Breaking PLUSଓଡ଼ିଶାପାଣିପାଗ

ଖୁବ ଶୀଘ୍ର ରାଜ୍ୟରେ ବଢ଼ିବ ଶୀତ

ବର୍ତ୍ତମାନ ରାଜ୍ୟରେ ରାତି ତାପମାତ୍ରା ବୃଦ୍ଧି ପାଉଛି । ଓଡ଼ିଶାର ଅନେକ ସ୍ଥାନରେ ପାଗ ମେଘୁଆ ରହୁଥିବାରୁ ସର୍ବନିମ୍ନ ତାପମାତ୍ରା ହ୍ରାସ ହେଉନାହିଁ । ବର୍ତ୍ତମାନ ରାଜ୍ୟର ଅଧିକାଂଶ ସ୍ଥାନରେ ରାତିର ତାପମାତ୍ରା ସ୍ୱାଭାବିକଠାରୁ ୨-୩ ଡିଗ୍ରୀ ଅଧିକ ରହୁଛି । ଫୁଲବାଣୀରେ ରାତିର ତାପମାତ୍ରା ସ୍ୱାଭାବିକଠାରୁ ୮.୨ ଡିଗ୍ରୀ ସେଲ୍‌ଫସିୟସ ଅଧିକ ରହିଛି ।

ଭବାନୀପାଟଣାରେ ୬.୯ ଡିଗ୍ରୀ, ସମ୍ବଲପୁର ୫.୯ ଓ ଭୁବନେଶ୍ୱରରେ ୪.୨ ଡିଗ୍ରୀ ସେଲସିୟସ ଅଧିକ ରହିଛି । ବର୍ତ୍ତମାନ ଓଡ଼ିଶା ଉପରେ କୌଣସି ନିର୍ଦ୍ଦିଷ୍ଟ ପାଣିପାଗ ସିଷ୍ଟମର ପ୍ରଭାବ ନାହିଁ । କିନ୍ତୁ ରାଜ୍ୟକୁ ବର୍ତ୍ତମାନ ପୂର୍ବ ଦିଗରୁ ଜଳୀୟ ବାଷ୍ପପୂର୍ଣ୍ଣ ବାୟୁ ପ୍ରବାହିତ ହେଉଛି । ଏହା ପ୍ରଭାବରେ ରାଜ୍ୟରେ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଧୀରେ ଧୀରେ ବର୍ଷା କମିବ ଓ ୨୪ ତାରିଖଠାରୁ ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

ସେହିପରି ରାଜ୍ୟରେ ଆଗାମୀ ୨-୩ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ପରିବର୍ତ୍ତନ ହେବନାହିଁ । ଏହି ସମୟ ମଧ୍ୟରେ ବିଭିନ୍ନ ସ୍ଥାନରେ ତାପମାତ୍ରା ସ୍ୱାଭାବିକଠାରୁ ୩-୪ ଡିଗ୍ରୀ ଉପରେ ରହିବ । ଏହା ପରେ୨-୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ହେବ ଓ ଶୀତ ବଢ଼଼ିବ । ଭୁବନେଶ୍ୱର ଓ କଟକରେ ପାଗ ମେଘୁଆ ରହିବ । ଏଥିସହ ହାଲୁକା ବର୍ଷାର ବି ସମ୍ଭାବନା ରହିଛି ।

Show More

Related Articles

Back to top button