ଦେଶ ବିଦେଶ

୩ ସର୍ତ୍ତରେ ଇସ୍ତଫା ଦେବେ ବୋଲି କହିଲେ ଇମ୍ରାନ ଖାନ

ଜାଣନ୍ତୁ କ’ଣ ଚାହୁଁଛନ୍ତି ପାକ୍ ପ୍ରଧାନମନ୍ତ୍ରୀ

ପାକିସ୍ତାନରେ ଦେଖା ଦେଇଥିବା ରାଜନୈତିକ ସଂକଟ ଏବେବି ଜାରି ରହିଛି। ଶୁକ୍ରବାର ପାକ୍ ସୁପ୍ରିମକୋର୍ଟ ସଂସଦକୁ ସ୍ୱଭାବିକ କରିଛନ୍ତି। ଏଣୁ ଶନିବାର ସଂସଦରେ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂ ଲାଗି ବିରୋଧୀ ଅପେକ୍ଷାରେ ଥିବା ବେଳେ ପ୍ରଧାନମନ୍ତ୍ରୀ ସଂସଦରେ ଅନୁପସ୍ଥିତ ଅଛନ୍ତି। ଏଥିରେ ଇମ୍ରାନ ଏବେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ରାଜି ଥିବା ଜଣାପଡିଛି। ତେବେ ଏଥିପାଇଁ ସେ ୩ଟି ସର୍ତ୍ତ ରଖିଛନ୍ତି। ଯଦି ବିରୋଧୀ ତାଙ୍କ ସର୍ତ୍ତ ଗ୍ରହଣ କରନ୍ତି ସଂସଦରେ ଅନାସ୍ଥା ପ୍ରସ୍ତାବ ଭୋଟିଂ ପୂର୍ବରୁ ଇମ୍ରାନ ରାଷ୍ଟ୍ରପତିଙ୍କୁ ଭେଟି ତାଙ୍କର ଇସ୍ତଫା ପତ୍ର ଦେଇଦେବାକୁ ରାଜି ଅଛନ୍ତି। ଏଥିରେ ଇମ୍ରାନ ଯେଉଁ ସବୁ ସର୍ତ୍ତ ରଖୁଛନ୍ତି ତାକୁ ବିରୋଧୀ ମାନିବେ କି ନା ସେ ନେଇ ସନ୍ଦେହ ଉପୁଜିଛି।

ଇମ୍ରାନ ଇସ୍ତଫା ଦେବା ପରେ ହୁଏତ ପରବର୍ତ୍ତି ସରକାର ତାଙ୍କୁ ଗିରଫ କରିପାରନ୍ତି ବୋଲି ସେ ଆଶଙ୍କା କରୁଛନ୍ତି। ଏଣୁ ଇସ୍ତଫା ଦେଲେ ଯେପରି ତାଙ୍କୁ ଗିରଫ କରା ନ ଯାଏ ସେ ନେଇ ଗ୍ୟାରେଣ୍ଟି ଦେବାକୁ କହିଛନ୍ତି। ଏହା ଛଡା ଇମ୍ରାନ ତାଙ୍କ ବିରୋଧରେ ନ୍ୟାସନାଲ ଆକାଉଣ୍ଟେବିଲିଟି ବ୍ୟୁରୋ (ଏନଏବି)ରେ ଯେପରି ମୋକଦ୍ଦମା ନ ହୁଏ ସେ ନେଇ ମଧ୍ୟ ଗ୍ୟାରେଣ୍ଟି ଚାହିଁଛନ୍ତି। ଏହା ଛଡା ଇମ୍ରାନଙ୍କ ଇସ୍ତଫା ପରେ ଯେପରି ଶାହବାଜ ସରିଫ ପ୍ରଧାନମନ୍ତ୍ରୀ ନ ହୁଅନ୍ତି ସେ ନେଇ ବିରୋଧୀଙ୍କ ଠାରୁ ଜବାବ ଚାହିଁଛନ୍ତି। ସେପଟେ ସୁପ୍ରିମକୋର୍ଟ ସଂସଦ ସ୍ୱଭାବିକ କରିଥିବାରୁ ଇମ୍ରାନଙ୍କ ବିରୋଧରେ ଆଗତ ପ୍ରସ୍ତାବ ଉପରେ ଭୋଟିଂ ଏବେ ନିଶ୍ଚିତ ହୋଇଯାଇଛି। ଇମ୍ରାନ ତେଣିକି ସଂସଦକୁ ଆସନ୍ତୁ କି ନ ଆସନ୍ତୁ ବିରୋଧୀ ଯେମିତି ବି ହେଲେ ଭୋଟିଂ କରାଇବେ। ଏଥିରେ ଇମ୍ରାନଙ୍କ ସର୍ତ୍ତ ବିରୋଧୀ ତାମିଲ କରିବେ କି ନା ସେ ନେଇ ସନ୍ଦେହ ରହିଛି।

Show More

Related Articles

Back to top button