Breaking PLUSଓଡ଼ିଶା

ବଜ୍ରାଘାତରେ ୪ ମହିଳା ମୃତ

୨ ଗୁରୁତର

ବଜ୍ରଘାତ ନେଲା ଜୀବନ । ଏକାଥରକେ ୪ଜଣଙ୍କ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, ମାଲକାନଗିରି ପାଣ୍ଡ୍ରିପାଣି ପଞ୍ଚାୟତ ଅନ୍ତର୍ଗତ ବାଉଁଶଗୁଡା ଗାଁର ଘଟିଛି ଘଟଣା । ବୁଧବାର ଦିନ ବିଲରେ କାମ କରୁଥିବା ମାରିଥିଲା ଚଡ଼କ । ଏକାଥରକେ ଚାଲିଗଲା ୪ମହିଳାଙ୍କ ଜୀବନ । ଆଉ ବାକି ୨ ମହିଳା ଗୁରୁତର ହୋଇଛନ୍ତି । ସ୍ଥାନୀୟଲୋକେ ତୁରନ୍ତ ଆହତମାନଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଛନ୍ତି ।

Show More

Related Articles

Back to top button