ଦେଶ ବିଦେଶବାଣିଜ୍ୟମୁଖ୍ୟ ଖବର

କେନ୍ଦ୍ରୀୟ ବଜେଟ୍‌ ୨୦୨୧: କେଉଁ ଅର୍ଥମନ୍ତ୍ରୀ କେତେ ଥର ବଜେଟ୍‌ ଉପସ୍ଥାପନ କରିଛନ୍ତି ଆସନ୍ତୁ ଜାଣିବା

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନରେନ୍ଦ୍ର ମୋଦୀଙ୍କ ସରକାରରେ ଅଷ୍ଟମ ବଜେଟ ଉପସ୍ଥାପନ କରିବାକୁ ଯାଉଛନ୍ତି। ନରେନ୍ଦ୍ର ମୋଦୀଙ୍କ ସରକାରରେ ସୀତାରମଣ ପୁଣିଥରେ ଫେବୃଆରୀ ୧ରେ ବଜେଟ୍‌ ଉପସ୍ଥାପନ କରିବେ। କରୋନା ମହାମାରୀ ଯୋଗୁ ଆର୍ଥ ବ୍ୟବସ୍ଥା ଦୋହଲି ଯାଇଥିବା ବେଳେ ଆଗାମୀ ବଜେଟ୍‌ ଉପରେ ସମସ୍ତଙ୍କ ନଜର ରହିବ

ସୀତାରମଣ ଦ୍ବିତୀୟ ମହିଳା ଯିଏକି କେନ୍ଦ୍ର ବଜେଟ୍‌ ଉପସ୍ଥାପନ କରିଛନ୍ତି। ସ୍ବାଧୀନ ଭାରତରେ ଏଭଳି ଦ୍ବିତୀୟ ଥର ହୋଇଛି। ଅରୁଣ ଜେଟଲୀଙ୍କ ନିଧନ ପରେ ନିର୍ମଳା ସୀତାରମଣ ଅର୍ଥମନ୍ତ୍ରୀ ଭାବେ ବଜେଟ୍‌ ଉପସ୍ଥାପନ କରୁଛନ୍ତି। ଅରୁଣ ଜେଟଲୀ ୫ ଥର ବଜେଟ୍‌ ଉପସ୍ଥାପନ କରିଛନ୍ତି।

ସବୁଠୁ ଅଧିକ ଥର ବଜେଟ୍‌ ଉପସ୍ଥାପନ କରିଥିଲେ ପୂର୍ବତନ ଅର୍ଥ ମନ୍ତ୍ରୀ ମୋରାର୍ଜୀ ଦେଶାଇ। ମୋରାର୍ଜୀ ଦେଶାଇ ୧୦ ଥର ବଜେଟ୍‌ ଉପସ୍ଥାପନ କରିଛନ୍ତି। ପ୍ରଥମେ ୧୯୫୯ ଓ ୧୯୬୩ ମଧ୍ୟରେ ଏବଂ ପରେ ୧୯୬୭ରୁ ୧୯୬୯ ମଧ୍ୟରେ ଦେଶାଇ ବଜେଟ୍‌ ଉପସ୍ଥାପନ କରିଥିଲେ।

ମୋରାର୍ଜୀ ଦେଶାଇଙ୍କ ପରେ ୟୁପିଏ ସରକାରରେ ପି ଚିଦାମ୍ବରମ ୯ ଥର ବଜେଟ୍‌ ଉପସ୍ଥାପନ କରିଛନ୍ତି। ତାଙ୍କ ପରେ ପ୍ରଣବ ମୁଖାର୍ଜୀ ୮ ଥର, ଯଶୋବନ୍ତ ସିଂ, ଓ୍ବାଇବି ଚୌହାନ ଏବଂ ସିଡି ଦେଶମୁଖ ୭ ଥର ଲେଖାଏଁ ବଜେଟ୍‌ ଉପସ୍ଥାପନ କରିଛନ୍ତି।

ମୋରାର୍ଜୀ ଦେଶାଇ- ୧୦ ବେଜେଟ୍‌

ପି ଚିଦାମ୍ବରମ- ୯ ବଜେଟ୍‌

ପ୍ରଣବ ମୁଖାର୍ଜୀ- ୮ ବଜେଟ୍‌

ଯଶୋବନ୍ତ ସିଂ- ୭ ବଜେଟ୍‌

ଓ୍ବାଇବି ଚୌହାନ- ୭ ବଜେଟ୍‌

ସିଡି ଦେଶମୁଖ- ୭ ବଜେଟ୍‌

ମନମୋହନ ସିଂହ- ୭ ବଜେଟ୍‌

ଅରୁଣ ଜେଟଲୀ- ୫ ବଜେଟ୍‌

ନିର୍ମଳା ସୀତାରମଣ- ୨ ବଜେଟ୍

ଜବାହାରଲାଲ ନେହେରୁ- ୧ ବଜେଟ୍

ଏତତ୍ ବ୍ୟତୀତ ପୂର୍ବତନ ଅର୍ଥମନ୍ତ୍ରୀ କ୍ରିଣ୍ଠାମଚାରୀ ୪ ଥର, ରାମାସ୍ୱାମୀ ଭେଙ୍କଟରମଣ ୩ ଥର, ଏଚଏମ ପଟେଲ ୩ ଥର, ଜମ୍ ମାଥାଇ ୨ ଥର, ଇନ୍ଦିରା ଗାନ୍ଧୀ ୨ ଥର, ସି ସୁବ୍ରମଣ୍ୟମ ୨ ଥର ଓ ଭିପି ସିଂ ୨ ଥର ବଜେନ୍ ଉପସ୍ଥାପନା କରିଛନ୍ତି ।

ଏତତ୍ ବ୍ୟତୀତ, ଆରକେ ସନମୁଖମ୍ ଛେତ୍ରୀ ୨ ଥର, ସଚିନ୍ଦ୍ର ଚୌଧରୀ, ଚୌଧରୀ ଚରଣ ସିଂ, ରାଜୀବ ଗାନ୍ଧୀ, ଏନଡି ତିଓ୍ୱାରୀ, ଏସବି ଚଭନ, ମଧୁ ଦଣ୍ଡଭାତେ, ପିୟୁଷ ଗୋଏଲ ଥରଟେ ଲେଖାଏଁ ବଜେଟ୍ ଉପସ୍ଥାପନା କରିଛନ୍ତି ।

Show More

Related Articles

Back to top button