ଓଡ଼ିଶାମୁଖ୍ୟ ଖବର

କୋଭିଡ୍‌ ଟିକାକରଣ: ବିଶ୍ବରେ ଭାରତ ଏକ ନମ୍ବର, ସାରା ଦେଶରେ ଓଡ଼ିଶା ନମ୍ବର ଓ୍ବାନ ରାଜ୍ୟ

କରୋନା ଟିକାକରଣରେ ବିଶ୍ବରେ ଭାରତ ଅଗ୍ରଣୀ ଦେଶ। ଦେଶରେ ଓଡ଼ିଶା ଆଗୁଆ। ଏବେ ସୁଦ୍ଧା ରାଜ୍ୟରେ ୧.୫ ଲକ୍ଷ ହିତାଧିକାରୀଙ୍କୁ କୋଭିଡ୍ ଟିକା ଦିଆଯାଇଛି । ପ୍ରତି ୧୦ ଲକ୍ଷ ଲୋକରେ ରାଜ୍ୟରେ କୋଭିଡ୍ ଟିକା ନେଇଛନ୍ତି ୩୪୫୨.୮୧ ଜଣ

ସରକାର ଟିକାକରଣ ପ୍ରକ୍ରିୟାକୁ ସୁରୁଖୁରରେ ସମ୍ପାଦିତ କରୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି । ପ୍ରତି ଦଶ ଲକ୍ଷ ଲୋକରେ ୩୪୫୨.୮୧ ଜଣଙ୍କୁ କୋଭିଡ୍ ଟିକା ଦେଇ ଦେଶରେ ଓଡ଼ିଶା ପ୍ରଥମ ସ୍ଥାନରେ ରହିଛି । ସେହିଭଳି ଦେଶରେ ସର୍ବାଧିକ ଟିକାକରଣ ହୋଇଥିବା ରାଜ୍ୟ ମଧ୍ୟରେ ଓଡ଼ିଶା ତୃତୀୟ ସ୍ଥାନରେ ରହିଛି । ରାଜ୍ୟରେ ଏଯାବତ୍ ୧ ଲକ୍ଷ ୫୨ ହଜାର ୩୭୧ ଜଣଙ୍କୁ ପ୍ରଥମ ପର୍ଯ୍ୟାୟରେ କୋଭିଡ୍ ଟିକା ଦିଆଯାଇଛି ।କୋଭିଡ ଟିକାକରଣ ମାମଲାରେ ଦେଶରେ ‘ଲାକ୍ଷାଦୀପ’ ଆଗରେ ରହିଛି। ଏହା ପଛକୁ ଓଡ଼ିଶା ରହିଛି। କିନ୍ତୁ ଲାକ୍ଷାଦୀପ ଏକ କେନ୍ଦ୍ରଶାସିତ ଅଞ୍ଚଳ ହୋଇଥିବା ରାଜ୍ୟମାନଙ୍କ ମଧ୍ୟରେ ଓଡ଼ିଶା ଶୀର୍ଷରେ ରହିଛି। ଓଡ଼ିଶା ପଛକୁ ହରିୟାଣା, ଆଣ୍ଡାମାନ ନିକୋବର ଦୀପପୁଞ୍ଜ,

ରାଜସ୍ଥାନ,ତ୍ରିପୁରା,ମିଜୋରାମ,ତେଲେଙ୍ଗାନା, ଆନ୍ଧପ୍ରଦେଶ, କର୍ଣ୍ଣାଟକ ଓ ମଧ୍ୟପ୍ରଦେଶ ରହିଛି।ଅନ୍ୟପଟେ ବିଶ୍ବରେ ଭାରତ ଏକ ନମ୍ବର। ଟିକାକରଣ ମାମଲାରେ ଭାରତ ବିଶ୍ବ ପାଇଁ ରୋଲ୍‌ ମଡେଲ୍‌ ପାଲଟିଛି। ସେହିଭଳି ଦେଶରେ ଓଡ଼ିଶା ଏକ ନମ୍ବର ହୋଇଥିବା ବେଳେ ରାଜ୍ୟର ଟିକାକରଣ ବ୍ୟବସ୍ଥାକୁ ନେଇ ଦେଶରେ ଚର୍ଚ୍ଚା ହେଉଛି। ଭାରତରେ କେବଳ ୬ ଦିନରେ ୧୦ ଲକ୍ଷ କୋଭିଡ ଟିକାକରଣ ହୋଇଛି। ଏହି ଲକ୍ଷ ହାସଲ କରିବାକୁ ଆମେରିକାକୁ ୧୦ ଦିନ ଲାଗିଥିଲା। ସେହିଭଳି ଏକ ମିଲିୟନ ଟିକା ଲଗାଇବାକୁ ସ୍ପେନ୍‌ ୧୨ ଦିନ ଲଗାଇଥିବା ବେଳେ ଇସ୍ରାଏଲରେ ୧୪ ଦିନ, ବ୍ରିଟେନ୍‌ରେ ୧୮ ଦିନ, ଇଟାଲିରେ ୧୯ ଦିନ ସମୟ ଲାଗିଥିଲା। ଜର୍ମାନୀକୁ ୨୦ ଦିନ ଲାଗିଥିବା ବେଳେ ୟୁଏଇକୁ ୨୭ ଦିନ ଲାଗିଛି ବୋଲି ଗୁରୁବାର କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି।

Show More

Related Articles

Back to top button