ଜୀବନଚର୍ଯ୍ୟାସ୍ୱାସ୍ଥ୍ୟ

ମହିଳାମାନେ ଏହି ୬ଟି ଜିନିଷକୁ ନିଜର ଜୀବନଚର୍ଯ୍ୟାରେ ସାମିଲ କରନ୍ତୁ: ସୁସ୍ଥ ରହିବ ମନ ଓ ଶରୀର

କୋଭିଡ ମହାମାରୀ ସମୟରେ ପ୍ରାୟତ ସମସ୍ତଙ୍କ ଦିନ ଚର୍ଯ୍ୟାରେ କିଛିନା କିଛି ପରିବର୍ତନ ଆସିଛି ,କିନ୍ତୁ ବର୍ତ୍ତମନ ପ୍ରାୟ ସମସ୍ତେ ନିଜ ଜୀବନକୁ ଚଳଚଞ୍ଚଳ କରିବା ପାଇଁ ଚେଷ୍ଟା କରୁଛନ୍ତି l ଏହି ସମୟ ମଧ୍ୟରେ ଅଧିକାଂଶ ଲୋକଙ୍କର ସ୍ୱାସ୍ଥ୍ୟ ଅବସ୍ଥାରେ ବିଭିନ୍ନ ପରିବର୍ତନ ଆସିଛି l ନିଜର ସ୍ୱାସ୍ଥ୍ୟକୁ ସୁସ୍ଥ ରଖିବା ପାଇଁ ଆମେମାନେ ଲଗାତାର ସଂଘର୍ଷ କରି ଚାଲିଛୁ

ଖାସ କରି ମହିଳା ମାନେ ନିଜ ସ୍ୱାସ୍ଥ୍ୟର ଧ୍ୟାନ ରଖିବା ନିହାତି ଆବଶ୍ୟକ l ସେ ଗୃହିଣୀ ହୋଇଥାନ୍ତୁ କିମ୍ବା କର୍ମଜୀବି ହୋଇଥାନ୍ତୁ ,ଆମେ ଆଜି ଏହି ଲେଖା ମାଧ୍ୟମରେ ମହିଳା ମାନେ ନିଜ ଶରୀର ଓ ମନକୁ କିପରି ସୁସ୍ଥ ରଖିବେ ସେ ବିଷୟରେ ଜଣାଉଛୁ l

* ପର୍ଯ୍ୟାପ୍ତ ପାଣି ପିଅନ୍ତୁ ଓ ନିଦରେ ସୁଅନ୍ତୁ -ପର୍ଯ୍ୟାପ୍ତ ମାତ୍ରାରେ ପାଣି ପିଇବା ଓ କମ ସେ କମ ୮ ଘଣ୍ଟା ଭଲ ନିଦରେ ଶୋଇବା ନିହାତି ଜରୁରୀ l ଏହା ଶାରୀରିକ ଓ ମାନସିକ ସ୍ତରରେ ସୁସ୍ଥ ରଖିବା l

* ଯୋଗ ଓ ଧ୍ୟାନ -ଆମିତିରେ ନିଜ ଦିନ ଚର୍ଯ୍ୟା ପାଇଁ ସମୟ ବାହାର କରିବା ଅତ୍ୟନ୍ତ କଷ୍ଟ ଦାୟକ ,କିନ୍ତୁ ୩୦ ମିଟିର ସମୟ ବାହାର କରିବା ଦ୍ୱାରା ଶରୀରର ଅନେକ ଅସୁବିଧା ଦୂର ହୋଇଯାଇଥାଏ l ଏହି ୩୦ ମିନିଟରେ ଆପଣ ଧ୍ୟାନ କିମ୍ବା ଯୋଗ କରି ପାରିବେ ,ଯାହା ଦ୍ୱାରା ଆପଣଙ୍କୁ ସାରା ଦିନ ସତେଜ ଲାଗିବ ଓ ଶକ୍ତି ମିଳିବ l

* ଆହାର -ଏକ ସୁସ୍ଥ ଆହାର ସମସ୍ତ ସମସ୍ୟାର ସମାଧାନ କରି ଦେଇଥାଏ l ମହିଳା ମାନେ ନିଜ ଭୋଜନରେ ଫାଇବର ଓ ପ୍ରୋଟିନ ଯୁକ୍ତ ଖାଦ୍ୟ ପଦାର୍ଥ ସହିତ ବିଭିନ୍ନ ପ୍ରକାରର ଜୁସ ସାମିଲ କରନ୍ତୁ l ଯାହା ଦ୍ୱାରା ଗୋଟିଏ ସୁସ୍ଥ ଜୀବନ ମିଳିପାରିବ l

* ନିଜ ବସିବାର ମୁଦ୍ରାକୁ ନେଇ ସଜାଗ ରୁହନ୍ତୁ -ଆଜିକାଲି ମହିଳା ମାନେ ସର୍ବାଇକାଲ ସ୍ପଣ୍ଡିଲେସିସ ଅଧିକ ଶିକାର ହେଉଛନ୍ତି l ଏହି ପ୍ରକାର ସ୍ଥିତି ଅଧିକ ସମୟ ଭୁଲ ଭାବରେ ବସିବା କାରଣରୁ ହୋଇଥାଏ l ସେଥିପାଇଁ ନିଜର ବସିବାର ଶୈଳୀ ଉପରେ ଧ୍ୟାନ ଦିଅନ୍ତୁ l ଯଦି ବେକରେ କୌଣସି ପ୍ରକାରର ଯନ୍ତ୍ରଣା ହେଉଛି ତେବେ ବେକ ସହିତ ଯୋଡି ହୋଇଥିବା କିଛି ବ୍ୟାୟାମ କରନ୍ତୁ l

* ଚିନିର ସେବନ କମ କରନ୍ତୁ -ଚିନିର ସେବନ କରିବା କିମ୍ବା ଚିନିର ବିକଳ୍ପ ଯେପରି ଗୁଡ଼ ବ୍ୟବହାର କରିବା ଦ୍ୱାରା ହର୍ମୋନ ନିୟନ୍ତ୍ରିତ ରହିଥାଏ l ଚିନି କମ ସେବନ କଲେ ମଧୁମେହ ,ହୃଦୟ ରୋଗ ଓ ମୋଟାପଣ ପ୍ରଭୃତିକୁ କମ କରିବାରେ ସହାୟକ ହୋଇଥାଏ l

* ନିଜପାଇଁ ଟିକିଏ ସମୟ ବାହାର କରିବା ଆବଶ୍ୟକ -ଘରର କୌଣସି କାମ କରିବା ପାଇଁ ନୁହେଁ ,କିନ୍ତୁ ନିଜପାଇଁ ଟିକିଏ ସମୟ ବାହାର କରିବା ନିହାତି ଆବଶ୍ୟକ ଅଟେ l ଏହା ଦ୍ୱାରା ଭଲ ଅଭ୍ୟାସର ବିକାଶ ହେବ ତା ସହିତ ଆପଣ ଜାଣି ପାରିବେ ଯେ ଆପଣଙ୍କୁ କେଉଁ ଜିନିଷରେ ରୁଚି ରହିଛି ଏବଂ ଆପଣ ନିଜପାଇଁ କଣ କରି ପାରିବେ l

Show More

Related Articles

Back to top button