ଓଡ଼ିଶାମୁଖ୍ୟ ଖବର

ହାଡ଼ଭଙ୍ଗା ଶୀତରେ ଥରୁଛି ଦାରିଙ୍ଗବାଡ଼ି

କାଲୁଆ ପବନ ଥରେଇ ଦେଉଛି ଓଡ଼ିଶାର କାଶ୍ମୀର ଦାରିଙ୍ଗିବାଡ଼ିକୁ ।

ହାଡଭଙ୍ଗା ଶୀତରେ ଥରୁଛି ଦାରିଙ୍ଗବାଡି ।ତାପମାତ୍ରା ଦିନକୁ ଦିନ କମୁଛି । ଫଳରେ ଅଚାନକ ଖସିଯାଇଛି ପାରଦ । କାନ୍ଥ, ଚଟାଣ ସବୁ କାଲୁଆ ପଡ଼ିଯାଇଛି । ସକାଳୁ ଉଠିଲା ସମୟରେ ଶୀତର କଷ୍ଟ ଅନୁଭବ କରିବାକୁ ପଡୁଛି ଆଭ୍ୟନ୍ତରୀଣରୁ ଉପକୂଳ ପର୍ଯ୍ୟନ୍ତ ସବୁଠି ଅଚାନକ ମାଡ଼ି ଆସିଛି ଶୀତର ଶକ୍ତ ପ୍ରବାହ । ରାତି ଓ ସକାଳେ ପଦାକୁ ବାହାରିଲେ ଗୋଡ଼ାଉଛି କାଲୁଆ ପବନ । ଘର ଭିତରେ ବି ଅସମ୍ଭାଳ ଜାଡ଼ ।

ଶୀତରୁ ରକ୍ଷା ପାଇବା ପାଇଁ କିଏ ସୂର୍ଯ୍ୟ କିରଣକୁ ଅପେକ୍ଷା କରି ରହୁଛି ତ ଆଉ କିଏ ଗାଁ ଗହଳିରେ ନିଆଁ ପୁଆଉଛନ୍ତି । ଅସ୍ୱାଭାବିକ ଭାବେ ଖସିଯାଇଛି ରାତିର ପାରଦ । ଆଭ୍ୟନ୍ତରୀଣ ଓଡ଼ିଶାରେ ଥଣ୍ଡା ବଢୁଥିବାବେଳେ ଉପକୂଳରେ ପ୍ରବଳରୁ ଅତି ପ୍ରବଳ ଥଣ୍ଡା ଅନୁଭୂତ ହେଉଛି ।

Show More

Related Articles

Back to top button