ଦେଶ ବିଦେଶ

ଦୁନିଆର ସବୁଠୁ ବୟସ୍କ ମହାବଳ ବାଘ ‘ରାଜା’ର ମୃତ୍ୟୁ

ଶ୍ରଦ୍ଧାଞ୍ଜଳି ଦେଲେ ବନ ଅଧିକାରୀ

ଭାରତ ଏବଂ ଦୁନିଆର ସବୁଠୁ ବୟସ୍କ ବାଘ ‘ରାଜା’ର ସୋମବାର ମୃତ୍ୟୁ ହୋଇଛି । ଏସକେବି ରେସ୍କ୍ୟୁ ସେଣ୍ଟରର ଅଧିକାରୀଙ୍କ ଅନୁସାରେ ୨୬ ବର୍ଷ ବୟସରେ ରାଜାର ନିଧନ ହୋଇଛି । ରାଜା ବାଘାକୁ ପଶ୍ଚିମବଙ୍ଗର ଅଲିପୁରଦ୍ୱାର ବାଘ ପୁନର୍ବାସ ସେଣ୍ଟରରେ ରଖାଯାଇଥିଲା। ଅଧିକାରୀ କହିଥିଲେ, ରାଜା ଦେଶର ସବୁଠୁ ଅଧିକ ଦିନ ଯାଏଁ ଜୀବିତ ଥିବା ବାଘଙ୍କ ମଧ୍ୟରୁ ଗୋଟିଏ ଥିଲା । ରୟାଲ ବେଙ୍ଗଲ ବାଘ ରାଜାର ବୟସ ୨୬ ବର୍ଷ ୧୦ ମାସ ୧୮ ଦିନ ଥିଲା । ଅଗଷ୍ଟ ୨୩ ତାରିଖରେ ତାକୁ ୨୭ ବର୍ଷ ହୋଇଥାନ୍ତା । କିନ୍ତୁ ଜନ୍ମଦିନର ୪୦ ଦିନ ପୂର୍ବରୁ ସେ ଦୁନିଆଠୁ ବିଦାୟ ନେଇଛି । ବନ ବିଭାଗ ରାଜାର ଆସନ୍ତା ଜନ୍ମ ଦିନ ପାଇଁ ପ୍ରସ୍ତୁତି ମଧ୍ୟ କରିଥିଲା। ସକେବି ଉଦ୍ଧାର କେନ୍ଦ୍ର ଅନୁସାରେ ବାଘ ରାଜା ସୋମବାର ସକାଳ ତିନିଟାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲା ।

ବନ ବିଭାଗର ଅଧିକାରୀ କହିଛନ୍ତି, ବୟସ ବୃଦ୍ଧି ଯୋଗୁଁ ରାଜା ଗତ କିଛି ଦିନ ଧରି ଖାଇବା ଖାଉ ନଥିଲା। ରାଜାର ମୃତ୍ୟୁ ପରେ ବନ ବିଭାଗର ଅଧିକାରୀମାନେ ଏହି ରୟାଲ ବେଙ୍ଗଲ ଟାଇଗରକୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଅଧିକାରୀଙ୍କ ସୂଚନା ଅନୁସାରେ ୨୦୦୬ ମସିହାରେ ସୁନ୍ଦରବନରୁ ଆହାତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ପରେ ତାକୁ ପଶ୍ଚିମବଙ୍ଗର ଅଲିପୁରଦ୍ୱାର ବାଘ ପୁନର୍ବାସନ ସେଣ୍ଟରକୁ ଅଣାଯାଇଥିଲା। ବିଭାଗ ଅନୁସାରେ ସୁନ୍ଦରବନର ମାତଲା ନଦୀ ପାର କରିବା ସମୟରେ ରାଜାକୁ ଗୋଟିଏ କୁମ୍ଭୀର ଆକ୍ରମଣ କରିଥିଲା ଏଥିରେ ସେ ଗୁରୁତର ଆହତ ହୋଇଥିଲା । ଏବେ ବାଘ ରାଜାର ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଥିବା ଜିଲ୍ଲାଧିକାରୀ ସୁରେନ୍ଦ୍ର କୁମାର ମିଣା କହିଛନ୍ତି।

Show More

Related Articles

Back to top button