ଓଡ଼ିଶାମୁଖ୍ୟ ଖବର

ମାଟ୍ରିକ ୨୦୨୧, ଛାତ୍ରଛାତ୍ରୀ ଦେବେ ୮୦ ମାର୍କର ପରୀକ୍ଷା

ଆସନ୍ତା ମେ’ ୩ ଆରମ୍ଭ ହେବାକୁ ଯାଉଛି ମାଟ୍ରିକ ପରୀକ୍ଷା ହେବ। ତେବେ ପ୍ରତି ବିଷୟରେ ୧୦୦ ମାର୍କ ବଦଳରେ ୮୦ ମାର୍କର ପରୀକ୍ଷା ହେବ । ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି

ମନ୍ତ୍ରୀଙ୍କ ଘୋଷଣା ମୁତାବିକ, ପ୍ରତି ବିଷୟରେ ୮୦ ନମ୍ବର ହେବ ମାଟ୍ରିକ ପରୀକ୍ଷା । ୫୦ ନମ୍ବର ଅବଜେକ୍ଟିଭ୍ । ଏବଂ ୩୦ ନମ୍ବର ସବ୍ ଜେକ୍ଟିଭ୍ । କିନ୍ତୁ ରେଜଲ୍ଟ ବେଳେ ୧୦୦ ନମ୍ବରରୁ ମୂଲ୍ୟାୟନ କରାଯିବ । ଅର୍ଥାତ୍ ପରୀକ୍ଷାର୍ଥୀ ୮୦ ନମ୍ବରରୁ ଯେତିକି ନମ୍ବର ପାଇଥିବେ ସେହି ଅନୁଯାୟୀ ଅବଶିଷ୍ଟ ୨୦ରୁ ହିସାବ କରାଯିବ । ଏହି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ । ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ଆସନ୍ତା ମେ ୩ ତାରିଖରୁ ଆରମ୍ଭ ହେବ। ଏ ସଂକ୍ରାନ୍ତରେ ରାଜ୍ୟ ଗଣଶିକ୍ଷା ବିଭାଗ ପକ୍ଷରୁ ଶନିବାର ସଂଧ୍ୟାରେ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଥିଲା।

କେଉଁ ଶୈଳୀରେ ପ୍ରଶ୍ନପତ୍ର ପଡ଼ିବ ସେହ ବିଷୟରେ ବୋର୍ଡ କିମ୍ବା ଗଣଶିକ୍ଷା ବିଭାଗ ପକ୍ଷରୁ କୌଣସି ସୂଚନା ଦିଆଯାଇ ନଥିଲା ।ଆସନ୍ତା ୪ ତାରିଖ ସୋମବାର ଦିନ ମାଟ୍ରିକ୍, ମଧ୍ୟମା ଓ ମୁକ୍ତବିଦ୍ୟାଳୟ ପରୀକ୍ଷାର ଫର୍ମପୂରଣ ବିଷୟରେ ବୋର୍ଡ ପକ୍ଷରୁ ଘୋଷଣା କରାଯିବ। ଫର୍ମପୂରଣ ପରେ ପରୀକ୍ଷାର ନିର୍ଦ୍ଦିଷ୍ଟ କାର୍ଯ୍ୟସୂଚୀ ବିଷୟରେ ବିଜ୍ଞପ୍ତି ପ୍ରକାଶ ପାଇବ। ପ୍ରତି ବିଷୟରେ ୮୦ ନମ୍ବର ପରୀକ୍ଷା କରାଯିବ ବୋଲି ଏବେ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ । ଏଥିରୁ ୫୦ ନମ୍ବର ଅବ୍ ଜେକ୍ଟିଭ, ଯାହାର ଉତ୍ତର ଓଏମ୍ ଆର୍ ମାଧ୍ୟମରେ ଦିଆଯିବ । ଅବଶିଷ୍ଟ ୩୦ ନମ୍ବର ସବ୍ ଜେକ୍ଟିଭ୍ , ଯାହାର ଉତ୍ତର ଲିଖିତ ଆକାରରେ ରହିବ।

Show More

Related Articles

Back to top button