Breaking PLUSଓଡ଼ିଶାମୁଖ୍ୟ ଖବର

୧୭ ରୁ ବଢିବ ରାଜ୍ୟରେ ଶୀତର ପ୍ରକୋପ

ରାଜ୍ୟରେ ଏବେ ଶୀତର ପ୍ରକୋପ ଟିକେ କମିଛି। ୧୦ ଡିଗ୍ରି ତଳକୁ ରାଜ୍ୟର ମାତ୍ର ଗୋଟିଏ ସ୍ଥାନ ରହିଥିବା ବେଳେ ଆଭ୍ୟନ୍ତରୀଣ ଓଡ଼ିଶାର ସର୍ବନିମ୍ନ ତାପମାତ୍ରା ୧୨ରୁ ୧୫ ଡିଗ୍ରି ମଧ୍ୟରେ ରହିଛି। ଉପକୂଳ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ସର୍ବନିମ୍ନ ତାପମାତ୍ରା ୧୬ରୁ ୧୮ ଡିଗ୍ରି ମଧ୍ୟରେ ରହିଛି। ଆସନ୍ତା ୧୬ ତାରିଖ ଦିନ ଉତ୍ତର ପଶ୍ଚିମ ଓଡ଼ିଶାର ସ୍ଥାନେ ସ୍ଥାନେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି

ରାଜ୍ୟରେ ଏବେ ଶୀତର ପ୍ରକୋପ ଟିକେ କମିଛି। ୧୦ ଡିଗ୍ରି ତଳକୁ ରାଜ୍ୟର ମାତ୍ର ଗୋଟିଏ ସ୍ଥାନ ରହିଥିବା ବେଳେ ଆଭ୍ୟନ୍ତରୀଣ ଓଡ଼ିଶାର ସର୍ବନିମ୍ନ ତାପମାତ୍ରା ୧୨ରୁ ୧୫ ଡିଗ୍ରି ମଧ୍ୟରେ ରହିଛି। ଉପକୂଳ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ସର୍ବନିମ୍ନ ତାପମାତ୍ରା ୧୬ରୁ ୧୮ ଡିଗ୍ରି ମଧ୍ୟରେ ରହିଛି। ଆସନ୍ତା ୧୬ ତାରିଖ ଦିନ ଉତ୍ତର ପଶ୍ଚିମ ଓଡ଼ିଶାର ସ୍ଥାନେ ସ୍ଥାନେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏଥିସହ ରାଜ୍ୟର ଅବଶିଷ୍ଟ ଜିଲ୍ଲାର ପାଗ ମେଘୁଆ ବା ଆଂଶିକ ମେଘୁଆ ରହିବ। ଫଳରେ ୧୬ ତାରିଖ ଆଡ଼କୁ ରାଜ୍ୟର ସର୍ବନିମ୍ନ ରାତ୍ରି ତାପମାତ୍ରା ବଢ଼ିବ ଓ ଶୀତ କମିବ। ତେବେ ୧୭ ତାରିଖରୁ ରାଜ୍ୟରେ ପାରଦସ୍ତର ପୁଣି ଖସିବା ଆରମ୍ଭ କରିବ। ଫଳରେ ୧୭ ପରେ ରାଜ୍ୟରେ ପୁଣି ଥରେ ଶୀତ ଆରମ୍ଭ ହୋଇଯିବ ଓ କୁହୁଡ଼ି ବି ବଢ଼ିବ ବୋଲି ପାଣିପାଗ ବିଶେଷଜ୍ଞମାନେ ମତ ରଖିଛନ୍ତି।

Show More

Related Articles

Back to top button