ଜୀବନଚର୍ଯ୍ୟାଦେଶ ବିଦେଶ

ଶନି ଓ ମଙ୍ଗଳ ଦୋଷ ଦୂର କରିଥାଏ ତୁଳସୀ ଗଛ

ଏହି ୩ଟି କଥାର ରଖନ୍ତୁ ବିଶେଷ ଧ୍ୟାନ

ବାସ୍ତୁଶାସ୍ତ୍ରରେ ବିଭିନ୍ନ ଗଛ ବୃକ୍ଷଙ୍କର ଅଲଗା ଅଲଗା ମହତ୍ୱ ରହିଛି l ତୁଳସୀ ଗଛ ବାସ୍ତୁ ଦୋଷ ଦୂର କରିଥାଏ l ତୁଳସୀଙ୍କ ଆମେ କେବଳ ଔଷଧୀୟ ବୃକ୍ଷ ଭାବରେ ଗଣନା କରୁନା ବରଂ ଏହାକୁ ଏକ ଦେବା ତୁଲ୍ୟ ଗଛ ଭାବରେ ପୂଜା କରାଯାଇଥାଏ l ବାସ୍ତୁ ଅନୁସାରେ ତୁଳସୀ ଗଛ ଘରେ ସକାରାତ୍ମକ ଶକ୍ତି ଆଣିଥାଏ l ବିଷ୍ଣୁ ପୁରାଣରେ ତୁଳସୀର ଅନେକ ମହତ୍ୱ ରହିଛି l ଯଦି ଘରେ କିଛି ବାସ୍ତୁ ଦୋଷ ରହିଥାଏ ତେବେ ତୁଳସୀ ଗଛ ରଖିବା ଦ୍ୱାରା ଶୁଭଫଳ ମିଳିଥାଏ l ଶନି ଓ ମଙ୍ଗଳର ପ୍ରଭାବକୁ ଦୂର କରିବା ପାଇଁ ତୁଳସୀ ଗଛକୁ ମୁଖ୍ୟତଃ ପୂଜା କରିବା ଆବଶ୍ୟକ l ଘରର ମୁଖ୍ୟ ଦ୍ୱାରା କିମ୍ବା ଐଶାନ୍ୟ କୋଣରେ ତୁଳସୀ ଗଛ ରଖନ୍ତୁ l

ଏହି କଥାର ରଖନ୍ତୁ ଧ୍ୟାନ –

* ଘରର ଐଶାନ୍ୟ କୋଣରେ ତୁଳସୀ ଗଛ ରଖନ୍ତୁ ଏବଂ ଜଳ ଅର୍ପଣ କରି ଦୀପ ସକାଳେ ଓ ସନ୍ଧ୍ୟାରେ ଜଳାନ୍ତୁ l ଏପରି କରିବା ପରେ “ଓଃ ନମଃ ଭଗବତେ ବାସୁଦେବାୟ”ମନ୍ତ୍ର ଜପ କରନ୍ତୁ l ଏପରି କରିବା ଦ୍ୱାରା ଘରେ ଧନ ସମ୍ବଧୀୟ ଅସୁବିଧା ଦୂର ହୋଇଥାଏ l ଘରେ ପଇସାର ଅସୁବିଧା ରୁହେ ନାହିଁ ଏବଂ ଧନ ଆଗମନର ରାସ୍ତା ଖୋଲିଯାଇ ଥାଏ l

* ଘରେ କଳହ ଏବଂ କ୍ଳେଶ ଅଧିକ ବଢିଗଲେ ଘରର ପୂର୍ବ କିମ୍ବା ଉତର ଦିଗରେ ତୁଳସୀ ଗଛ ଲଗାନ୍ତୁ l ନିୟମିତ ଭାବରେ ତୁଳସୀ ଗଛର ପୂଜା କରିବା ଦ୍ୱାରା ଘରର ସଦସ୍ୟ ମାନଙ୍କର ଆତ୍ମବିଶ୍ଵାସ ବଢିଥାଏ ତା ସହିତ ଘରକୁ ଶାନ୍ତି ଓ ସଫଳତା ଆସିଥାଏ l

* ବେଳେବେଳେ ଘର ତିଆରି କରିବା ସମୟରେ ଦିଗକୁ ନେଇ ବାସ୍ତୁଦୋଷ ଦେଖା ଦେଇଥାଏ ଓ ଘର ବଦଳାଇବା ସମ୍ଭବପର ହୋଇ ନଥାଏ l ଏହି ପରି ସ୍ଥଳେ ଘରର ବାସ୍ତୁଦୋଷ ଦୂର କରିବା ପାଇଁ ଘରର ଅଗଣାରେ ତୁଳସୀ ଗଛ ଲଗାଇ ପୂଜା କରନ୍ତୁ l ଯଦି ଘରେ ସବୁବେଳେ ନକାରାତ୍ମକ ଶକ୍ତି ସୃଷ୍ଟି ହେଉଛି ତେବେ ମଙ୍ଗଳବାର ଓ ଶନିବାର ଦିନ ତୁଳସୀ ଗଛ ନିକଟରେ ପାଣି ଫୁଲ ଇତ୍ୟାଦି ଦେଇ ପୂଜା କରନ୍ତୁ l ସନ୍ଧ୍ୟା ବେଳେ ଗୋଟିଏ ଗୁଆରେ ଚନ୍ଦନ ସିନ୍ଦୁର ଲଗାଇ ଚାଉଳ ପକାଇ ତୁଳସୀ ଗଛ ମୂଳେ ଗୁଆଟିକୁ ସମର୍ପଣ କରନ୍ତୁ l ଏପରି କରିବା ଦ୍ୱାରା ଆପଣଙ୍କର ମଙ୍ଗଳ ଓ ସାନି ଦୋଷ ମଧ୍ୟ ଦୂର ହେବ ତା ସହିତ ଘରର ବାସ୍ତୁଦୋଷ ଦୂର ହେବ l

Show More

Related Articles

Back to top button