ଓଡ଼ିଶାମୁଖ୍ୟ ଖବର

ଆସନ୍ତା ଡିସେମ୍ବର ୨୨ ଯାଏଁ ପ୍ରବଳ ଶୀତ

ଆହୁରି ୪ ଡିଗ୍ରୀ ଖସିବ ପାରଦ

ଫୁଲବାଣୀରେ ପାରଦ ୭ ଡିଗ୍ରୀକୁ ଖସିଛି । ଏହା ରାଜ୍ୟର ସବୁଠୁ ଥଣ୍ଡା ସହର ପାଲଟିଛି । ସ୍ୱାଭାବିକ ତାପମାତ୍ରାଠାରୁ ୧.୨ ଡିଗ୍ରୀ ଖସିଛି । ଏଠାରେ ଅସମ୍ଭାଳ ଶୀତରେ ଲୋକେ ଥରୁଛନ୍ତି । ଦାରିଙ୍ଗିବାଡ଼ି ଓ କୋରାପୁଟରେ ପାରଦ ୭.୫ ରହିଛି । ଏଠାରେ ବି ଜାଡ଼ ଅସହ୍ୟ । ଆଗକୁ ଶୀତ ଆହୁରି ବଢ଼ିବ । ୨୨ ତାରିଖ ଯାଏ ଏଭଳି ଜାଡ଼ରେ ସାରା ଓଡ଼ିଶା ଥରିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଶନିବାର ରାଜ୍ୟର ୧୨ ସହରର ତାପମାତ୍ରା ୧୨ ଡିଗ୍ରୀ ତଳେ ରହିଛି । ସୁନ୍ଦରଗଡ଼ରେ ୯.୫, ଟିଟିଲାଗଡ଼ରେ ୯.୮, ଭବାନୀପାଟଣାରେ ୧୦, ସୋନପୁରରେ ୧୦.୫, ବଲାଙ୍ଗୀରରେ ୧୧, ଅନୁଗୁଳରେ ୧୧, ଚାନ୍ଦବାଲିରେ ୧୧.୬, ଅନୁଗୁଳରେ ୧୧, କେନ୍ଦୁଝରରେ ୧୧, ବଲାଙ୍ଗୀରରେ ୧୧ ଓ ମାଲକାନଗିରିରେ ସର୍ବନିମ୍ନ ତାପମାତ୍ରା ୧୧.୫ ଡିଗ୍ରୀ ରେକର୍ଡ ହୋଇଛି ।

ଗୋପାଳପୁରରେ ପାରଦ ସ୍ୱାଭାବିକଠାରୁ ସର୍ବାଧିକ ୩ଡିଗ୍ରୀ କମିଛି । ଏଠାରେ ସର୍ବନିମ୍ନ ତାପମାତ୍ରା ୧୪ଡିଗ୍ରୀ ରହିଛି । ଚାନ୍ଦବାଲି, ଟିଟିଲାଗଡ଼ ଓ ଭବାନୀପାଟଣାରେ ସର୍ବନିମ୍ନ ତାପପାତ୍ରା ସ୍ୱାଭାବିକଠାରୁ ୨.୬ ଡିଗ୍ରୀ ଖସିଛି । ରାଜଧାନୀ ଭୁବନେଶ୍ୱରରେ ପାରଦ ୧୩ଡିଗ୍ରୀ ରହିଛି । ଆସନ୍ତା ୩ରୁ ୪ଦିନ ଯାଏ ରାଜ୍ୟର ଅଧିକାଂଶ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରୀ ଯାଏ କମିବ । ରାଜ୍ୟର କେନ୍ଦ୍ରୀୟ ଓ ଦକ୍ଷିଣ ଆଭ୍ୟନ୍ତରୀଣ ଅଞ୍ଚଳରେ ଦୁଇ ଦିନ ଧରି ପ୍ରବଳ ଶୀତ ହେବ । ୪ ଡିଗ୍ରୀ ଯାଏ ତାପମାତ୍ରା କମିବ । ୨୧ ତାରିଖ ଯାଏ ଶୀତ ଲହରୀ ଜାରି ରହିବ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି ।

Show More

Related Articles

Back to top button