Breaking PLUSଦେଶ ବିଦେଶମୁଖ୍ୟ ଖବର

ମୁଖ୍ୟମନ୍ତ୍ରୀ ପଦରୁ ନୀତିଶ କୁମାରଙ୍କ ଇସ୍ତଫା

ମହାମେଣ୍ଟ ସହ ପୁଣି ସମ୍ଭାଳିବେ ଶାସନ ଭାର !

ବିହାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତିଶ କୁମାର । ଅପରାହ୍ନ ୪ ଟା ସମୟରେ ରାଜ୍ୟପାଳ ଫଗୁ ଚୌହାନଙ୍କୁ ଭେଟି ସେ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ଏଥି ସହିତ ବିହାର ରାଜନୈତିକ ସମୀକରଣ ବଦଳାଇ ଦେଇଛନ୍ତି ନୀତିଶ । ପୁଣି ନୂଆ ସରକାର ଗଢ଼ିବା ସହ ନୂଆ ମେଣ୍ଟ କରିବେ ବୋଲି ସୂଚନା ମିଳିଛି । ଇସ୍ତଫା ପରେ ନୀତିଶ କୁମାର କହିଛନ୍ତି, ‘ମୁଁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲି । ଆମେ ନ୍ୟାସନାଲ ଡେମୋକ୍ରାଟିକ୍‌ ଆଲିଆନ୍ସ (ଏନଡିଏ) ସହ ମେଣ୍ଟ ଭାଙ୍ଗିଲୁ । ସମସ୍ତ ଜେଡିୟୁ ବିଧାୟକ, ସାଂସଦ ଏନଡିଏ ଛାଡିବାକୁ ଚାହୁଁଥିଲେ । ତେଣୁ ଆମେ ଏହି ନିଷ୍ପତ୍ତି ନେଲୁ’। କିଛି ସମୟ ପୂର୍ବରୁ ବିଜେପି-ଜେଡିୟୁ ମେଣ୍ଟ ଭାଙ୍ଗିଥିବା ବେଳେ ବିଜେପି ଠାରୁ ଅଲଗା ହୋଇଥିଲେ ନୀତିଶ କୁମାର । ଏନେଇ ନୀତିଶ ଆନୁଷ୍ଠାନିକ ଭାବେ ଘୋଷଣା କରିଥିଲେ । ଏହାସହ ସେ କଂଗ୍ରେସ-ଆରଜେଡି ଓ ବାମଦଳ ସହ ମିଶି ସରକାର ଗଠନ କରିବେ ବୋଲି ସୂଚନା ମିଳିଛି ।

ବିଜେପିରୁ ମୋହ ଭାଙ୍ଗି ପଦ୍ମ ଛାଡି ଅନ୍ୟ ଦଳ ସହ ସରକାର ଗଢିବା ଦିଗରେ ନୀତିଶ ରହିଛନ୍ତି । ଏଥିପାଇଁ ଗତ କିଛି ଦିନ ଧରି ଚର୍ଚ୍ଚା ଜୋର୍ ଧରିଥିଲା । ଏବେ ଚର୍ଚ୍ଚା ସତ ହୋଇଛି । କାରଣ କଂଗ୍ରେସ-ଆରଜେଡି-ବାମଦଳ ସମର୍ଥନରେ ନୀତିଶ ମୁଖ୍ୟମନ୍ତ୍ରୀ ହେବେ ବୋଲି ଜଣାପଡିଛି । ବିଜେପିଠୁ ଅଲଗା ହୋଇ ରାଜ୍ୟ ରାଜନୀତିର ସମୀକରଣ ବଦଳାଇଛନ୍ତି ନୀତିଶ । ଏହାମଧ୍ୟରେ ବିହାର କଂଗ୍ରେସ ବିଧାୟକ ସକିଲ ଅହମ୍ମଦ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, ନୀତିଶ ମେଣ୍ଟ ସରକାରରେ ମୁଖ୍ୟମନ୍ତ୍ରୀ ହେବେ । ଅନ୍ୟ ବିଧାୟକମାନେ ମଧ୍ୟ ନୀତିଶଙ୍କ ମୁଖ୍ୟମନ୍ତ୍ରୀତ୍ୱକୁ ସମର୍ଥନ କରିଛନ୍ତି । ସୂଚନାଯୋଗ୍ୟ, ବିଜେପି ଓଜେଡିୟୁ ୨୦୨୦ରେ ମିଳିବ ଭାବେ ବିଧାନସଭା ନିର୍ବାଚନ ଲଢିଥିଲେ । କିନ୍ତୁ ଆରଜେଡି ସର୍ବବୃହତ ଦଳ ଭାବେ ଉଭା ହୋଇଥିଲା । କିନ୍ତୁ ବିଜେପି-ଜେଡିୟୁ ସରକାର ଗଠନ କରିଥିଲେ । ସେବେଠୁ ଉଭୟ ଦଳ ମଧ୍ୟରେ ମନାନ୍ତର ଓ ମତାନ୍ତର ବଢିଥିଲା । ଅନେକ ପ୍ରସଙ୍ଗରେ ଉଭୟ ଦଳ ମୁହାଁମୁହିଁ ହୋଇଥିଲେ ।

Show More

Related Articles

Back to top button