Breaking PLUSଦେଶ ବିଦେଶବାଣିଜ୍ୟମୁଖ୍ୟ ଖବର

ଗୁରୁତର ହେଉଛି ଚାକିରୀ ସମସ୍ୟା

ବିପଦରେ ଭାରତରେ ୬୯ ପ୍ରତିଶତ କର୍ମ ନିୟୁକ୍ତି

ଭାରତରେ ନିଯୁକ୍ତି ସଂକଟକୁ ନେଇ ଏକ ଚମକାଇବା ଭଳି ରିପୋର୍ଟ ସାମ୍ନାକୁ ଆସିଛି। ରିପୋର୍ଟ ଅନୁସାରେ ପାଖାପାଖି ୬୯ ପ୍ରତିଶତ ଚାକିରୀ ଏବେ ବିପଦରେ, ଯାହାର ମୁଖ୍ୟ କାରଣ ଅଟୋମେସନ ବୋଲି କୁହାଯାଇଛି। ‘ଫ୍ୟୁଚର ଅଫ ଜବସ୍ ଫରକାଷ୍ଟ’ ରିପୋର୍ଟ ଅନୁସାରେ ଏପରି ପରିସ୍ଥିତି ସେତେବେଳେ ସୃଷ୍ଟି ହେବାକୁ ଯାଉଛି ଯେତେବେଳେ ଭାରତ ଅପେକ୍ଷାକୃତ ଯୁବ କାର୍ଯ୍ୟବଳ ସହିତ ଆଗାମୀ ୨୦ ବର୍ଷରେ ୧୬୦ ନିୟୁତ ନୂଆ ନିଯୁକ୍ତି ଲାଗି ପ୍ରସ୍ତୁତିରେ ଅଛି। ରିପୋର୍ଟରେ କୁହାଯାଇଛି ୨୦୪୦ ସୁଦ୍ଧା ୧.୧ ବିଲିୟନ କର୍ମଜୀବି ଜନସଂଖ୍ୟାରେ ପହଞ୍ଚିବା ଲାଗି ନିଯୁକ୍ତିକ୍ଷେତ୍ରକୁ ପ୍ରବେଶ କରିବାକୁ ଯାଉଥିବା ନୂଆ ଶ୍ରମିକଙ୍କୁ ଅଡଜଷ୍ଟ କରିବା ନିମନ୍ତେ ନିଯୁକ୍ତି ସୃଷ୍ଟି କରିବା ଏବେ ଦେଶର ମୁଖ୍ୟ ପ୍ରାଥମିକତା। ବିଶ୍ଲେଷକ ମାଇକେଲ ଓ’ଗ୍ରାଡିଙ୍କ ଅନୁସାରେ ଭାରତୀୟ କାର୍ଯ୍ୟବଳ ଯୁବାବସ୍ଥାରେ ରହିଛି। ଯେଉଁଥିରେ ହାରାହାରି ୩୮ ବର୍ଷ ବୟସ୍କଙ୍କ ସଂଖ୍ୟା ଅଧିକ। ଆଗାମୀ ୨୦ ବର୍ଷରେ ଏହି କର୍ମଜୀବି ଜନସଂଖ୍ୟା ୧୬୦ ନିୟୁତ ପର୍ଯ୍ୟନ୍ତ ବୃଦ୍ଧି ହେବ। ତେବେ ଭାରତର ଶ୍ରମଶକ୍ତି ଭାଗିଦାରୀ ହାର ହ୍ରାସ ହୋଇ ୪୧ ପ୍ରତିଶତକୁ କମି ଯାଇଛି।

ତେବେ ପ୍ରଶାନ୍ତ ଏସିୟା କ୍ଷେତ୍ରର ୫ ବୃହତ୍ତ ଅର୍ଥ ବ୍ୟବସ୍ଥା ଭାରତ, ଚୀନ୍, ଦକ୍ଷିଣକୋରିଆ, ଅଷ୍ଟ୍ରେଲିଆ ଓ ଜାପାନରେ କର୍ମଜୀବୀ ଜନସଂଖ୍ୟା ଇୟୁରୋପ ଓ ଆମେରିକା ତୁଳନାରେ ଅଟୋମେସନ ଯୋଗୁ ଅଧିକ ସଂକଟରେ ଅଛନ୍ତି। ୨୦୪୦ ସୁଦ୍ଧା ଅଟୋମେସନ ଯୋଗୁ ୬୩ ନିୟୁତ ଚାକିରୀ ଲୋପ ପାଇବାର ଆଶଙ୍କା କରାଯାଉଛି। ୨୪୭ ନିୟୁତରୁ ଅଧିକ ନିଯୁକ୍ତିର ସୁଯୋଗ ଥିବା ଉଦ୍ୟୋଗରେ ଏପରି ବିପଦର ଆଶଙ୍କା କରାଯାଉଛି। ଯେପରିକି ନିର୍ମାଣ ଓ କୃଷି କ୍ଷେତ୍ର ଅଟୋମେସନ ନୂଆ ସମସ୍ୟାର କାରଣ ହେବ ବୋଲି କୁହାଯାଉଛି। ରିପୋର୍ଟ ଅନୁସାରେ ୨୦୪୦ ସୁଦ୍ଧା ଚୀନ୍ କର୍ମଜୀବି ଜନସଂଖ୍ୟାରେ ୧୧ ପ୍ରତିଶତ ହ୍ରାସ ଦେଖିବାକୁ ଥିବା ବେଳେ ଅଟୋମେସନ ଯୋଗୁ ୭ ପ୍ରତିଶତ ଚାକିରୀ ଲୋପ ପାଇଯିବ। ସେହିପରି ଜାପାନରେ ୧୯ ପ୍ରତିଶତ ନିଯୁକ୍ତି ହ୍ରାସ ହେବ ବୋଲି କୁହାଯାଇଛି।

Show More

Related Articles

Back to top button