Breaking PLUSଓଡ଼ିଶାମୁଖ୍ୟ ଖବର

ଯୋବ୍ରା ବ୍ୟାରେଜ ନିକଟରୁ ହାତୀର ମୃତଦେହ ଠାବ

ଯୋବ୍ରା ବ୍ୟାରେଜ ନିକଟରୁ ଏକ ହାତୀର ମୃତଦେହ ମିଳିଛି । ମୃତ ହାତୀଟି ମୁଣ୍ଡୁଳିରେ ଫସି ରହିଥିବା ବୋଲି ସନ୍ଦେହ କରାଯାଉଛି । ବର୍ତ୍ତମାନ ହାତୀର ମୃତଦେହ ଉଦ୍ଧାର ପାଇଁ ପ୍ରକ୍ରିୟା ଜାରି ରହିଛି । ହାତୀର ଗୋଡ଼ ବ୍ରିଜରେ ଲାଖି ରହିଥିବା ଦେଖିବାକୁ ମିଳିଛି ।

ଶୁକ୍ରବାର ଦିନ ମୁଣ୍ଡୁଳିରେ ମହାନଦୀ ପାଣି ଭିତରେ ଏକ ହାତୀ ଫସି ରହିଥିଲା । ପାଣି ସୁଅରେ ସେ ଆଗକୁ ବଢ଼ିଥିଲେ ବି କୂଳକୁ ଯାଇ ପାରି ନଥିଲା । ସେହି ହାତୀର କୌଣସି ସନ୍ଧାନ ଏଯାଏ ମିଳିନାହିଁ ଏବଂ ଆଜି ଯୋବ୍ରା ବ୍ୟାରେଜରୁ ଏକ ହାତୀର ମୃତଦେହ ଠାବ ପରେ ସନ୍ଦେହ ସୃଷ୍ଟି ହୋଇଛି ।

ସେଦିନ ହାତୀକୁ ସୁରକ୍ଷିତ ଭାବରେ ଉଦ୍ଧାର କରିବାକୁ ଯାଇଥିଲା ଓଡ୍ରାଫ୍ ଟିମ୍ । ଦୁର୍ଭାଗ୍ୟବଶତଃ ମହାନଦୀ ଭିତରେ ବୋଟଟି ଓଲଟି ପଡ଼ିଥିଲା । ଏଥିରେ ଜଣେ ଓଡ୍ରାଫ କର୍ମଚାରୀ ଓ ଜଣେ ସାମ୍ବାଦିକଙ୍କ ଅକାଳ ବିୟୋଗ ହୋଇଛି । ଅନ୍ୟ ୫ ଜଣ କଟକ ଏସସିବିରେ ଚିକିତ୍ସାଧୀନ ଅଛନ୍ତି।

Show More

Related Articles

Back to top button