Breaking PLUSଓଡ଼ିଶାପାଣିପାଗମୁଖ୍ୟ ଖବର

ଲ୍ୟାଣ୍ଡଫଲ ସମୟରେ ପବନର ବେଗ ରହିବ ୭୦ ରୁ ୮୦ କିମି ଏବଂ ସର୍ବାଧିକ ୯୦ କିମି

ଉପକୂଳ ମୁହାଁ ବାତ୍ୟା ‘ଗୁଲାବ’ । ଆଜି ରାତି ୯ ଟା ପରେ ଆରମ୍ଭ ହେବ ଲ୍ୟାଣ୍ଡଫଲ ପ୍ରକ୍ରିୟା ଏବଂ ଏହି ପ୍ରକ୍ରିୟା ୩ ଘଣ୍ଟା ପର୍ୟ୍ୟନ୍ତ ଚାଲିବ । ଏହି ସମୟରେ ପବନର ବେଗ ୭୦ ରୁ ୮୦ କିମି ରହିବା ବେଳେ ସର୍ବାଧିକ ୯୦ କିମି ପର୍ଯ୍ୟନ୍ତ ରହିବ । ତେବେ ଗଞ୍ଜାମର ଗୋପାଳପୁରଠାରୁ ୨୭୦ କିମି ଦୂରରେ ଏହି ବାତ୍ୟା କେନ୍ଦ୍ରୀଭୂତ ହେବ । ଏବେ ଆନ୍ଧ୍ରର କଳିଙ୍ଗପଟ୍ଟନମଠାରୁ ୩୩୦ କିମି ଦୂରରେ ରହିଛି ଏହି ବାତ୍ୟା । ୬ ଘଣ୍ଟା ଧରି ୧୦ କିମି ବେଗରେ ଗତି କରୁଛି ବାତ୍ୟା ଗୁଲାବ ।

ଏପଟେ ଲ୍ୟାଣ୍ଡଫଲ ସମୟରେ ଗଞ୍ଜାମ ଓ ଗଜପତି ବିଶେଷ ପ୍ରଭାବିତ ହେବ ବୋଲି ପୂର୍ବାନୁମାନ କରାଯାଉଛି । ଏହି ଦୁଇ ଜିଲ୍ଲାରେ ପବନର ବେଗ ରହିବ ୭୫ – ୮୫ କିମି । ଉତ୍ତର -ଦକ୍ଷିଣ ହିସାବରେ ୧୭୨ କିଲୋମିଟର ରହିଛି ବାତ୍ୟାର ବ୍ୟାସାର୍ଦ୍ଧ । ସେହିପରି ପୂର୍ବ-ପଶ୍ଚିମ ହିସାବରେ ୧୨୫ କିମି ରହିଛି ବାତ୍ୟାର ବ୍ୟାସାର୍ଦ୍ଧ । ଆକସ୍ମିକ ବନ୍ୟା, ଲ୍ୟାଣ୍ଡ ସ୍ଲାଇଡ୍ ହେବାର ସମ୍ଭାବନା ବି ରହିଛି ।

Show More

Related Articles

Back to top button