ଦେଶ ବିଦେଶମୁଖ୍ୟ ଖବରସ୍ୱାସ୍ଥ୍ୟ

ମାଗଣା ନୁହେଁ ବୁଷ୍ଟର ଡୋଜ୍ କୋଭିଡ ଟିକା!

ଜାଣନ୍ତୁ ଆଦର ପୁନାୱାଲା କହିଲେ କାହାକୁ ମିଳିବ ଡିସ୍କାଉଣ୍ଟ

କରୋନା ଟିକାକରଣ ଲାଗି ସରକାର ନୂଆ ନିଷ୍ପତ୍ତି ନେଇଛନ୍ତି। ଘରୋଇ ଭେକ୍ସିନ ସେଣ୍ଟରମାନଙ୍କରେ ୧୦ ଏପ୍ରିଲ ରବିବାର ସବୁ ବୟସ୍କଙ୍କୁ ବୁଷ୍ଟରଡୋଜ ଟିକାକରଣ କରାଇବେ। ସରକାରଙ୍କ ନିଷ୍ପତ୍ତିକୁ ସିରମ ଇନିଷ୍ଟଚ୍ୟୁଟ୍ ଅଫ ଇଣ୍ଡିଆଙ୍କ ସିଇଓ ଆଦର ପୁନାୱାଲା ସ୍ୱାଗତ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ କରୋନା ମୁକାବିଲାରେ ବୁଷ୍ଟରଡୋଜ ଜରୁରି। ତେବେ ଏହାର ଅନେକ ପୂର୍ବରୁ ସରକାର ବୟସ୍କଙ୍କ ଲାଗି ବୁଷ୍ଟରଡୋଜ ଆରମ୍ଭ କରିସାରିଥିଲେ। ଯେଉଁମାନେ ଟ୍ରାଭେଲ କରିବାର ଅଛି ସେମାନଙ୍କ ଲାଗି କୋଭିଡ ଭେକ୍ସିନ ବୁଷ୍ଟର ଡୋଜ ନିତ୍ୟାନ୍ତ ଜରୁରି। ଯେଉଁମାନେ ବୁଷ୍ଟର ଡୋଜ ନେଇ ନାହାନ୍ତି ସେମାନଙ୍କୁ ଟ୍ରାଭେଲ ବେଳେ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। କାରଣ ଅନେକ ଦେଶ ଏପରି ଲୋକଙ୍କ ଉପରେ କଟକଣା ଜାରି କରିଛନ୍ତି।
ଏବେ ବୁଷ୍ଟର ଡୋଜ ନୁହେଁ ମାଗଣା:
ହେଲଥ କେୟାର ୱାର୍କର୍ସ, ଫ୍ରଣ୍ଟଲାଇନ ଷ୍ଟାଫ ଓ ୬୦ ବର୍ଷରୁ ଅଧିକ ଆୟୁ ବର୍ଗର ଲୋକଙ୍କ ଲାଗି ପୂର୍ବରୁ ବୁଷ୍ଟରଡୋଜ ଫ୍ରି ଥିଲା। ହେଲେ ଏବେ ୧୮ ବର୍ଷରୁ ଅଧିକ ଆୟୁବର୍ଗର ଲୋକଙ୍କୁ ବୁଷ୍ଟର ଡୋଜ ଲାଗି ପଇସା ଦେବାକୁ ପଡିବ। ରିପୋର୍ଟ ଅନୁସାରେ କୋଭିସିଲ୍ଡ ଲାଗି ୬୦୦ ଟଙ୍କା ଯୁକ୍ତ ଶୁଳ୍କ ଓ କୋଭାଭାକ୍ସ ଏକ ବୁଷ୍ଟର ଡୋଜ ଲାଗି ୯୦୦ ଟଙ୍କା ଯୁକ୍ତ ଶୁଳ୍କ ପଡିବ। ତେବେ ସେହି ହସ୍ପିଟାଲ ଓ ବିତରକଙ୍କୁ ଏଥିରେ ରିହାତି ମିଳିବ ଯେଉଁମାନେ ଟିକାକରଣର ଅଫର ଦେବେ ବୋଲି କହିଛନ୍ତି ଆଦର ପୁନାୱାଲା।

କେବଳ ଏହିମାନେ ନେଇ ପାରିବେ ବୁଷ୍ଟର ଡୋଜ:
ସରକାରଙ୍କ ନିଷ୍ପତ୍ତି ଅନୁସାରେ ୧୮ ବର୍ଷରୁ ଅଧିକ ଆୟୁବର୍ଗର ଯେଉଁମାନେ ୯ ମାସ ପୂର୍ବେ କରୋନା ଦ୍ୱିତୀୟ ଡୋଜ ଟିକା ପୂରଣ କରିଥିଲେ କେବଳ ସେହିମାନେ ବୁଷ୍ଟର ଡୋଜ ନେଇପାରିବେ। ବୁଷ୍ଟରଡୋଜ ଏବେ କେବଳ ଘରୋଇ ସେଣ୍ଟରମାନଙ୍କରେ ଆରମ୍ଭ ହୋଇଛି । କୋଭିସିଲ୍ଡ ବୁଷ୍ଟର ଡୋଜ ଲାଗି ଏବେ ୬୦୦ ଟଙ୍କା ଧାର୍ଯ୍ୟ ହୋଇଛି।

Show More

Related Articles

Back to top button