ଜୀବନଚର୍ଯ୍ୟାଦେଶ ବିଦେଶ

ଗୃହିଣୀଙ୍କ ପାଦ ରେଖାରେ ଲୁଚି ରହିଛି ସ୍ୱାମୀଙ୍କ ସୌଭାଗ୍ୟ

ମଣିଷଙ୍କ ଜୀବନରେ ଗ୍ରହ ଓ ନକ୍ଷତ୍ର ମାନଙ୍କର ପ୍ରଭାବ ଓ ମହତ୍ୱ ଅଧିକ ରହିଥାଏ l ମନୁଷ୍ୟ ଜୀବନ ସହିତ ଯୋଡି ହୋଇଥିବା କଥା ଗୁଡିକ ମଧ୍ୟରୁ ଶୋଭାବ କିପରି ହୋଇଥିବା ଆବଶ୍ୟକ ତାର ଅଙ୍ଗରୁ ଜଣ ପଡିଥାଏ l ନାରୀଟିଏ ନିଜ ସହିତ ଘରକୁ ସୌଭାଗ୍ୟ ନେଇ ଆସିଥାଏ l କିନ୍ତୁ ପ୍ରତ୍ୱେକଟି ଝିଅ ସୌଭାଗ୍ୟ ବତୀ ନିଜ ପିତାମାତାଙ୍କ ପାଇଁ ହୋଇଥାନ୍ତି

ପିତାଙ୍କ ଘର ସହିତ ଶଶୁର ଘର ପାଇଁ କେତେ ସୌଭାଗ୍ୟବତୀ ଅଟନ୍ତି ସେ ବିଷୟରେ ଆମେ ଯନି ନାହୁଁ କିନ୍ତୁ ସମୁଦ୍ର ଶାସ୍ତ୍ରରେ ସେ ବିଷୟରେ କୁହାଯାଇ ଅଛି ,କେଉଁ ପ୍ରକାରର ମହିଳା ମାନେ ସୌଭାଗ୍ୟ ବତୀ ହୋଇଥାନ୍ତି ଏବଂ ତାଙ୍କର ପ୍ରଭାବ ସ୍ୱାମୀଙ୍କ ଜୀବନ ଉପରେ କି ପ୍ରକାରର ପକାଇଥାଏ l କର୍ମର ଫଳ ଆମ ଜୀବନ ଉପରେ ଖୁବ ପ୍ରଭାବ ପକାଏ ,ଯାହା ଅତୀତ ବର୍ତମାନ ଓ ଭବିଷ୍ୟତ ସହିତ ଯୋଡି ହୋଇଥାଏ l ପୁରୁଷ ମାନଙ୍କର ଭବିଷ୍ୟତର ରହସ୍ୟ ତାଙ୍କ ପତ୍ନୀଙ୍କ ପାଦର ରେଖାରେ ଲୁଚି ରହିଛି ବୋଲି ଏହା ହୁଏତ କେହି ଜାଣିନଥିବେ l

ଚିହ୍ନ ସହିତ ଭବିଷ୍ୟତ ରହିଛି ଯୋଡି ହୋଇ -ଯଦି କୌଣସି ପତ୍ନୀଙ୍କର ପାଦରେ ଚକ୍ର ଚିହ୍ନ ଓ ଆଙ୍ଗୁଠି ତଳେ ଚକ୍ର ଚିହ୍ନ ରହିଛି ତେବେ ଏହି ପରି ନାରୀମାନେ ସୌଭାଗ୍ୟବତୀ ଅଟନ୍ତି l ସେମାନଙ୍କ ସ୍ୱାମୀ ମାନେ ଜୀବନରେ ଅନେକ ଉନ୍ନତି ପଥରେ ଆଗେଇ ଥାନ୍ତି l ସଫଳତା ହାସଲ କରିବା ସହିତ ସମ୍ମାନ ଲାଭ କରିଥାନ୍ତି l

ଜୀବନରେ ହୋଇ ନଥାଏ ଅସୁବିଧା -ଯଦି ଆପଣଙ୍କ ପତ୍ନୀଙ୍କ ପାଦ ତଳର ରେଖା ଗୁଡିକ ସମ୍ପୂର୍ଣ୍ଣ ସ୍ପଷ୍ଟ ଭାବରେ ଦେଖା ଯାଉଛି ଏବଂ ତାହା କେଉଁଠିବି ଛିଡି ନାହିଁ ତେବେ ଏହା ଇସାରା କରୁଛି ବ୍ୟକ୍ତିର ଜୀବନରେ କୌଣସି ଅସୁବିଧା ଆସିବା ନାହିଁ ଓ ଜୀବନ ସୁରୁଖୁରୁରେ ଅତିବାହିତ ହେବ l

ଯଦି ପାଦର ବୁଢା ଆଙ୍ଗୁଠି ଓ ତର୍ଜନୀ ଆଙ୍ଗୁଠି ମଧ୍ୟରେ ଅଧିକ ଫାଙ୍କ ରହିଥାଏ ତେବେ ଏହା ଜୀବନରେ ସଂଘର୍ଷ କରିବାର ସୂଚନା ଦେଇଥାଏ l

Show More

Related Articles

Back to top button