ବଲିଉଡମନୋରଞ୍ଜନ

କ୍ୟାଟ୍‌ଙ୍କ ସହ ରୋମାଣ୍ଟିକ୍‌ ଫଟୋ ସେୟାର କଲେ ବିକି

ପ୍ରେଗନେନ୍ସିକୁ ନେଇ ଉଠିଲା ଚର୍ଚ୍ଚା

ନିକଟରେ କ୍ୟାଟ୍ରିନା ମାଲଦ୍ଵୀପ୍‌ରେ ଜନ୍ମ ଦିନ ସେଲିବ୍ରେଟ୍‌ କରିଥିଲେ। ଏହାର ଫଟୋ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହୋଇଥିଲା । ପ୍ରଥମେ ତା କ୍ୟାଟ୍ରିନା ତାଙ୍କ ଗର୍ଲସ୍‌ ଗ୍ୟାଙ୍ଗ ସହ ନଜର ଆସିଥିଲେ । ହେଲେ ତାଙ୍କ ପ୍ରଶଂସକଙ୍କ ବିକି-କ୍ୟାଟ୍‌ଙ୍କ ଫଟୋ ଦେଖିବାକୁ ଅପେକ୍ଷା କରି ରହିଥିଲେ । ବର୍ତ୍ତମାନ ସାମ୍ନାକୁ ଆସିଯାଇଛି । ଯାହାକୁ ନେଇ ଖୁବ୍‌ ଚର୍ଚ୍ଚା । ବିକି କ୍ୟାଟ୍‌ଙ୍କ ଏହି ସୁନ୍ଦର ଫଟୋରେ ଦୁହେଁ ଦୁହିଁଙ୍କ ହାତ ଧରିଛନ୍ତି । ବୋଟ୍‌ ଉପରେ ବସିଥିା ବେଳେ ବିକି ହ୍ବାଇଟ୍‌ ସାର୍ଟ ଅଫ୍‌ ହ୍ବାଇଟ୍‌ର ପ୍ୟାଣ୍ଟ ପିନ୍ଧିଥିବା ବେଳେ କ୍ୟାଟ୍‌ ମଧ୍ୟ ଧଳା ରଙ୍ଗର ଗାଉନ୍‌ରେ ନଜର ଆସିଛନ୍ତି। ଦୁହେଁ ପରସ୍ପରକୁ ଚାହିଁ ହସୁଥିବାବେଳେ ଖୁବ୍‌ ସୁନ୍ଦର ଦେଖାଯାଉଛନ୍ତି ।

ବର୍ତ୍ତମାନ ଏହି ଫଟୋ ଭାଇରାଲ୍‌ ହେବା ସହ ଅନେକ ଆସିବାରେ ଲାଗିଛି। କହିବାକୁ ଗଲେ ଦୀର୍ଘ ସମୟ ଧରି ଗସିପ୍‌ କରିଡରରେ ଆଲୋଚନା ହେଉଥିଲା କି କ୍ୟାଟ୍ରିନା ବୋଧ ହୁଏ ଗର୍ଭବତୀ ଅଛନ୍ତି । ତାଙ୍କ ପ୍ରଶଂସକମାନେ ଆଶା କରିଥିଲେ ଯେ ଜନ୍ମ ଦିନରେ ହିଁ ଏହି ଖବର ସାମ୍ନାକୁ ଆସିପରେ । ଫଟୋ ପୋଷ୍ଟ କରିବେ ସସପେନ୍ସରୁ ପରଦା ଉଠାଇବେ । ହେଲେ ବର୍ତ୍ତମାନ ପ୍ରଶଂସକଙ୍କୁ ଆହୁରି ଅପେକ୍ଷା କରିବାକୁ ପଡିବ ।

Show More

Related Articles

Back to top button