ଜୀବନଚର୍ଯ୍ୟାସ୍ୱାସ୍ଥ୍ୟ

ଶୀତଦିନେ ରୋଗମୁକ୍ତ ରହିବାକୁ ଭୁଲ୍ ରେ ବି ଖାଆନ୍ତୁ ନାହିଁ ଏହି ୯ଟି ଜିନିଷ

ଶୀତଦିନେ କମ୍ ତାପମାତ୍ରାର ପ୍ରଭାବ ଶରୀରର ରୋଗ ପ୍ରତିରୋଧକ ଶକ୍ତି ଉପରେ ପଡ଼ିଥାଏ। ଏହାର ଅର୍ଥ ଯେକୌଣସି ଋତୁ ତୁଳନାରେ ଲୋକଙ୍କ ଅଧିକ ରୋଗରେ ପଡ଼ିବାର ଆଶଙ୍କା ଏହି ସମୟରେ ଥାଏ। ଏହି ଋତୁରେ ରୋଗରୁ ବର୍ତ୍ତିବା ପାଇଁ ଆପଣଙ୍କୁ ନିଜ ଡାୟେଟରେ ଖାସ୍ ଧ୍ୟାନ ରଖିବାକୁ ପଡ଼ିଥାଏ

ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଶୀତଦିନେ ଆମେ କେତେକ ଜିନିଷ ବିଲକୁଲ ଖାଇବା ଅନୁଚିତ୍।
୧. ଚିନି : ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଡାୟେଟରେ ବହୁତ ଅଧିକ ମିଠା ଖାଇବା ଦ୍ବାରା ଆମ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇଥାଏ। ଏକ ଅଧ୍ୟୟନ ଅନୁଯାୟୀ,ଅଧିକ ମିଠା ଖାଉଥିବା ଲୋକଙ୍କଠାରେ ବ୍ୟାକ୍ଟେରିଆ କାରଣରୁ ହେଉଥିବା ରୋଗଗୁଡ଼ିକ ସହ ଲଢ଼ିବା କ୍ଷମତା କମି ଯାଇଥାଏ। ଆମକୁ କମର୍ସିଆଲ୍ ଫୃଟ୍ ଜୁସ୍,ସଫ୍ଟ ଡ୍ରିଙ୍କ୍ ଏବଂ ହାଇ ସୁଗର ଯୁକ୍ତ ଖାଦ୍ୟରୁ ଦୂରେଇ ରହିବା ଉଚିତ୍।
୨. ଛଣାଛଣି ଖାଦ୍ୟ : ଯେକୌଣସି ଋତୁରେ ଫ୍ରାଇଡ ଫୁଡ ନଖାଇବାକୁ ଅଧିକାଂଶ ଲୋକଙ୍କୁ ପରାମର୍ଶ ଦିଆଯାଇଥାଏ। କିନ୍ତୁ ଏପରି ଖାଇବାର ସବୁଠୁ କୁପ୍ରଭାବ ଶୀତଦିନେ ହୋଇଥାଏ। ଫ୍ରାଇଡ ଫୁଡରେ ଅତ୍ୟଧିକ ଫ୍ୟାଟ୍ ରହିଥାଏ,ଯାହା ନା କେବଳ ଇନଫ୍ଲାମେସନର କାରଣ ହୋଇଥାଏ ବରଂ ଛାତିରେ ଫ୍ଲୁଏଡ ସମସ୍ୟା ମଧ୍ୟ ବଢ଼ାଇଥାଏ।
୩. ଦୁଗ୍ଧଜାତ ଦ୍ରବ୍ୟ : କ୍ଷୀରରେ ସମସ୍ତ ଗୁଣ ଥାଏ ଯାହା ସୁସ୍ଥ ରହିବା ପାଇଁ ଜରୁରୀ ହୋଇଥାଏ। ଶୀତଦିନେ ଡାକ୍ତର ଦୁଗ୍ଧଜାତ ଦ୍ରବ୍ୟ ସେବନ ନକରିବାକୁ ପରାମର୍ଶ ଦେଇଥାନ୍ତି। ଦୁଗ୍ଧଜାତ ଦ୍ରବ୍ୟ ଥଣ୍ଡା ହୋଇଥାଏ ଯାହା ସେବନ କରିବା ଦ୍ବାରା ଶରୀର​ରେ କଫ ହୋଇଥାଏ।
୪. କଫି : ଶୀତଦିନେ ଅଧିକାଂଶ ଲୋକ କଫି,ଚା,ହଟ୍ ଚକୋଲେଟ୍ ଅଧିକ ପସନ୍ଦ କରିଥାନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି ଏ ସମସ୍ତ ଜିନିଷରେ ଫ୍ୟାଟ୍ ଏବଂ କ୍ୟାଫିନ୍ ଶରୀରକୁ ଡି-ହାଇଡ୍ରେଟ୍ କରିଥାଏ ଯାହା ଫଳରେ ଆମକୁ ଅନେକ ପ୍ରକାରର ସ୍ବାସ୍ଥ୍ୟ ସମସ୍ୟା ହୋଇପାରେ।
୫. ଅଦିନିଆ ଫଳ : ଅଦିନିଆ ଫଳ ଏବଂ ପରିବା ଖାଇବା ପ୍ରତି ବିଶେଷ ଧ୍ୟାନ ଦିଆଯାଇନଥାଏ। କିନ୍ତୁ ଏବେ କୁକ୍ ବୁକରେ ଏଥିପ୍ରତି ଧ୍ୟାନ ରଖାଯାଉଛି। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଆମକୁ ଅଦିନିଆ ଫଳ ଏବଂ ପରିବା ନଖାଇବା ଉଚିତ୍ କାରଣ ତାଟକା ନ ହେବା କାରଣରୁ ଏପରି ଫଳ ଏବଂ ପରିବା ଆମ ସ୍ବାସ୍ଥ୍ୟ ପାଇଁ ହାନିକାରକ ହୋଇପାରେ।

