ଜୀବନଚର୍ଯ୍ୟାସ୍ୱାସ୍ଥ୍ୟ

ଏଗୁଡିକ ହେଉଛି ପଇସାର ଗଛ,ଘରେ ଲଗାଇଲେ ହୋଇପାରିବେ ଧନଵାନ

ଘରକୁ ସୁନ୍ଦର କରିବା ପାଇଁ ବିଭିନ୍ନ ପ୍ରକାରର ଗଛ ଲଗାଇଥାଉ l ଘରର ସୌନ୍ଦର୍ଯ୍ୟ ଓ ବାହାରର ସୌନ୍ଦର୍ଯ୍ୟ ଇଣ୍ଡୋର ପ୍ଲାଣ୍ଟ ଓ ଆଉଟ ଡୋର ପ୍ଲାଣ୍ଟ ମାଧ୍ୟମରେ ବଢିଥାଏ l କିନ୍ତୁ ଆପଣ କଣ ଜାଣିଛନ୍ତି ଏହି ଛୋଟଛୋଟ ଗଛ ଗୁଡିକୁ ପଇସାର ଗଛ ବୋଲି କୁହାଯାଇଥାଏ

ବସ୍ତୁ ଶାସ୍ତ୍ରରେ ଏହି ପରି ଅନେକ ଗଛର ଚର୍ଚା ହୋଇଛି ,ଯାହାକୁ ଧନ ସମୃଦ୍ଧି ଓ ଆର୍ଥିକ ସମ୍ପର୍ଣ୍ଣତା ସହିତ ଯୋଡ଼ା ଯାଇଥାଏ l ଆମର ଏହି ରିପୋର୍ଟରେ ଆମେ ସେହି ଗଛ ମାନଙ୍କ ବିଷୟରେ ଆପଣଙ୍କୁ ଜଣାଇବାକୁ ଚାହୁଁଛୁ l ଯେଉଁ ଗଛ ଗୁଡିକୁ ଆପଣ ଲଗାଇଲେ ଆପଣଙ୍କ ଘରେ ପଇସାର ସ୍ୱଚ୍ଛ ଅବସ୍ଥା ରହିବ l

* ମାନିପ୍ଲାଣ୍ଟ -ଆଜିକାଲି ପ୍ରାୟତଃ ସମସ୍ତ ଘରେ ମାନିପ୍ଲାଣ୍ଟ ନିଶ୍ଚିନ୍ତ ଭାବରେ ଦେଖିବାକୁ ମିଳିଥାଏ l ଲୋକମାନେ ଏହି ଗଛ ଟିକୁ ଘରେ ଲଗାଇବାକୁ ଭଲ ପାଆନ୍ତି କାରଣ ଏହା ଦେଖିବାକୁ ମଧ୍ୟ ଖୁବ ସୁନ୍ଦର ଅଟେ l ତା ସହିତ ଆପଣ ଇଛା କଲେ ଏହି ଗଛଟିକୁ ଘର ବାହାରେ କିମ୍ବା ଭିତରେ ଯେଉଁଠି ଚାହିଁବେ ଲଗାଇ ପାରିବେ l କୁହ ଯାଏ ଯେ ଏହି ଗଛଟି ଆମମାନଙ୍କର ଆର୍ଥିକ ଅବସ୍ଥା ସୁଧାରି ଥାଏ l

* ସମୀ ଗଛ -ବାସ୍ତୁ ଶାସ୍ତ୍ର ଅନୁସାରେ ସମୀ ଗଛର ଅନେକ ମହତ୍ୱ ରହିଛି l ସମୀ ଗଛର ଫୁଲ ଶିବ ସମ୍ଭୁଙ୍କର ଅତ୍ୟନ୍ତ ପ୍ରିୟ ଅଟେ l ସମୀ ଫୁଲ ଚଢ଼ିବା ଦ୍ୱାରା ଶିବଶମ୍ଭୁ ସନ୍ତୁଷ୍ଟ ହୋଇ ସୁଖ ସମୃଦ୍ଧି ପ୍ରଦାନ କରିଥାନ୍ତି l ତେଣୁ ସମୀ ଗଛକୁ ପଇସାର ଗଛ କୁହାଯାଏ l

* ମନି ଟ୍ରି -ଏହା ଆମେରିକାର ଏକ ଗଛ ଅଟେ l କୁହାଯାଏ ଯେ ବାସ୍ତୁ ବିଶେଷଜ୍ଞ ମାନେ କହିଥାନ୍ତି ଯେ ମନି ଟ୍ରି ଲଗାଇବା ଦ୍ୱାରା ଘରେ ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ରହିଥାଏ l ତେଣୁ ଆପଣ ଚାହିଁଲେ ଏହାକୁ ମଧ୍ୟ ନିଜ ଘରେ ଲଗାଇ ପାରିବେ l

* ଅଶ୍ୱ ଗନ୍ଧା -ବାସ୍ତୁ ଶାସ୍ତ୍ରରେ ଅଶ୍ୱ ଗନ୍ଧା ଏକ ସମୃଦ୍ଧି ଶାଳୀ ଗଛ ଅଟେ l ଏହି ଗଛକୁ ଘରେ ଲଗାଇବା ଦ୍ୱାରା ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ l ଅଶ୍ୱ ଗନ୍ଧା କୁ ଔଷଧ ଭାବରେ ମଧ୍ୟ ଅନେକ ରୋଗର ପ୍ରତିକାର ପାଇଁ ବ୍ୟବହାର କରାଯାଏ l

* ଶ୍ୱେତ ଅର୍କ -ଶ୍ୱେତ ଅର୍କ ସୌଭାଗ୍ୟର ବୃକ୍ଷ ବୋଲି ବାସ୍ତୁ ଶାସ୍ତ୍ରରେ କୁହାଯାଏ l କିନ୍ତୁ ଆପଣ ଏହି ଗଛଟିକୁ ନିଜ ଘର ଭିତରେ ନଲଗଇ ଘର ବାହାରେ ଲଗାଇ ପାରିବେ l ଏହା ଆପଣଙ୍କୁ ସୁଖ ସମୃଦ୍ଧି ପ୍ରଦାନ କରିବା l

Show More

Related Articles

Back to top button