ଓଡ଼ିଶା

ଶୀତରେ ଥରୁଛି ନୀଳଗିରି

ସମଗ୍ର ନୀଳଗିରି ଅଞ୍ଚଳରେ ଶୀତର ପ୍ରଭାବ ବଢ଼ିବାରେ ଲାଗିଛି। ଏବେ ନୀଳଗିରିର ତାପମାତ୍ରା ୧୦ ଡିଗ୍ରୀ ସେଲସିୟସରେ ପହଞ୍ଚିଛି।

ପାହାଡ଼ ପର୍ବତ ଘେରା ଏହି ଅଞ୍ଚଳରେ ଶୀତର ପ୍ରଭାବ ବହୁତ ବଢ଼ିଯାଇଛି। ଶୀତର ପ୍ରକୋପ ବଢ଼ିଥିବାରୁ ଅପରାହ୍ଣ ୪ଟାରୁ ରାତି ପାହିବା ପର୍ଯ୍ୟନ୍ତ ଲୋକେ ଘରୁ ବାହାରିବା କଷ୍ଟକର ହୋଇ ପଡ଼ୁଛି। ସକାଳରୁ ଦିନ ୧୦ଟା ପର୍ଯ୍ୟନ୍ତ ଘନ କୁହୁଡ଼ି ହେବା ସହ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିବା ଦେଖାଦେଇଛି। ଶୀତ ଦାଉରୁ ରକ୍ଷାପାଇବା ପାଇଁ ଅଞ୍ଚଳବାସୀ ନିଆଁ ଜାଳି ସେକି ହେଉଛନ୍ତି । ଏହା ଶୀତରୁ ଅଳ୍ପ ରକ୍ଷା କରୁଥିବା ବେଳେ ସନ୍ଧ୍ୟା୭ଟାରୁ ବଜାର ହାଟ ବନ୍ଦ ହୋଇଯାଉଛି।

ଶୀତ ଦାଉରୁ ରକ୍ଷାପାଇବା ପାଇଁ ଗାଁଗହଳିରେ ଲୋକମାନେ ସନ୍ଧ୍ୟାରୁ କବାଟ ତାଟି ଦେଇ ଘରେ ରହୁଛନ୍ତି। ନୀଳଗିରିରେ ସ୍ୱର୍ଣ୍ଣଚୁଡ଼ ପାହାଡ଼, ଦେବଗିରି ପାହାଡ଼ ସାଙ୍ଗକୁ କୂଲଡିହା ଅଭୟାରଣ୍ୟ ରହିଥିବାରୁ ଏଭଳି ଅସମ୍ଭାଳ ଶୀତ ବଢ଼ୁଥିବା ଜଣାପଡିଛି। ବୁଢ଼ା ବୁଢ଼ୀମାନେ ଶୀତ ପାଇଁ ବହୁତ କଷ୍ଟ ପାଉଥିବା କହିଛନ୍ତି। ସେପଟେ ପ୍ରଶାସନ ପକ୍ଷରୁ ସମସ୍ତଙ୍କୁ ସତର୍କତା ଅବଲମ୍ବନ କରିବା ପାଇଁ କୁହାଯାଇଛି।

Show More

Related Articles

Back to top button