ଓଡ଼ିଆ ଗଳ୍ପସ୍ୱତନ୍ତ୍ର

ମଦ

ମଦ ମଦ ଗନ୍ଧ
ନୁହେଁ ଜମା ମନ୍ଦ,
କାପାଇଁ ଦୁର୍ଗନ୍ଧ
କାପାଇଁ ଆନନ୍ଦ I
ଯା ପାଇଁ ସଂସାରେ
ଏତେ ସବୁ ଫାନ୍ଦ,
ପଡିଲେ ଦି ଢ଼ୋକ
ପଙ୍ଗୁ ଲଙ୍ଗେ ବନ୍ଧ I
ହେଉ ସେ ଶିକ୍ଷିତ
ଅବା କୋଲ କନ୍ଧ,
ସୁରୁଜ ଡୁବିଲେ
ଖୋଲା ଆଖି ଅନ୍ଧ I
ଗୃହଲକ୍ଷ୍ମୀ ଆଖି
ହୁଏ କାନ୍ଦ କାନ୍ଦ,
ଦେଖି ପ୍ରାଣ ପ୍ରିୟ
ପୟର ସେ ଛନ୍ଦ I
କାହା ଜୀବନର
ପ୍ରଥମ ପସନ୍ଦ,
ଆଉ କେ ମରଣେ
ଖୋଜେ ବାପା କାନ୍ଧ I
ନଧରିବ ଯିଏ
ତାର ନାମ ଗନ୍ଧ,
ଉଦ୍ଧାରିବେ ତାକୁ
ଶ୍ରୀ ରାଧାଗୋବିନ୍ଦ I

ଲେଖା : ଦିଲ୍ଲୀପ ଶତପଥୀ

ସମସ୍ତ ବନ୍ଧୁ ମାନଙ୍କୁ ବିନମ୍ର ଅନୁରୋଧ ଓ ମା ରାଣ, ବା ରାଣ, ଠାକୁର ରାଣ, ବିଦ୍ୟା ରାଣ ନିଶା ଠାରୁ ଦୁରେଇ ରୁହନ୍ତୁ ନିଶ ମୋଡି ବିନ୍ଦାସ ଜୀବନ ଜିଅନ୍ତୁ l

Show More

Related Articles

Back to top button