ସ୍ୱାସ୍ଥ୍ୟ

ଶୀତଦିନେ ଶୁଖିଲା କାଶ କରିଥାଏ ହଇରାଣ

ଏଥିରୁ ରକ୍ଷା ପାଇବା ପାଇଁ କରନ୍ତୁ ଏହି ଘରୋଇ ଉପଚାର

ଶୀତଋତୁରେ ଥଣ୍ଡା କାଶ ହେବ ଏକ ସାଧାରଣ ସମାସ୍ୟା ,କିନ୍ତୁ ଏହି ଋତୁରେ ଅଧିକାଂଶ ଲୋକଙ୍କର ଶୁଖିଲା କାଶ ହେବାର ଦେଖିବାକୁ ମିଳିଥାଏ l ଏହି ଶୁଖିଲା କାଶ ଠାରୁ ରକ୍ଷା ପାଇବା ପାଇଁ ବିଭିନ୍ନ ପ୍ରକାର ଉପାୟ ଆମେମାନେ ଅବଲମ୍ବନ କରିଥାଉ l ଅଧିକାଂଶ ଆୟୁର୍ବେଦ ଉପଚାର ଦ୍ୱାରା ଶୁଖିଲା କାଶରୁ ଶୀଘ୍ର ଆରାମ ମିଳିଥାଏ l ଆସନ୍ତୁ ଜାଣିବା ଶୁଖିଲା କାଶକୁ ଠିକ କରିବାର ଘରୋଇ ଉପଚାର l

* ଶୁଖିଲା କାଶ ଠିକ କରିବା ପାଇଁ ମହୁ ,ଅଦା ଓ ଶୁଣ୍ଠୀ ଏହି ସମସ୍ତ ଜିନିଷକୁ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ l ଏହାକୁ ଦିନକୁ ଦୁଇଥ ସକାଳେ ଓ ସନ୍ଧ୍ୟାରେ ଖାଲି ପେଟରେ ଖାଇବା ଆରମ୍ଭ କରନ୍ତୁ l ଏହାକୁ ଖାଇବା ଦ୍ୱାରା ଧୀରେଧୀରେ ଦେଖିବେ ଆପଣଙ୍କ କାଶ କମିବାକୁ ଲାଗିବ l ଅଦାରେ ଥିବା ଫ୍ଲେଗ୍ମ ଆଣ୍ଟିବାୟୋଟିକରେ ଭରପୁର ଅଟେ l ତା ସହିତ ମହୁ ରୋଗ ପ୍ରତିରୋଧକ କ୍ୟାମତା ବଢ଼ାଇଥାଏ ଏବଂ ଶୁଣ୍ଠୀରେ ଶୁଖିଲା କାଶକୁ ଠିକ କରିବା ପାଇଁ ଶକ୍ତି ରହିଛି l

* ଦୁଇ ଚାମଚ ମହୁକୁ ଗୋଟିଏ ଗ୍ଲାସ ଉଷୁମ ପାଣିରେ ମିଶାନ୍ତୁ ଓ ଏହାକୁ ପ୍ରତେକ ଦିନ ଖାଇବା ପରେ ଦିନକୁ ତିନିଥର ପିଅନ୍ତୁ l ଏହା ଦ୍ୱାରା ମଧ୍ୟ ଶୁଖିଲା କାଶରୁ ଆରାମ ମିଳିବ l ପାଟିରେ କିଛି ଶୁଣ୍ଠୀ ଗୁଣ୍ଡ ରଖି ମହୁ ଏକ ଚାମଚ ଖାନ୍ତୁ l ଏହାକୁ ଏପରି ଖାଇ ସାରିବା ପରେ ଗୋଟିଏ ଢ଼ୋକ ଉଷୁମ ପାଣି ପିଇ ନିୟନ୍ତୁ l ଏହା ଆପଣଙ୍କ ଗାଲକୁ କିଚି କିଚି ହେବାରୁ ରକ୍ଷା କରିବ l

* କିଛି ପିପଳି ନେଇ ତାକୁ ଗୁଣ୍ଡ କରନ୍ତୁ ଓ ମହୁରେ ମିଶାଇ ଖାଇବା ଦ୍ୱାରା କିଛି ଦିନ ପରେ ଶୁଖିଲା କାଶ ଆପେଆପେ ଠିକ ହୋଇଯିବ l ଅଦା ଖଣ୍ଡଟିଏ ନେଇ ସେଥିରେ ସାମାନ୍ୟ ଲୁଣ ଲଗାଇ କଳ ଦାନ୍ତରେ ଦାବି ରଖନ୍ତୁ l ଧୀରେଧୀରେ ସେହି ଅଦା ରସକୁ ଢ଼ୋକନ୍ତୁ ଏପରି କରିବା ଦ୍ୱାରା ଶୁଖିଲା କାଶ ମଧ୍ୟ ଦୁରେଇ ଯାଇଥାଏ l

Show More

Related Articles

Back to top button