ସ୍ୱାସ୍ଥ୍ୟ

ତ୍ରିଫଳାର ଉପକାରିତା

ଏହି ୫ଟି ଉପାୟ ଅବଲମ୍ବନ କରି ନିଜକୁ ସୁସ୍ଥ ରଖନ୍ତୁ

ତ୍ରିଫଳା କହିଲେ ଆମେ ହରିଡ଼ା ,ବାହାଡା ଓ ଅଁଳାର ସମିଶ୍ରଣକୁ ବୁଝିଥାଉ l ଏହି ମିଶ୍ରଣର କେତକ ଔଷଧୀୟ ଗୁଣ ରହିଛି l ଆୟୁର୍ବେଦରେ ତ୍ରିଫଳାକୁ ବିଭିନ୍ନ ରୋଗର ଉପଚାର ପାଇଁ ବ୍ୟବହାର କରାଯାଇଥାଏ l କେଉଁ ପୁରୁଣା କାଳରୁ ତ୍ରିଫଳା କୁ ରୋଗର ଉପଚାର ପାଇଁ ବ୍ୟବହାର କରାଯାଉଛି ତାହାର କୌଣସି ସଠିକ ପ୍ରମାଣ ନାହିଁ l ତଥାପି ପେଟ ସମ୍ବଧୀୟ ବିଭିନ୍ନ ସମସ୍ୟା ପାଇଁ ତ୍ରିଫଳା ରାମବାନ ଅଟେ l

* କେଶର ଉପଚାର ପାଇଁ – ମଣିଷ ଶରୀରରେ ବେଳେବେଳେ ବିଭିନ୍ନ ଅସୁବିଧା ହେତୁ କେଶର ବିଭିନ୍ନ ପ୍ରକାରର ସମସ୍ୟା ଉପୁଜି ଥାଏ l ତ୍ରିଫଳା ଚୁର୍ଣ ୫ ଗ୍ରାମ ସହିତ ୨୫ ଗ୍ରାମ ଲହୁଅ ଭସ୍ମ ମିଶାଇ ସେବନଜ କଲେ କେଶର ସମସ୍ତ ସମସ୍ୟା ଦୂର ହେବ ସହିତ ମସ୍ତିସ୍କ ଥଣ୍ଡା ରହିଥାଏ l ଆଗ କାଳରେ ମୁନିଋଷି ମାନେ ଆଶ୍ରମରେ ଏହି ଉପାୟ ଦ୍ୱାରା ଛାତ୍ର ମାନଙ୍କର ମସ୍ତିଷ୍କକୁ ଥଣ୍ଡା ରଖୁଥିଲେ l

* ଆଖି ଧରିବା ରୋଗ -ଆଖି ଧରିବା ରୋଗ ଯେକୌଣସି ସଂକ୍ରମରୁ ହୋଇଥାଏ ବୋଲି କୁହାଯାଏ l ଏହାର ଉପଚାର ପାଇଁ ଆପଣ ଏକ ଚାମଚ ତ୍ରିଫଳା ଗୁଣ୍ଡକୁ ଥଣ୍ଡା ପାଣିରେ ସିଝାଇ ରଖନ୍ତୁ l ସକାଳେ ସେହି ପାଣିକୁ କପଡ଼ାରେ ଛାଣି ଆଖି ଧୋଇଲେ ସମସ୍ତ ପ୍ରକାରର ଆଖି ଯନ୍ତ୍ରଣାରୁ ଆରମ୍ଭ ମିଳିବ l କାରଣ ଆଖି ଧରିବା ସମୟରେ ଆଖିରେ ଅନେକ ଯନ୍ତ୍ରଣା ହୋଇଥାଏ l

* ଏସିଡ଼ିଟି ଗ୍ୟାସ ଇତ୍ୟାଦି -ଯଦି ଆପଣଙ୍କର ପେଟରେ ଏସିଡ଼ିଟି ଗ୍ୟାସ ସମସ୍ୟା ସହିତ କୋଷ୍ଠକାଠିନ୍ୟ ହେଉଛି ତେବେ ରାତିରେ ଶୋଇବା ପୂର୍ବରୁ ଏକ ଚାମଚ ତ୍ରିଫଳା ଗୁଣ୍ଡକୁ ଉଷୁମ ପାଣି ସହିତ ଖାଆନ୍ତୁ l ଆୟ ଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଥାଏ ଏବଂ ବଦହଜମି ହୋଇ ଯେଉଁ ଢ଼କାର ଆସୁଥାଏ ସେଥିରୁ ମଧ୍ୟ ରକ୍ଷା ପାଇବେ l ନଚେତ ତ୍ରିଫଳା ଗୁଣ୍ଡକୁ ଥଣ୍ଡା ପାଣିରେ ବତୁରାଈ ସକଜଳଉ ଛାଣି ସେହି ପାଣିକୁ ପିଇ ଦିଅନ୍ତୁ l ଅଷାଦ୍ୱାରା ମଧ୍ୟ ଗ୍ୟାସ ଏସିଡ଼ିଟି ସମସ୍ୟା ଦୂର ହେବ l

* ଓଜନ କମିବା ପାଇଁ -ରାତିରେ ୧୦ ଗ୍ରାମ ତ୍ରିଫଳା ଗୁଣ୍ଡକୁ ୨୦୦ ମି ଲି ଲିଟର ପାଣିରେ ଭିଜାଇ ରଖି ସକାଳେ ଏହି ପାଣିକୁ ଗରମ କରନ୍ତୁ l ଏହା ଫୁଟି ଫୁଟି ଅଧା ହୋଇଗଲା ପରେ ଏଥିରେ ଗୋଟିଏ ଚାମଚ ମହୁ ମିଶାଇ ପିଇବା ଦ୍ୱାରା ଦେଖିବେ କିଛିଦିନ ପରେ ଆପଣଙ୍କ ଓଜନ କମିବାକୁ ଲାଗିବ l

Show More

Related Articles

Back to top button