Breaking PLUSଓଡ଼ିଶାମୁଖ୍ୟ ଖବର

ପୋଲିସ ଗୁଳିରେ ୨ ନକ୍ସଲ ନିହତ

ପୋଲିସ ଗୁଳିରେ ୨ ନକ୍ସଲ ନିହତ । ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳରେ ନକ୍ସଲ ଓ ପୋଲିସଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ପୁରା ଅଞ୍ଚଳକୁ ସ୍ଥାନୀୟ ପୋଲିସ ଓ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ବ ହୋଇଛି ।

ପୋଲିସ ଗୁଳିରେ ୨ ନକ୍ସଲ ନିହତ । ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳରେ ନକ୍ସଲ ଓ ପୋଲିସଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ପୁରା ଅଞ୍ଚଳକୁ ସ୍ଥାନୀୟ ପୋଲିସ ଓ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ବ ହୋଇଛି ।

ଖବର ଅନୁଯାୟୀ, ସାଭିମାନ ଅଞ୍ଚଳର ଗାଜଲମାମୁଡି ଓ ସୀଙ୍ଗାରାମ ଜଙ୍ଗଲରେ ସ୍ଥାନୀୟ ପୋଲିସ , ଏସ୍‌ଓଜି ଓ ଡିଭିଏଫ୍‌ ପକ୍ଷରୁ ମିଳିତ ଅପରେସନ କରାଯାଉଥିଲା । ସ୍ଥାନୀୟ ଜଙ୍ଗଲରେ କମ୍ବି ଅପରେସନ ଚାଲିଥିଲା । ତେବେ ନିକଟରେ କିଛି ନକ୍ସଲ ଲୁଚି ରହିଥିବାର ଖବର ମିଳିବା ପରେ ସର୍ଚ୍ଚ ଅପରେସନକୁ ଆହୁରୀ ଜୋରଦାର କରାଯାଇଥିଲା । କିଛି ସମୟ ଧର ଉଭୟ ପକ୍ଷଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଥିଲା । ଶେଷରେ ପୋଲିସ ଗୁଳିରେ ୨ଜଣ ନକ୍ସଲ ନିହତ ହୋଇଛନ୍ତି । ସେମାନଙ୍କ ନିକଟରୁ କିଛି ମାଓ ସାମଗ୍ରୀ ମଧ୍ୟ ଜବତ ହୋଇଥିବା ସୂଚନା ରହିଛି ।

Show More

Related Articles

Back to top button