ସ୍ୱାସ୍ଥ୍ୟ

ଅମୃତ ଭଣ୍ଡାର ପତ୍ରର ରସ ଆପଣଙ୍କ ପାଚନ ସମସ୍ୟା ଠିକ କରିବା ସହିତ ଅଧିକାଂଶ ରୋଗରୁ ଦୁରେଇ ରଖେ

ଆସନ୍ତୁ ଜାଣିବା-

ଅମୃତ ଭଣ୍ଡାର ସେବନ କରିବା ସ୍ୱାସ୍ଥ୍ୟପକ୍ଷ ଲାଭଦାୟକ ବୋଲି ସମସ୍ତେ ଜାଣିଛନ୍ତି l କିନ୍ତୁ ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଅମୃତ ଭଣ୍ଡା ପତ୍ର ଶାରୀର ପାଇଁ ଲାଭ ଦାୟକ ଅଟେ ଦାୟକ ଅଟେ l ଅମୃତ ଭଣ୍ଡା ପାତ୍ରରେ ଅନେକ ଔଷଧୀୟ ଗୁଣ ରହିଛି ,ଯାହାର ବ୍ୟବହାର ଦ୍ୱାରା ଅନେକ ରୋଗକୁ ଦୂର କରାଯାଇ ପାରିବ l ଗ୍ରୀଷ୍ମ ଋତୁରେ ଅମୃତ ଭଣ୍ଡା ଭଳି ତାର ପତ୍ର ମଧ୍ୟ ଶରୀର ପାଇଁ ହିତକର ଅଟେ l ଅମୃତ ଭଣ୍ଡାର ପତ୍ରକୁ ଡେଙ୍ଗୁ ଓ ଚିକେନ ଗୁନିଆ ପାଇଁ ଅତ୍ୟନ୍ତ ହିତକର ଅଟେ ତା ସହିତ ଇମ୍ୟୁନିଟି ମଧ୍ୟ ବଢ଼ାଇ ଥାଏ l ଗ୍ୟାସ ଏସିଡ଼ିଟି ପାଚନ ସମ୍ବଧୀୟ ସମସ୍ୟାକୁ ଅମୃତ ଭଣ୍ଡା ପାତ୍ରର ରସ ଦୂର କରିଥାଏ l

* ଅମୃତ ଭଣ୍ଡା ପାତ୍ରରେ କ୍ୟାନ୍ସର ରୋଧକ ଗୁଣ ମିଳିଥାଏ l ଯାହା ଆପଣଙ୍କ ଇମ୍ୟୁନିଟିକୁ ବୁଷ୍ଟ କରିବାରେ ସାହାଯ୍ୟ କରେ l ସ୍ତନ କର୍କଟ ରୋଗ ପାଇଁ ଏହା ଅତ୍ୟନ୍ତ ହିତକର l

* ମହିଳା ମାନଙ୍କୁ ଋତୁସ୍ରାବ ସମୟରେ ହେଉଥିବା ଯନ୍ତ୍ରଣାରୁ ଅମୃତ ଭଣ୍ଡା ପତ୍ରର ରସ ଆରାମ ଦେଇଥାଏ l ଋତୁସ୍ରାବ ସମୟରେ ଅମୃତଭଣ୍ଡା ରସକୁ ଫୁଟାଇ ଗରମ କରି ଲୁଣ ମିଶାଇ ପିବା ଦ୍ୱାରା ଏହି ଯନ୍ତ୍ରଣା ଦୂର ହୋଇଥାଏ ଓ ଶରୀରକୁ ଅନ୍ୟ ଯନ୍ତ୍ରଣାରୁ ମଧ୍ୟ ଆରାମ ଦେଇଥାଏ l

* ଆପଣ ଯଦି ସବୁ ଋତୁରେ ଅମୃତ ଭଣ୍ଡା ରସ ପିଉଛନ୍ତି ତେବେ ଏହା ଆପଣଙ୍କ ଶରୀରକୁ ବିଭିନ୍ନ ବ୍ୟାକ୍ଟେରିଆ ଓ ସଂକ୍ରମଣରୁ ଦୁରେଇ ରଖିବାରେ ସକ୍ଷମ ହେବ l ତା ସହିତ ରକ୍ତରେ WBC ଓ ପ୍ଲେଟଲେଟକୁ ବଢ଼ିବାରେ ସାହାଯ୍ୟ କରିବ l

* ଡେଙ୍ଗୁ ଓ ମ୍ୟାଲେରିଆ ଭଳି ରୋଗ ପାଇଁ ଅମୃତ ଭଣ୍ଡା ପତ୍ରର ରସ ଅତ୍ୟନ୍ତ ହିତକର ଅଟେ l ଏହା ଜ୍ୱର ଅଧୀକ ବଢୁଥିବା ସମୟରେ ଦୁର୍ବଳତା ଦୂର କରିବା ସହିତ ସେଥିରୁ ଆରାମ ମଧ୍ୟ ଦେଇଥାଏ l ଜ୍ୱର ସମୟରେ ହେଉଥିବା ଆଣ୍ଠୁଗଣ୍ଠି ଯନ୍ତ୍ରଣା ଓ ଫୁଲ ଏହି ରସ ଦ୍ୱାରା ଦୂର ହୋଇ ପାରିବ ବୋଲି ଗବେଷକ ମାନଙ୍କର ମତ ରହିଛି l

* ଅମୃତ ଭଣ୍ଡା ପତ୍ରର ରସ ଦ୍ୱାରା ପେଟ ସମ୍ବଧୀୟ ସମସ୍ତ ଅସୁବିଧା ଦୂର କରାଯାଇ ପାରିବ l ନିକଟରେ ହୋଇଥିବା ଗୋଟିଏ ଗବେଷଣାରେ କିଛି ଗ୍ୟାସ୍ଟ୍ରିକ ରୋଗୀଙ୍କୁ ଏଥିରେ ସାମିଲ କରାଯାଇଥିଲା l ଯେଉଁ ମାନଙ୍କର ପାଚନ ସମ୍ବଧୀୟ ସମସ୍ୟା ସହିତ ଗ୍ୟାଷ୍ଟିକ ସମସ୍ୟା ମଧ୍ୟ ରହିଥିଲା l ସେମାନଙ୍କୁ ପ୍ରତେକ ଦିନ ଅମୃତ ଭଣ୍ଡା ପତ୍ରର ରସ ଗୋଲମରିଚ ସହିତ ଦିଆଯିବ ପରେ ୧୫ ଦିନ ଭିତରେ ଅମାନଙ୍କର ପାଚନ ସମ୍ବଧୀୟ ସମସ୍ୟା ଦୂର ହେବ ସହିତ ଗୟସଟିକ ମଧ୍ୟ ଦୂର ହୋଇ ଯାଇଥିଲା l

Show More

Related Articles

Back to top button