ଜୀବନଚର୍ଯ୍ୟା

ଶୀତ ଦିନେ ସତେଜ ଦେଖାଯିବା ପାଇଁ ଏହି ୩ଟି ଉପାୟ ଅବଲମ୍ବନ କରନ୍ତୁ

ଶୀତ ଦିନରେ ଆପଣ ନିଜକୁ ସତେଜ ରଖିବା ପାଇଁ କଣ କରି ପାରିବେ ସେ ବିଷୟରେ ଆସନ୍ତୁ ଆଜି ଜାଣିବା l ଶୀତଦିନ ଆଗକୁ ଆସୁଛି ,ତାପମାତ୍ରା ମଧ୍ୟ ଧୀରେ ଧୀରେ କମିବାକୁ ଲାଗିବ l ଆପଣ ଜାଣି ରଖିବା ଉଚିତ ଯେ ଶୀତଦିନରେ ଆମେ ଅଧିକ ଶୁଷ୍କ ଦେଖା ଯାଇଥାଉ

ବିଶେଷଜ୍ଞ ମାନଙ୍କ ମତରେ ହାତ ଧୋଇବା ପରେ ତ୍ୱଚାକୁ ଓଦା ରଖିବା କ୍ଷତିକାରକ ଅଟେ l ସେଥିପାଇଁ ଶୀତଦିନେ ଶରୀରରେ ମଇଶ୍ଚରାଇଜର କ୍ରିମ ଅଧିକ ବ୍ୟବହାର କରିବା ଉଚିତ l ଶୁଷ୍କ ବାତାବରଣରେ ଗରମ ପାନୀୟ ପିବ ବଦଳରେ ପାଣି ଅଧିକ ପିବ ଆବଶ୍ୟକ l କାରଣ ଥଣ୍ଡା ଦିନେ ଆମେ ସାଧାରଣତଃ ପାଣି ପିବ କମାଇ ଦେଇଥାଉ ,ଯେଉଁ କାରଣରୁ ଡିହାଇଡ୍ରେସନ ହେବ ସହିତ ଗ୍ୟାସ,ଏସିଡ଼ିଟି,ବଦହଜମି ଇତ୍ୟାଦି ଦେଖା ଦେଇଥାଏ l ତା ସହିତ ଆମର ତ୍ୱଚା ମଧ୍ୟ ଶୁଷ୍କ ହୋଇଯାଅ l ଏସବୁକୁ ଏଡ଼ାଇବା ପାଇଁ ପାଣି ପିଇବା ନିହାତି ଆବଶ୍ୟକ ଓ ଆଉ କେତୋଟି ଜିନିଷ ଉପରେ ମଧ୍ୟ ଧ୍ୟାନ ଦେବା ଉଚିତ l

* ସନସ୍କ୍ରିମ୍ ଲୋସନର ବ୍ୟବହାର କରନ୍ତୁ -ଶୀତଦିନରେ ଆମେମାନେ ସାଧାରଣତଃ ଖରାରେ ଠିଆହେବଙ୍କୁ ଓ ବସିବାକୁ ପସନ୍ଦ କରିଥାଉ l ଶୀତଦିନେ ମଧ୍ୟ ସୂର୍ଯ୍ୟଙ୍କର ଅତି ବାଇଗଣୀ କିରଣ ଆମ ଶରୀରକୁ କ୍ଷତି ଦେଇପାରେ l କାହିଁକି ନ ଆମେ ସୂର୍ଯ୍ୟଙ୍କ କିରଣ ସଂସ୍ପର୍ଶରେ ଆସିବା ପାଇଁ ଭଲ ପାଇଥାଉ l ସେଥିପାଇଁ ଶୀତଦିନେ ଅଣ୍ଟିଆକ୍ସିଡେଣ୍ଟ ଆବଶ୍ୟକତା ଆମ ତ୍ୱଚାକୁ ରହିଛି l ଅଲ୍ଟ୍ରାଫାଇନ SPF-30 ସନସ୍କ୍ରିମ୍ ଲୋସନ ବ୍ୟବହାର କରିବା ଦ୍ୱାରା ଆମ ତ୍ୱଚାକୁ ସୁରକ୍ଷିତ ରଖାଯାଇ ପାରିବ l

* କମ ଗାଧାନ୍ତୁ -ବିଶେଷଜ୍ଞ ମାନଙ୍କ ଅନୁସାରେ ଶୁଷ୍କ ଜଳବାୟୁରେ ଅଧିକ ସମୟ ଗଢିବା ଉଚିତ ନୁହେଁ ,ଅଧିକରୁ ଅଧିକ ୫ରୁ ୧୦ ମିନିଟ ପର୍ଯ୍ୟନ୍ତ ଗାଧୋଇବା ଉଚିତ l ଅଧିକ ଗାଧୋଇବା ଦ୍ୱାରା ତ୍ୱଚାରେ ବିଭିନ୍ନ ପ୍ରକାର ସମସ୍ୟା ଦେଖା ଦେଇ ପରେ l ତା ସହିତ ଅଧିକ ସାବୁନ ମଧ୍ୟ ବ୍ୟବହାର କରିବା ଉଚିତ ନୁହେଁ l

* ତୈଳ ମାଲିସ କରନ୍ତୁ -ଶୀତଦିନରେ ଆମର ତ୍ୱଚା ଶୁଷ୍କ ହେଉଥିବା କାରଣରୁ ମାଲିସ ନିହାତି ଆବଶ୍ୟକ l କୌଣସି କ୍ରିମ ,ଲୋସନ ଅପେକ୍ଷା ଗାଧୋଇବା ପୂର୍ବରୁ ତେଲ ମାଲିସ କରିବା ଶରୀରରେ ହିତକର l ତେଲ ମାଲିସ କରିବା ଦ୍ୱାରା ରକ୍ତ ସଂଚାଳନ ଶରୀରରେ ହୋଇଥାଏ ଏବଂ ଚର୍ମ ମଧ୍ୟ ଶୁଷ୍କ ରହି ନଥାଏ l ତେଣୁ ଶୀତଦିନେ ଗାଧୋଇବା ପୂର୍ବରୁ ଦିନକୁ ଥରୁଟିଏ ତେଲ ମାଲିସ କରିବା ଉଚିତ l

Show More

Related Articles

Back to top button