button