Breaking PLUSକାଳିପୂଜାଦେଶମନୋରଞ୍ଜନମୁଖ୍ୟ ଖବର

ଆଜି ଅଯୋଧ୍ୟାରେ ଦୀପାବଳି ଉତ୍ସବର ଉଦଘାଟନ କରିବେ ଯୋଗୀ ଆଦିତ୍ୟନାଥ

ଏଥର ୧୨ଲକ୍ଷ ଦୀପର ଆଲୋକରେ ଆଲୋକିତ ହେବ ଅଯୋଧ୍ୟା

ଆଜି ଅଯୋଧ୍ୟାରେ ଦୀପାବଳି ଉତ୍ସବର ଉଦଘାଟନ କରିବେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ୨୦୧୭ରେ ଯୋଗୀ ଆଦିତ୍ୟନାଥ ସିଏମ୍ ହେବା ପରଠାରୁ ଦୀପାବଳିରେ ଅଯୋଧ୍ୟାରେ ଦୀପତ୍ସୋବର କାର୍ଯ୍ୟକ୍ରମ ହେଉଛି । ମାତ୍ର ଏଥର ଅଯୋଧ୍ୟାରେ ଦୀପାବଳି ନିଆରା ଢଙ୍ଗରେ ଦେଖିବାକୁ ମିଳିବ ।

ଏଥର ରାମ କୀ ପୈଦୀ ଘାଟରେ ଜଳିବ ୯ଲକ୍ଷ ଦୀପ । ପୁଣି ୩ଲକ୍ଷରୁ ଅଧିକ ଦୀପ ପ୍ରାଚୀନ ମଠ ମନ୍ଦିର ଓ କୁଣ୍ଡରେ ଜଳାଯିବ । ଏହିପରି ୧୨ଲକ୍ଷ ଦୀପ ଜଳାଯିବ । ଯାହା ଗିନିଜ ବୁକ୍ ଅଫ୍ ରେକର୍ଡ଼ ସୃଷ୍ଟି କରିବ । ଅଯୋଧ୍ୟା ଜିଲ୍ଲା ପ୍ରଶାସନ ଓ ଉତ୍ତର ପ୍ରଦେଶ ପର୍ଯ୍ୟଟନ ବିଭାଗ ପକ୍ଷରୁ ୧୨ହଜାର ସ୍ୱେଚ୍ଛାସେବୀଙ୍କୁ ନିୟୋଜିତ କରାଯାଇଛି । ପୂର୍ବରୁ ୨୦୧୭ରେ ୨ଲକ୍ଷ ଦୀପ, ୨୦୧୮ ୩ଲକ୍ଷ, ୨୦୧୯ରେ ୪.୫ଲକ୍ଷ,୨୦୨୦ରେ ୬ଲକ୍ଷ ମାଟି ଦୀପ ଜଳାଯାଇଥିଲା ।

ଏହି ପାଞ୍ଚ ଦିନିଆ ଉତ୍ସବରେ ରାମଲିଲା, ୩ଡ଼ି ହୋଲୋଗ୍ରାଫିକ୍ ପ୍ରଦର୍ଶନ, ଲେଜର ସୋ ଏବଂ ଆତସବାଜି ମଧ୍ୟ ମଞ୍ଚସ୍ଥ ହେବ । ରାମକଥା ଉଦ୍ୟାନରେ ଶିଳ୍ପ ବଜାର ଉଦଘାଟନ ସହ ଏହି ଉତ୍ସବ ପାଳନ ଆରମ୍ଭ ହେବ । ଉଦଘାଟନୀ ଉତ୍ସବରେ ନାଗପୁରର ପ୍ରସିଦ୍ଧ ୱାତକର ଭଗ୍ନୀ ଭାଗ୍ୟଶ୍ରୀ ଏବଂ ଧନଶ୍ରୀ ରାମାୟଣର କେତେକ ଅଂଶ ଗୀତ ଆକାରରେ ପରିବେଷଣ କରିବେ ଏହା ସହ ଲକ୍ଷ୍ନୌରର ଈଶା ରତନ ଓ ମିଶା ରତନ କଥକ ନୃତ୍ୟ ପରିବେଷଣ କରିବାବେଳେ ପ୍ରଖ୍ୟାତ ଭଜନ ଗାୟକ ଅନୂପ ଜଲୋଟା ଭକ୍ତିସଙ୍ଗୀତ ଗାୟନ କରିବେ ଏବଂ ନେପାଳର ଜନକପୁରରୁ ଆସିଥିବା ନାଟ୍ୟଦଳ ରାମାୟଣ ଆଧାରିତ ନାଟ୍ୟ ପରିବେଷଣ କରିବେ ।

Show More

Related Articles

Back to top button