ସ୍ୱାସ୍ଥ୍ୟ

ଶରୀରରେ ହିମୋଗ୍ଲୋବିନ ବୃଦ୍ଧି ପାଇଁ ଖାଆନ୍ତୁ ଏହି ୫ଟି ଡ୍ରାଏଫ୍ରୁର୍ଟ୍ସ

ଯେତେବେଳେ ଆପଣଙ୍କ ଶରୀରକୁ ଆବଶ୍ୟକତା ଅନୁସାରେ ଆଇରନ ମିଳି ନଥାଏ ସେହି ସମୟରେ ଆପଣଙ୍କର ସମ୍ପୂର୍ଣ ସ୍ୱାସ୍ଥ୍ୟ ପ୍ରଭାବିତ ହୋଇଥାଏ l ଯାହା ଆପଣଙ୍କ ଶରୀରରେ ଆନିମିଆର ସମସ୍ୟା କରାଇଥାଏ l ଆନିମିଆର ଲଖ୍ୟଣରେ ଆଳସ୍ୟ ଲାଗିବ ,ମୁଣ୍ଡ ବୁଲାଇବା ଓ ମୁଣ୍ଡ ବିନ୍ଧା ଇତ୍ୟାଦି ଦେଖା ଦେଇଥାଏ

ହେମୋଗ୍ଲୋବିନ ତିଆରି କରିବା ପାଇଁ ଆଇରନ ନିହାତି ଆବଶ୍ୟକ l ହେମୋଗ୍ଲୋବିନ ରକ୍ତର କୋଷିକାର ଥିବା ଆଇରନ ଯୁକ୍ତ ପ୍ରୋଟିନ ଅଟେ l ଯାହା ଶରୀରର ସମସ୍ତ ଅଙ୍ଗକୁ ଅକ୍ସିଜେନ ପହଞ୍ଚାଇବାର କାମ କରିଥାଏ l ଏହି ପ୍ରକ୍ରିୟା ପୁରା ଶରୀରକୁ ସୁଚାରୁ ଭାବରେ ଚଳାଇବା ପାଇଁ ମହତ୍ୱପୂର୍ଣ୍ଣ ଅଟେ l ଆଇରନରେ ଭରପୁର ଖାଦ୍ୟ ପଦାର୍ଥ ଦ୍ୱାରା ଆମ ଶରୀରର ହେମୋଗ୍ଲୋବିନ ସ୍ତରକୁ ଠିକ ରଖାଯାଇ ପାରିବ l ସେଥିପାଇଁ ଆପଣ ମାଂସ ,ଶାଗ ଓ ଡ୍ରାଏଫ୍ରୁର୍ଟ୍ସ ଖାଇବା ଆବଶ୍ୟକ l ଆଜି ଆମେ ଆପଣଙ୍କୁ ଏପରି କିଛି ଡ୍ରାଏଫ୍ରୁର୍ଟ୍ସ ବିଷୟରେ କହୁଛୁ ଯାହା ଆପଣଙ୍କ ଶରୀରରେ ହେମୋଗ୍ଲୋବିନର ସ୍ତରକୁ ବଢାଇବାରେ ସାହାଯ୍ୟ କରିବ l

* କାଜୁ ଖାଇବା ଆବଶ୍ୟକ -କାଜୁର ଆଇରନର ମାତ୍ରା ଅଧିକ ରହିଛି l ଗୋଟିଏ ଚାମଚ କାଜୁର ପାଖାପାଖି ୧.୮୯ ମିଲିଗ୍ରାମ ଆଇରନ ରହିଥାଏ l ଯଦି ଆପଣଙ୍କୁ କେତେବେଳେ ଭୋକ ଲାଗୁଛି ତେବେ ଆପଣ ଅନ୍ୟକିଛି ଖାଇବା ବଦଳରେ କିଛି କାଜୁ ଖାଇ ନିଅନ୍ତୁ l ଯାହା ଦ୍ୱାରା ଆପଣଙ୍କ ଶରୀରକୁ ପୋଷାକ ତତ୍ୱ ମିଳିବ l

* ଚିନାବାଦାମ -ଶୀତଦିନେ ଚିନାବାଦାମ ଖାଇବାକୁ ସମସ୍ତେ ପ୍ରାୟ ପସନ୍ଦ କରିଥାନ୍ତି l ଏଥିରେ ଆଇରନ ସହିତ ଅନେକ ପୋଷାକ ତତ୍ୱ ମିଳିଥାଏ l ଗୋଟିଏ ମିଲିଗ୍ରାମ ଚିନାବାଦାମରେ ଏକ ମିଲିଗ୍ରାମ ମିନେରାଲ ରହିଥାଏ l

* ପିସ୍ତା -ଲୋକମାନେ ପିସ୍ତା ଖାଇବାକୁ ଖୁବ ପସନ୍ଦ କରି ଥାନ୍ତି l ଏହାକୁ ଉପଯୋଗ କରି ଅଧିକାଂଶ ଭାରତୀୟ ମିଠାଈ ପ୍ରସ୍ତୁତ କରାଯାଏ l ୧୦ ଗ୍ରାମ ପିସ୍ତାରେ ପାଖାପାଖି ୧.୧୧ ମିଲିଗ୍ରାମ ଆଇରନ ରହିଥାଏ l

* ଅଲମଣ୍ଡ -ଅଲମଣ୍ଡ ପୋଷାକ ତତ୍ତ୍ୱରେ ଭରପୁର ଅଟେ l ସେଥିପାଇଁ ଡାକ୍ତର ହେମୋଗ୍ଲୋବିନର ମାତ୍ର ବଢାଇବା ପାଇଁ ପ୍ରତେକ ଦିନ ଅଲମଣ୍ଡ ଖାଇବାକୁ କହିଥାନ୍ତି l ୫ ଗ୍ରାମ ଅଲମଣ୍ଡରେ ୧.୦୫ ମିଲିଗ୍ରାମ ଆଇରନ ରହିଥାଏ l ଯଦି କ୍ଷୀର ସହିତ ପ୍ରତେକ ଦିନ ଅଲମଣ୍ଡ ଖାଇବା ତେବେ ଏହା ସ୍ୱାସ୍ଥ୍ୟ ପାଇଁ ହିତକର l

* ଅଖରୋଟ- ଅଖରୋଟ ଗୋଟିଏ ପୌଷ୍ଟିକ ଖାଦ୍ୟ ଅଟେ ,ସେଥିପାଇଁ ଆପଣ ଏହାକୁ ପ୍ରତେକ ଦିନ ନିଜ ଖାଦ୍ୟରେ ସାମିଲ କରି ପାରିବେ l ୫ ଗ୍ରାମ ଅଖରୋଟରେ ୦.୮୨ ମିଲିଗ୍ରାମ ଆଇରନ ରହିଛି l

Show More

Related Articles

Back to top button