ଜୀବନଚର୍ଯ୍ୟାଦେଶ ବିଦେଶ

ପୌଷମାସ ରବିବାରରେ କରନ୍ତୁ ସୂର୍ଯ୍ୟ ପୂଜା

ଧନଧାନ୍ୟ ସହିତ ଆରୋଗ୍ୟ ଲାଭ ହୋଇଥାଏ

ସଂସାରର ଆରମ୍ଭରୁ ସୂର୍ଯ୍ୟ ଦେବତାଙ୍କର ମହତ୍ୱ ରହି ଆସିଛି l ରବିବାର ଦିନକୁ ସୂର୍ଯ୍ୟ ଦେବଙ୍କ ପୂଜା ବାର ଭାବରେ ନିର୍ଦ୍ଧାରଣ କରାଯାଇଛି l ଜୀବନରେ ସୁଖ ସମୃଦ୍ଧି ,ଧନ ସମ୍ପତ୍ତି ଓ ଶତ୍ରୁ ମାନଙ୍କ ପଖରୁ ସୁରକ୍ଷା ପାଇଁ ରବିବାର ବ୍ରତ କରାଯାଇଥାଏ l ପୁରାଣରେ ବର୍ଣ୍ଣିତ ହୋଇଛି ସୂର୍ଯ୍ୟଙ୍କୁ ରବିବାର ଦିନ ବ୍ରତ ଦ୍ୱାରା ପୂଜା କଲେ ଜୀବନର ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ l ପୌଷ ମାସର ରବିବାରରେ ସୂର୍ଯ୍ୟଙ୍କୁ ବିଶେଷ ଭାବରେ ପୂଜା କରାଯାଇଥାଏ l ଏହି ପୁଜାଟି ଛୋଟ ଛୁଆ ମାନଙ୍କ ପାଇଁ ମା ମାନେ କରିଥାନ୍ତି l ଆପଣ ଚାହିଁଲେ ନିଜ ଘରର ଉନ୍ନତି ପାଇଁ ଏହି ବ୍ରତ ବର୍ଷସାରା ସମସ୍ତ ରବିବାରରେ କରି ପାରିବେ ,କିନ୍ତୁ ପୌଷ ମାସ ରବିବାରରେ ବିଶେଷ ମହତ୍ୱ ରହିଛି l

ପୌଷ ମାସ ରବିବାର ସକାଳୁ ଉଠି ନିଜର ନିର୍ତ୍ୟକର୍ମ ସାରନ୍ତୁ ଏବଂ ସ୍ନାନ କରି ସାରିବା ପରେ ସୂର୍ଯ୍ୟଙ୍କର ପ୍ରିୟ ରଙ୍ଗ ଲାଲ ରଙ୍ଗର ବସ୍ତ୍ର ଧାରଣା କରନ୍ତୁ l ଏହା ପରେ ଘରର ପୂଜା ସ୍ଥାନରେ ସୂର୍ଯ୍ୟ ଦେବଙ୍କର କୌଣସି ମୂର୍ତ୍ତି କିମ୍ବା ଫଟୋଚିତ୍ର ସ୍ଥାପନ କରନ୍ତୁ l ସ୍ଥାପନ କରି ସାରିବା ପରେ ବିଧି ବିଧାନ ଅନୁସାରେ ଚନ୍ଦନ ସିନ୍ଦୁର ,ଫୁଲ ,ଧୂପଦୀପ ଅର୍ପଣ କରନ୍ତୁ l ଏହା ପରେ ସୂର୍ଯ୍ୟ ପୂଜାର ବ୍ରତ କଥା ପାଠ କରନ୍ତୁ l ଏହି ପରି ପୂଜା କରି ସାରିବା ପରେ ଗୋଟିଏ ପାତ୍ରରେ ସୁଦ୍ଧ ଜଳ ନେଇ ରକ୍ତ ଚନ୍ଦନ ,ଅକ୍ଷତ ,ଲାଲ ପୁଷ୍ପ ଓ ଦୁବ ସହିତ ମିଶାଇ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦିଅନ୍ତୁ l ରବିବାର ଦିନ ଆପଣ ସାତ୍ଵିକ ଭୋଜନ ଖାଇବେ ଏବଂ ଲୁଣ ଜାତୀୟ ଭୋଜନ ଖାଇବେ ନାହିଁl

– ସୂର୍ଯ୍ୟଙ୍କ ଏହି ବ୍ରତ ପୌଷ ମାସରେ ପାଳନ କଲେ ମୁଖ୍ୟଅପ୍ରାପ୍ତି ହୋଇଥାଏ l
– ସ୍ତ୍ରୀ ମାନେ ଏହି ବ୍ରତ ଦ୍ୱାରା ଜନନୀ ହେବାର ସୁଖ ଲାଭ କରନ୍ତି ଓ ସମସ୍ତ ପାପର ନାଶ ହୋଇଥାଏ l
– ଏହି ବ୍ରତ ଦ୍ୱାରା ମନୁଷ୍ୟକୁ ଧନ ,ଯଶ ,ମାନ ସମ୍ମାନ ଓ ଆରୋଗ୍ୟ ପ୍ରାପ୍ତ ହୋଇଥାଏ l

Show More

Related Articles

Back to top button