ଜୀବନଚର୍ଯ୍ୟାସ୍ୱାସ୍ଥ୍ୟ

ଶୀତଦିନେ ଓଜନ ନିୟନ୍ତ୍ରଣ ରଖିବା ସହିତ ରୋଗ ପ୍ରତିରାଧକ କ୍ଷମତା ବଢ଼ାଇଥାଏ ଏହି ୫ଟି ଜିନିଷ

ଆସନ୍ତୁ ପଢିବା ଓ ଜାଣିବା କଣ ସେ ବିଷୟରେ-

ଶୀତଋତୁ ଆସିବାକୁ ଆଉ ଅଳ୍ପ ଦିନ ଅଛି l ଏହି ଋତୁ ଆସିଲେ ଫ୍ଲୁ ର ଜୀବାଣୁ ସକ୍ରିୟ ହୋଇଯାନ୍ତି l ସେଥିପାଇଁ ଜରୁରୀ ଅଟେଯେ ନିଜର ରୋଗ ପ୍ରତିରୋଧକ କ୍ଷମତାକୁ ମଜବୁତ ରଖିବା ଆବଶ୍ୟକ l ଏହା ବ୍ୟତୀତ ଏହି ଋତୁରେ ଟିକିଏ ଅଳସୁଆ ଲାଗିଥାଏ ଓ ସକାଳୁ ବ୍ୟାୟାମ ଇତ୍ୟାଦି କରିବା ପାଇଁ ଇଚ୍ଛା ହୋଇନଥାଏ l ଯେଉଁ କାରଣରୁ ଅଧିକାଂଶ ଲୋକ ମୋଟାପାର ଶିକାର ହୋଇଥାନ୍ତି lତେଣୁ ଶୀତଋତୁରେ ଏପରି ଜିନିଷ ସେବନ କରିବା ଆବଶ୍ୟକ ଯାହା ରୋଗ ପ୍ରତିରୋଧକ ଶକ୍ତି ବଢାଇବା ସହିତ ଓଜନକୁ ନିୟନ୍ତ୍ରଣ ରଖିଥାଏ l

* ଘିଅ – ଶୀତ ଋତୁରେ ଗାଇର ଘିଅ ସେବନ କରିବା ନିହାତି ଆବଶ୍ୟକ , କାରଣ ଏହା ଶରୀରକୁ ଭିତରୁ ଗରମ ରଖିଥାଏ l ଏଥିରେ ଆଣ୍ଟି ଅକ୍ସିଡେଣ୍ଟ , ଭିଟାମିନ , ମିନେରାଲସ ରହିଥାଏ l ଯାହା ଇମ୍ୟୁନିଟିକୁ ମଜଭୁତ କରିବାରେ ସାହାଯ୍ୟ କରିଥାଏ l ମଧୁମେୟ ରୋଗୀଙ୍କ ପାଇଁ ମଧ୍ୟ ଲାଭଦାୟକ l ବାହାରେ ମିଳୁଥିବା ଘିଅ ଠାରୁ ଘରର ଗାଇ ଘିଅ ଶରୀର ପାଇଁ ହିତକର , କାରଣ ଏହା ଦ୍ୱାରା ଓଜନ ବଢ଼େନାହିଁ l

*ଚିନାବାଦାମ – ଚିନାବାଦାମ ପ୍ରୋଟିନରେ ଭରପୁର ଅଟେ l ଏହାକୁ ଆପଣ କଞ୍ଚା କିମ୍ବା ଭାଜିକି ଖାଏ ପାରିବେ , ଏହା ଶରୀର ପାଇଁ ଲାଭଦାୟକ ଅଟେ l ଏଥିରେ କ୍ୟାଲୋରୀର ମାତ୍ର ଖୁବ କାମ ରହିଥାଏ , ଯାହାଦ୍ୱାରା ଓଜନ ମଧ୍ୟ ବଢ଼ିନଥାଏ l ଏହାସହିତ ଚୀନ ବାଦାମ ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରେ l

* ସବୁଜ ଶାଗ – ଆମିଟିରତ ଦେଖିବାକୁ ଗଲେ ସବୁଜ ପନି ପରିବା ସବୁ ଋତୁରେ ଆମେ ଖାଇବା ଉଚିତ l କିନ୍ତୁ କିଛି ଶାଗ ଜାତୀୟ ପାରିବ ନିହାତି ଶୀତଦିନେ ଖାଇବା ଆବଶ୍ୟକ l ସେଗୁଡିକ ହେଲା ପାଳଙ୍ଗ , ମେଥି , ସୋରିଷ ଶାଗ , କୋଶଳା ଶାଗ ଓ ପୁଦିନା ଇତ୍ୟାଦି l ଏହି ଶାଗ ଗୁଡିକରେ ଅନେକ ପୋଷାକ ତତ୍ୱ ରହିଥାଏ , ଯାହାଦ୍ୱାରା ଆମରାଗ ପ୍ରତିରୋଧକ ଶକ୍ତି ବଢିଥାଏ l ଏହାକୁ ଖାଇବାଦ୍ୱାରା ମଧ୍ୟ ଓଜନ ନିୟନ୍ତ୍ରିତ ରହିଥାଏ l

*ବିଭିନ୍ନ ଫଳ – ଶୀତଋତୁର ଫଳ ଗୁଡିକ ହେଲା ସେଓ , କମଳା , ନାସପାତି ଓ ପପେୟା ଇତ୍ୟାଦି , ଯାହାକୁ ଆମେ ମୌସୁମୀ ଫଳ ବୋଲି କହିଥାଉ l ଏହି ଫଳ ଗୁଡିକ ଆମର ଏମ୍ୟୁନିଟିକୁ ବଢାଇବାରେ ସାହାଯ୍ୟ କରିଥାଏ ଏବଂ ଓଜନ କମାଇବାରେ ମଧ୍ୟ ସହାୟକ ହୁଏ l ଆପଣ ଏହି ଫଳଗୁଡିକୁ ସନ୍ଧ୍ୟା ସମୟରେ ଖାଇପାରିବେ l

* ରସୁଣ – ରସୁଣରେ ଭିଟାମିନ “ସି” , ବି , ସେଲେନିୟମ ଓ ମାଙ୍ଗାନିଜ ପ୍ରବୃତି ପୋଷକତତ୍ୱ ରହିଥାଏ l ଏହି ସମସ୍ତ ଭିଟାମିନ ଓ ମିନେରାଲସ ଏମ୍ୟୁନିଟି ବଢାଇବାରେ ସାହାଯ୍ୟ କରେ l ଏହାଛଡା ରସୁଣରେ ଆଣ୍ଟି ଆକ୍ସିଡେଣ୍ଟ ଓ ଆଣ୍ଟି ବାୟୋଟିକ ଗୁଣରହିଥିବା ହେତୁ ରୋଗ ପ୍ରରୋଧକ କ୍ଷମତାକୁ ମଜବୁତ କରିଥାଏ l

Show More

Related Articles

Back to top button