ମନୋରଞ୍ଜନ

ପଢିବା ପାଇଁ ନ୍ୟୁୟର୍କ ଗଲେ ଖୁସି କପୁର, ୨୦୨୨ ରେ କରିବେ ବଲିଉଡ୍ ଡେବ୍ୟୁ

ଦିବଂଗତ ଅଭିନେତ୍ରୀ ଶ୍ରୀଦେବୀ ଏବଂ ଫିଲ୍ମ ପ୍ରଡ୍ୟୁସର ବୋନି କପୁରଙ୍କର ସାନ ଝିଅ ଖୁସି କପୁର ଗୋଟିଏ ସେମିଷ୍ଟାର କୋର୍ସ ପାଇଁ ଲି ଷ୍ଟାରସବର୍ଗ ଥିଏଟର ଏବଂ ଚଳଚିତ୍ର ପ୍ରତିଷ୍ଠାନ, ନ୍ୟୁୟର୍କ କୁ ଯାଇଛନ୍ତି

ସେ ୟୁଏସ୍ରୁ ଆକ୍ଟିଙ୍ଗ କୋର୍ସ ସାରି ଫେରିବା ପରେ ତାଙ୍କୁ ହିନ୍ଦୀ ଫିଲ୍ମପାଇଁ ଲଞ୍ଚ କରାଯିବ। ସୂଚନା ଅନୁସାରେ, ଖୁସି କପୁରଙ୍କୁ ୨୦୨୨ ରେ ଲଞ୍ଚ କରାଯିବ । କାରଣ କରନ ଜୋହରଙ୍କ ସମେତ ଅନ୍ୟ ପ୍ରଡ୍ୟୁସର ମାନେ ବୋନିଙ୍କୁ ଅଫର ଦେଇଛନ୍ତି । କିନ୍ତୁ ବୋନି ଏବଂ ଖୁସି ଏହା ପାଇଁ କୌଣସି ବେସ୍ତ ହେଉନାହାଁନ୍ତି ।

ତାଙ୍କର ପୁରା ପରିବାରକୁ ଲାଗିଥାଏ ଅଭିନୟ ଜଗତରେ ପାଦ ଦେବା ପୂର୍ବରୁ ଆକଟିଙ୍ଗ କୋର୍ସ ସମ୍ପୂର୍ଣ କରିବା ନିହାତି ଜରୁରୀ ଏବଂ ଉଚିତ୍ ହୋଇଥାଏ ।ଶ୍ରୀଦେବୀ ସବୁବେଳେ ଚାହୁଁଥିଲେ ତାଙ୍କ ଝିଅମାନେ ଭଲ ଆକ୍ଟିଙ୍ଗ ସ୍କୁଲ ରେ ଜଏନ କରନ୍ତୁ ବୋଲି । ଶ୍ରୀଦେବୀ ନିଜେ ଆକ୍ଟିଙ୍ଗ ପାଇଁ କୌଣସି ଫରମାଲ୍ ଟ୍ରେନିଙ୍ଗ ନେଇନଥିଲେ ସେଥିଲାଗି ସେ ଚାହୁଁଥିଲେ ତାଙ୍କର ଝିଅମାନେ ଯେବେ ଇଣ୍ଡଷ୍ଟ୍ରିକୁ ଆସିବେ ସମ୍ପୁର୍ଣ୍ଣ ପ୍ରସ୍ତୁତ ହୋଇ ଆସିବେ ।

Show More

Related Articles

Back to top button