ସ୍ୱାସ୍ଥ୍ୟ

ଘାତକ ରୋଗରୁ ଦୂରେଇ ରଖିବାରେ ସାହାଯ୍ୟକରେ କଞ୍ଚା କଦଳୀ

ଆସନ୍ତୁ ଜାଣିବା ସେଗୁଡିକ କଣ-

ପାଚିଲା କଦଳୀର ଉପାଦେୟତା ବିଷୟରେ ଆପଣ ମାନେ ଜାଣିଥିବେ କିନ୍ତୁ କଞ୍ଚା କଦଳୀ ମଧ୍ୟ ଶରୀର ପାଇଁ ଅତ୍ୟନ୍ତ ହିତକର l କୁହାଯାଏ ଯେ ସାରା ବିଶ୍ୱରେ କଦଳୀର ଏକ ହଜାରରୁ ଅଧିକ ପ୍ରକାରର ରହିଛି l କଞ୍ଚା କଦଳୀରେ ଫାଇବର ,ଭିଟାମିନ-ସି ,ଭିଟାମିନ-ବି୬ ପ୍ରୋଭିଟାମିନ-ଏ ,ପୋଟାସିୟମ ,ଫସଫରସ ,ମ୍ୟାଗନେସିୟମ ,ଜିଙ୍କ ଇତ୍ୟାଦି ଭରପୁର ମାତ୍ରାରେ ରହିଛି l କଞ୍ଚା କଦଳୀ ଖାଇବା ଦ୍ୱାରା ଅନେକ ରୋଗରୁ ଦୁରେଇ ହୋଇ ରହିବେ ବୋଲି ଆୟୁର୍ବେଦରେ କୁହ ଯାଇଛି l

* ପାଚନ କ୍ଷମତା ବଢ଼ାଇଥାଏ କଞ୍ଚା କଦଳୀ -କଞ୍ଚା କଦଳୀ ଖାଇବା ଦ୍ୱାରା ପାଚନ କ୍ଷମତା ସୁସ୍ଥ ହୋଇଥାଏ l ଏଥିରେ ଫାଇବର ଓ ପ୍ରତିରୋଧି ଷ୍ଟାର୍ଚ୍ଚ ରହିଛି l ଏହି ଦୁଇଟି ଜିନିଷ ପାଚନ ତନ୍ତ୍ର କ୍ଷମତl ବଢାଇବା ସହିତ ଖାଦ୍ୟକୁ ଶୀଘ୍ର ହଜମ କରିବାରେ ସାହାଯ୍ୟ କରିଥାଏ l ପେଟ ସହିତ ଯୋଡି ହୋଇ ରହିଥିବା ସମସ୍ୟା କୁ ମଧ୍ୟ କଞ୍ଚା କଦଳୀ ଦୂର କରିଥାଏ l

* ରକ୍ତରେ ଶର୍କରାର ମାତ୍ରାକୁ ନିୟନ୍ତ୍ରଣ କରେ -ରକ୍ତରେ ରହିଥିବା ଶର୍କରାର ମାତ୍ରା ବଢିବା ଦ୍ୱାରା ମଧୁମେହ ରୋଗର ସମସ୍ୟା ଦେଖା ଦେଇଥାଏ l ଏହି ଅବସ୍ଥାରୁ ରକ୍ଷା ପାଇବାପାଇଁ କଞ୍ଚା କଦଳୀର ସେବନ କରାଯାଏ l ଏଥିରେ ପ୍ରତିରୋଧି ଷ୍ଟାର୍ଚ୍ଚ ଓ ଫାଇବର ରକ୍ତରେ ମହଜୂତ ଥିବା ଶର୍କରାର ସ୍ତରକୁ କମ କରିବାରେ ସାହାଯ୍ୟ କରିଥାଏ l ଏହା ସହିତ କଞ୍ଚା କଦଳୀରେ ଆଣ୍ଟିଡାଇବିଟିକ ଗୁଣ ରହିଛି ଯାହା ମଧୁମେହ ପାଇଁ ହିତକର l

