Breaking PLUSଓଡ଼ିଶାମୁଖ୍ୟ ଖବର

ଜାଡ଼ ଶୀତରେ ଥରୁଛି ସାରା ରାଜ୍ୟ

ଉପକୂଳରୁ ଉପାନ୍ତ, ସବୁଠୁ ହାଡଭଙ୍ଗା ଶୀତ

ଅସମ୍ଭାଳ ଜାଡ । ଥୁରୁ ଥୁରୁ ଥରୁଛି ସାରା ଓଡ଼ିଶା । ସଂଜ ନଇଁବା ଆଗରୁ ବାଘ ଭଳି ମାଡି ଆସୁଛି ଜାଡ । ରାତି ଯେତିକି ବଢୁଛି ପାରଦ ସେତିକି ଖସୁଛି । ଆଗକୁ ଆହୁରି ବଢିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ରାଜ୍ୟର ଅଧିକାଂଶ ସ୍ଥାନରେ ଏବେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ତଳେ ରହୁଛି । ଉତ୍ତର, ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ପବନ ପ୍ରବାହିତ କାରଣରୁ ପାରଦ ଖସୁଛି । ଶୀତ ଲହରିକୁ ନେଇ ୟେଲୋ ଏବଂ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ସିଭିୟର କୋଲ୍ଡ ୱେଭ ନେଇ ସୁନ୍ଦରଗଡ, ଝାରସୁଗୁଡା, ବରଗଡ ଓ କନ୍ଧମାଳ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।

ସେହିପରି ୧୪ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଆଭ୍ୟନ୍ତରୀଣ ଓଡ଼ିଶା ସହ ଉପକୂଳ ଓଡ଼ିଶାରେ ଆସନ୍ତା ୨ ରୁ ୩ ଦିନ ମଧ୍ୟରେ ତାପମାତ୍ରା ଆହୁରି ଖସିବ । ୨୬ ତାରିଖରୁ ରାଜ୍ୟରେ ପଶ୍ଚିମା ବାୟୁ ପ୍ରବାହିତ ହେବା ସହ ୨ରୁ ୩ ଡିଗ୍ରୀ ତାପାମାତ୍ର ବଢିବ । ଏହା ସହ ଶୀତରୁ ଆଶ୍ବସ୍ତି ମିଳିବ ବୋଲି ସୂଚନା ଦେଇଛନ୍ତି ପାଣିପାଗ ବିଶେଷଜ୍ଞ ।

Show More

Related Articles

Back to top button