Breaking PLUSଦେଶ ବିଦେଶମୁଖ୍ୟ ଖବର

ବର୍ଷକରେ ୨୬ ଲକ୍ଷ ଟଙ୍କା ବଢ଼ିଲା ପ୍ରଧାନମନ୍ତ୍ରୀଙ୍କ ସମ୍ପତ୍ତି

ଗୁଜରାଟରେ ଏଥିପାଇଁ କିଣିଛନ୍ତି ଜମି

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ( ପିଏମଓ) ମଙ୍ଗଳବାର ପ୍ରଧାନମନ୍ତ୍ରୀଙ୍କ ସମ୍ପତ୍ତି ଘୋଷଣା କରିଛନ୍ତି। ଏଥିରେ ପ୍ରଧାନମନ୍ତ୍ରୀଙ୍କ ସମେତ ୧୦ ଜଣନ୍ତ୍ରୀଙ୍କ ସମ୍ପତ୍ତିର ବିବରଣୀ ମଧ୍ୟ ପ୍ରଦାନ କରିଛନ୍ତି। ବିବରଣୀ ଅନୁସାରେ ୨୦୨୧-୨୨ ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ଚଳନ୍ତି ସମ୍ପତ୍ତି ମୂଲ୍ୟରେ ୨୬.୧୩ ଲକ୍ଷ ଟଙ୍କା ବୃଦ୍ଧି ହୋଇଛି। ଏହା ଛଡା ପ୍ରଧାନମନ୍ତ୍ରୀ ଗୁଜରାଟରେ ଏକ ଆବାସୀକ୍ ଜମିରେ ନିବେଶ କରିଥିବାର ମଧ୍ୟ ପିଏମଓ ସୂଚିତ କରିଛନ୍ତି। ମାର୍ଚ୍ଚ ୨୦୨୧ ଶେଷ ସୁଦ୍ଧା ମୋଦିଙ୍କ ମୋଟ ଚଳନ୍ତି ସମ୍ପତ୍ତି ପରିମାଣ ୧କୋଟି ୯୭ ଲକ୍ଷ ୬୮ ହଜାର ୮୮୫ ଟଙ୍କା ଥିଲା, ଯାହା ମାର୍ଚ୍ଚ ୨୦୨୨ରେ ୨କୋଟି ୨୩ଲକ୍ଷ ୮୨ ହଜାର ୫୦୪ ଟଙ୍କାକୁ ପହଞ୍ଚି ଯାଇଛି। ପ୍ରଧାନମନ୍ତ୍ରୀଙ୍କ ଘୋଷିତ ସମ୍ପତ୍ତିରେ ତାଙ୍କର ଫିକ୍ସ ଡିପୋଜିଟ୍, ବ୍ୟାଙ୍କ ବାଲାନ୍ସ, ନ୍ୟାସନାଲ ସେଭିଂ ସାର୍ଟିଫିକେଟ୍, ଲାଇଫ ଇନସ୍ୟୁରାନ୍ସ ପଲିସି, ନଗଦ ଓ ଜ୍ୱେଲରୀ ଆଦି ସାମିଲ।

ଏଥିରେ ପ୍ରଧାନମନ୍ତ୍ରୀ ତାଙ୍କ ଅଚଳ ସମ୍ପତ୍ତି ସ୍ତମ୍ବରେ ଶୂନ୍ୟ ଉଲ୍ଲେଖ କରିଛନ୍ତି। ଅଚଳ ସମ୍ପତ୍ତି ସର୍ଭେକ୍ଷଣ ସଂଖ୍ୟା ୪୦୧/୧ଅନୁସାରେ ଏକ ଭୂ-ଖଣ୍ଡରେ ଅନ୍ୟ ୩ ଜଣ ସଂଯୁକ୍ତ ମାଲିକଙ୍କ ସହ ମୋଦିଙ୍କର ମାଲିକାନା ସତ୍ତ୍ୱ ରହିଛି। ଯେଉଁଥିରେ ପ୍ରତ୍ୟେକ ଭାଗିଦାରଙ୍କ ୨୫ ପ୍ରତିଶତ ଲେଖାଏଁ ଅଂଶ ରହିଛି। ଯାହାର ଗୋଟିଏ ଅଂଶକୁ ଦାନ କରି ଦିଆଯାଇଛି। ଗତବର୍ଷ ପ୍ରଧାନମନ୍ତ୍ରୀ ମୋଦି ସର୍ଭେକ୍ଷଣ ସଂଖ୍ୟା ୪୦୧/୧ରେ ସେକ୍ଟର-୧ ଗାନ୍ଧିନଗର ସ୍ଥିତ ଏକ ଆବାସିକ ଭୂ-ଖଣ୍ଡର ଏକ ଚତୁର୍ଥାଂଶରେ ମୋଦିଙ୍କ ଭାଗରେ ୩,୫୩୧.୪୫ ବର୍ଗ ଫୁଟ ଥିଲା। ଯାହାର ବଜାର ମୂଲ୍ୟ ୧.୧୦ କୋଟି ଟଙ୍କା ହେବ ବୋଲି ଉଲ୍ଲେଖ କରିଥିଲେ।

Show More

Related Articles

Back to top button