* ଗ୍ୟାଷ୍ଟ୍ରୋଇଂଟେଷ୍ଟାଇନ ରୋଗ ପାଇଁ କଞ୍ଚା କଦଳୀ -ଗ୍ୟାଷ୍ଟ୍ରୋଇଂଟେଷ୍ଟାଇନ ଯୋଗୁ କୋଷ୍ଠକାଠିନ୍ୟ ,ଅର୍ଶ ସଂକ୍ରମଣ ,ଡାଇରିଆ ଓ ପେଟ କ୍ୟାନ୍ସର ଇତ୍ୟାଦି ହୋଇଥାଏ l ଏହି ରୋଗ ଗୁଡିକରେ ଯେ କୌଣସି ବ୍ୟକ୍ତି ଆକ୍ରମିତ ହୋଇ ପାରିବ କଞ୍ଚା କଦଳୀ ଖାଇବା ଦ୍ୱାରା ଏହି ସାବୁ ରୋଗ ସହିତ କିଛି ମାତ୍ରାରେ ଲଢ଼ଯାଇ ପାରିବ l NCBI ଦ୍ୱାରା ପ୍ରକାଶିତ ଏକ ତଥ୍ୟ ଅନୁସାରେ କଞ୍ଚା କଦଳୀରେ ଥିବା ଫାଇବର ଓ ଷ୍ଟାର୍ଚ୍ଚ ଗ୍ୟାଷ୍ଟ୍ରୋଇଂଟେଷ୍ଟାଇନ ପାଇଁ ହିତକର l

* କ୍ୟାନ୍ସର ପାଇଁ ହିତକର କଞ୍ଚା କଦଳୀ -ଠିକ ସମୟରେ ଚିକିତ୍ସିଚିତ ନହେଲେ କ୍ୟାନ୍ସର ଭଳି ମାରାତ୍ମକ ବ୍ୟାଧି ମଣିଷର ଜୀବନ ନେଇଯାଏ l ବେଳେବେଳେ ଏହି ରୋଗରୁ ନିଜକୁ ଦୁରେଇ ରଖିବା ପାଇଁ ପ୍ରାକୃତିକ ଚିକିତ୍ସା ମଧ୍ୟ କରାଯାଇଥାଏ l NCBI ଦ୍ୱାରା ମିଳିଥିବା ସୂଚନା ଅନୁସାରେ କଞ୍ଚା କଦଳୀରେ କ୍ୟାନ୍ସର ପ୍ରତିରୋଧକ ଷ୍ଟାର୍ଚ୍ଚ ମିଳିଥାଏ l ଯାହା କ୍ୟାନ୍ସର ପାଇଁ ହିତକର ବୋଲି କୁହାଯାଇଛି l

* ଭୋକ ଓ ଓଜନ କମାଇବାରେ ସାହାଯ୍ୟ କରେ -ବେଳେବେଳେ ବଢୁଥିବା ଭୋକ ଯୋଗୁ ଓଜନ ମଧ୍ୟ ବଢିଥାଏ l କାରଣ ଯେତେ ଅଧିକ ଆମକୁ ଭୋକ ଲାଗିଥାଏ l ଆମେ ସେତେ ଅଧିକ ଖାଦ୍ୟ ଖାଇଥାଉ ,ଯାହା ଦ୍ୱାରା ଓଜନ ମଧ୍ୟ ସେହି ପରିମାଣରେ ବଢିଥାଏ l ଏହି ଦୁଇଟି ସମସ୍ୟାକୁ କଞ୍ଚା କଦଳୀ ଦୂର କରି ପାରିବ ,କାରଣ କଞ୍ଚା କଦଳୀରେ ଥିବା ଫାଇବର ଜଲ୍ଦି ହଜମ ହୋଇ ନଥାଏ

Show More

Related Articles

Back to top button