ଓଡ଼ିଶାମୁଖ୍ୟ ଖବର

ଫେରିବ ଶୀତ, ଆହୁରି ଥରାଇବ

ଏବେ ଆଉ ବର୍ଷା ଆଶଙ୍କା ନାହିଁ । ଗୁରୁଚାପ ବଳୟର ସ୍ଥିତି ପରିବର୍ତ୍ତନ ଯୋଗୁ ରାଜ୍ୟକୁ ପୁଣି ଶୀତ ଫେରିବ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ

ରାଜ୍ୟରେ ଶୀତ ଖେଳୁଛି ଲୁଚକାଳି । ପାଗ ବଦଳୁଛି । ଏବେ ଆଉ ବର୍ଷା ଆଶଙ୍କା ନାହିଁ । ଗୁରୁଚାପ ବଳୟର ସ୍ଥିତି ପରିବର୍ତ୍ତନ ଯୋଗୁ ରାଜ୍ୟକୁ ପୁଣି ଶୀତ ଫେରିବ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ ।କୃଷି ପାଣିପାଗ ବିଶେଷଜ୍ଞ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ, ଶୁକ୍ରବାରଠାରୁ ଦକ୍ଷିଣ ଉପକୂଳ ଓ ସଂଲଗ୍ନ ଅଞ୍ଚଳ ବ୍ୟତୀତ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ଉଭୟ ଦିନ ଓ ରାତି ତାପମାତ୍ରା କମିଯିବ ।

ଆସନ୍ତା ୩ ଦିନ ଭିତରେ ସର୍ବନିମ୍ନ ତାପମାତ୍ରା ୪ରୁ ୫ ଡିଗ୍ରୀ ସେଲସିୟସ୍‌ କମ୍ ରହିବ ।ସେହିପରି, ଫେବ୍ରୁଆରୀ ୧ ତାରିଖରୁ ଏଥିରେ ପରିବର୍ତ୍ତନ ହେବ । ୨ରୁ ସର୍ବନିମ୍ନ ତାପମାତ୍ରା ପୁଣି ବୃଦ୍ଧି ପାଇବ । ୫ ତାରିଖ ସୁଦ୍ଧା ରାତି ତାପମାତ୍ରା ୫-୬ ଡିଗ୍ରୀ ବଢ଼ିପାରେ। ଶୁକ୍ରବାର ଓ ଶନିବାର ସର୍ବନିମ୍ନ ତାପମାତ୍ରା ପ୍ରାୟ ୨ ଡିଗ୍ରୀ ସେଲସିୟସ୍‌ ବଢ଼ିବ ବୋଲି ଅନୁମାନ କରାଯାଉଛି। ତା’ପରେ ୩୧ ଓ ୧ ତାରିଖ ଭିତରେ ତାପମାତ୍ରା ୨ ଡିଗ୍ରୀ କମିବ ।ପାଣିପାଗ ବିଭାଗର କହିବାନୁସାରେ, ୨ ଦିନ ପରେ ଆଭ୍ୟନ୍ତରୀଣ ଓଡ଼ିଶାରେ ରାତି ତାପମାତ୍ରା ୪-୫ ଡିଗ୍ରୀ କମିବ । ଉପକୂଳ ଓଡ଼ିଶାରେ ପ୍ରାୟ ୨ ଡିଗ୍ରୀ ହ୍ରାସ ପାଇବ ବୋଲି କହିଛି ବିଭାଗ ।

Show More

Related Articles

Back to top button