ଆଇନ କାନୁନଦେଶ ବିଦେଶମୁଖ୍ୟ ଖବର

“ଗୋଟିଏ ରାଷ୍ଟ୍ର, ଗୋଟିଏ ୟୁନିଫର୍ମ” ପାଇଁ ପ୍ରସ୍ତାବ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦେଶର ପୁଲିସ ପାଇଁ “ଗୋଟିଏ ରାଷ୍ଟ୍ର, ଗୋଟିଏ ୟୁନିଫର୍ମ”ର ପ୍ରସ୍ତାବ ଦେଇଛନ୍ତି। ଯାହା ବିଜେପି ସରକାରଙ୍କ ‘ଏକକ’ ବିଚାରଧାରାର ଅନ୍ୟତମ ଆଭିମୁଖ୍ୟକୁ ଦର୍ଶାଉଛି। ସେ କହିଛନ୍ତି ଯେ , ଏହା କେବଳ ଏକ ଆଇଡିଆ। କିନ୍ତୁ ବାଧ୍ୟତାମୂଳକ ନୁହେଁ। ଏହି ପ୍ରସ୍ତାବ ଉପରେ ରାଜ୍ୟମାନଙ୍କୁ ଚିନ୍ତା କରିବାକୁ ସେ କହିଥିଲେ। ପୁଲିସ ପାଇଁ  ଗୋଟିଏ ନେସନ୍, ଗୋଟିଏ  ୟୁନିଫର୍ମ କେବଳ ଏକ ବିଚାର ମାତ୍ରା। ମୁଁ ଏହାକୁ ଆପଣଙ୍କ ଉପରେ ଲଦିବାକୁ ଚେଷ୍ଟା କରୁନାହିଁ। ଏହି ପ୍ରସ୍ତବାକୁ ନେଇ ଆପଣ ବିଚାର କରିପାରିବେ। ହୁଏତ ପରିବର୍ତ୍ତନ ପାଇଁ ୫,୫୦ କିମ୍ବା ୧୦୦ ବର୍ଷ ଲାଗିପାରେ।  କିନ୍ତୁ ଏହି ପ୍ରସ୍ତବକୁ ଆପଣାଇଲେ ମୋ ମତରେ କିଛି ସମସ୍ୟା ନାହିଁ ବୋଲି ସେ କହିଛନ୍ତି। ରାଜ୍ୟ ଗୃହମନ୍ତ୍ରୀଙ୍କ “ଚିନ୍ତନ ଶିବିର” କୁ ସମ୍ବୋଧିତ କରି ମୋଦି କହିଛନ୍ତି ଯେ, ସାରା ଦେଶରେ ପୋଲିସର ପରିଚୟ ସମାନ ହେବା ଆବଶ୍ୟକ। ସେହିପରି ଦେଶରେ ୟୁନିଫର୍ମ ଲ’ ସପକ୍ଷରେ ଅମିତ ଶାହ ଆଣିଥିବା ପ୍ରସ୍ତାବକୁ ମୋଦି ମଧ୍ୟ ସମର୍ଥନ କରିଛନ୍ତି। ଭିଡିଓ କନ୍‌ଫରେନ୍‌ସିଙ୍ଗ୍‌ ଜରିଆରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ଆଇନ-ଶୃଙ୍ଖଳା ରକ୍ଷା ରାଜ୍ୟମାନଙ୍କର ଦାୟିତ୍ୱ ହେଲେ ବି ତାହା ଦେଶର ଏକତା ଓ ଅଖଣ୍ଡତା ସହ ସମ୍ପୃକ୍ତ ରହିଛି। ଉପାୟ କରି ସମସ୍ୟା ସମାଧାନ କରିବା ନିମନ୍ତେ ହରିୟାଣାର ସୂରଜକୁଣ୍ଡରେ ଚାଲିଥିବା ଏହି ଅଧିବେଶନ ହେଉଛି ସମବାୟ ସଂଘବାଦର ଚମତ୍କାର ଦୃଷ୍ଟାନ୍ତ। ସେ କହିଛନ୍ତି, ରାଜ୍ୟମାନେ ପରସ୍ପରଠାରୁ ଶିଖି ପାରିବେ, ପରସ୍ପରଠାରୁ ପ୍ରେରଣା ପାଇ ପାରିବେ ଏବଂ ଦେଶର ଉନ୍ନତି ପାଇଁ ଏକତ୍ର ହୋଇ କାମ କରିବେ। ଏହା ହେଉଛି ଆମ ସମ୍ବିଧାନର ଭାବଧାରା ଓ ନାଗରିକମାନଙ୍କ ପ୍ରତି ଆମର କର୍ତ୍ତବ୍ୟ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଅପରାଧ ଆନ୍ତଃରାଜ୍ୟ ଓ ଅନ୍ତର୍ଜାତୀୟ କ୍ଷେତ୍ରକୁ ବ୍ୟାପୁଥିବାରୁ ଆଇନ-ଶୃଙ୍ଖଳା ଗୋଟିଏ ରାଜ୍ୟ ମଧ୍ୟରେ ସୀମିତ ନ‌ୁହେଁ। ସୀମାପାରିରୁ ଅପରାଧିମାନେ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରୁଥିବାରୁ ରାଜ୍ୟ ଓ କେନ୍ଦ୍ରୀୟ ଆଇନ ପ୍ରଣୟନ ଏଜେନ୍‌ସିମାନଙ୍କର ସମନ୍ୱୟ ଆବଶ୍ୟକ।

Show More

Related Articles

Back to top button