 

winter

୬. ଷ୍ଟ୍ରବେରୀ : ଗ୍ରୀଷ୍ମ ଦିନ ତୁଳନାରେ ଶୀତଦିନେ ଷ୍ଟ୍ରବେରୀର ରଙ୍ଗରେ ଅଳ୍ପ ହଳଦିଆପଣ ଆସିଥାଏ। ଷ୍ଟ୍ରବେରୀର ରଙ୍ଗର ସିଧା କନେକ୍ସନ ଏହାର ଫାଇଟୋନ୍ୟୁଟ୍ରିଏଣ୍ଟସ୍ ତତ୍ତ୍ବ ସହ ଥାଏ। ଅଧିକ ଗାଢ଼ ରଙ୍ଗର ଅର୍ଥ ଅଧିକ ନ୍ୟୁଟ୍ରିଏଣ୍ଟସ୍। ଏଥିପାଇଁ ଏହାକୁ ଗ୍ରୀଷ୍ମ ଦିନେ ଖାଇବା ଅଧିକ ଭଲ ହୋଇଥାଏ।
୭. ରାଗ ଖାଦ୍ୟ : ରାଗ ଖାଦ୍ୟ ଆପଣଙ୍କ ନାକ ବନ୍ଦ ଥିଲେ ଆପଣଙ୍କୁ ଆରାମ ଦେଇପାରେ। କିନ୍ତୁ ଏହା ଆପଣଙ୍କ ପେଟ ପାଇଁ ଅଧିକ କ୍ଷତିକାରକ ହୋଇପାରେ। ତେଣୁ ଶୀତ ଦିନେ ରାଗ ଜିନିଷ ଖାଆନ୍ତୁ ନାହିଁ।
୮. ପ୍ୟାକେଟ ଯୁକ୍ତ ପରିବା : ବଜାରରେ ମିଳୁଥିବା ପ୍ୟାକେଟ ଯୁକ୍ତ କିମ୍ବା ପୂର୍ବରୁ କଟା ଯାଇଥିବା ପରିବା ଆପଣଙ୍କ କାମ କମ୍ କରିପାରେ କିନ୍ତୁ ଶୀତ ଦିନେ ଏହାର ସେବନ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ। ଏହି ସମୟରେ ପ୍ୟାକେଟ ବନ୍ଦ ଖାଦ୍ୟ ଜମା କିଣନ୍ତୁ ନାହିଁ। ସଜ ପରିବା ଘରକୁ ଆଣି ଭଲ ଭାବେ ଧୋଇ କାଟି ରୋଷେଇ କରନ୍ତୁ।
୯. ରେଡ ମିଟ୍ : ରେଡ ମିଟ୍ ଏବଂ ଅଣ୍ଡାରେ ସବୁଠୁ ଅଧିକ ପ୍ରୋଟିନ୍ ଥାଏ। କିନ୍ତୁ ଶୀତଦିନେ ଅଧିକ ପ୍ରୋଟିନ୍ ସେବନ କରିବା ଦ୍ବାରା ଆପଣଙ୍କ ଛାତିରେ କଫ ସମସ୍ୟା ବଢ଼ିପାରେ। ମିଟ୍ ପରିବର୍ତେ ଆପଣ ମାଛ ଖାଇ ପାରିବେ। ମାଛରେ ମଧ୍ୟ ପ୍ରୋଟିନ୍ ଥାଏ କିନ୍ତୁ ଏହା ଖାଇବା ଦ୍ବାରା ସ୍ବାସ୍ଥ୍ୟ ପ୍ରତି ସମସ୍ୟା ନଥାଏ।

Show More

Related Articles

Back to top button