କଳା ସଂସ୍କୃତି ଓ ସାହିତ୍ୟଦେଶଭକ୍ତିସ୍ୱତନ୍ତ୍ର

ଶେଷ ପର୍ଯ୍ୟାୟରେ ବିଶ୍ୱର ଉଚ୍ଚତମ ଶିବ ପ୍ରତିମୂର୍ତ୍ତିର ନିର୍ମାଣ,ଆସନ୍ତା ଶନିବାରଠୁ ଆରମ୍ଭ ହେବ ଉନ୍ମାଚନ ସମାରୋହ

ଶେଷ ପର୍ଯ୍ୟାୟରେ ବିଶ୍ୱର ଉଚ୍ଚତମ ଶିବ ପ୍ରତିମୂର୍ତ୍ତିର ନିର୍ମାଣ । ଆସନ୍ତା ଶନିବାର ରାଜସ୍ଥାନର ରାଜସମାନ ଜିଲାର ନାଥଦ୍ୱାରରେ ନିର୍ମିତ ଏହି ପ୍ରତିମାର ଉନ୍ମାଚନ କରାଯିବ । ଆସନ୍ତା କାଲିଠୁ ନଭେମ୍ବର ୬ ଯାଏ ଏହି ସମାରୋହ ଚାଲିବ ବୋଲି ସୂଚନା ମିଳିଛି ।

ନାଥଦ୍ୱାରରେ ଗଣେଶ ଟେକ୍ରି ଉପରେ ଥିବା ପାହାଡ ଉପରେ ଏହି ପ୍ରତିମୂର୍ତ୍ତିକୁ ନିର୍ମାଣ କରାଯାଇଛି।ଏଥିରେ ଭଗବାନ ଶିବ ଧ୍ୟାନ ମୁଦ୍ରାରେ ବସିଛନ୍ତି। ଏହି ମୂର୍ତ୍ତିର ଉଚ୍ଚତା ୩୬୯ ମିଟର ହୋଇଥିବା ବେଳେ ଏହାର ନାମ ‘ବିଶ୍ୱାସ ସ୍ବରୂପମ୍‌’ ଦିଆଯାଇଛି। ଏହାକୁ ନିର୍ମାଣ କରିବା ଲାଗି ୧୦ ବର୍ଷ ସମୟ ଲାଗିଛି। ବିଶ୍ୱର ଶ୍ରେଷ୍ଠ-୫ ଉଚ୍ଚ ପ୍ରତିମୂର୍ତ୍ତି ମଧ୍ୟରେ ଏହା ସ୍ଥାନ ପାଇଛି। ସନ୍ଥ କୃପା ସନାତନ ସଂସ୍ଥାନ ଏହାକୁ ପ୍ରସ୍ତୁତ କରିଛନ୍ତି। ତେବେ ରାତିରେ ଏହି ପ୍ରତିମୂର୍ତ୍ତିକୁ ସ୍ପଷ୍ଟ ଭାବେ ଦେଖିବା ଲାଗି ସ୍ବତନ୍ତ୍ର ଆଲୋକର ବ୍ୟବସ୍ଥା କରାଯାଇଛି।

 

Show More

Related Articles

Back to top button